ଓଡିଶା

odisha

ETV Bharat / state

ସାପକୁ ଧରି ହସ୍ପିଟାଲରେ ପହଞ୍ଚିଲେ ଯୁବକ, ତା ପରେ...

ମାଲକାନଗିରିରେ ଯୁବକଙ୍କୁ ସାପ କାମୁଡିବା ପରେ ସାପକୁ ଧରି ହସ୍ପିଟାଲରେ ପହଞ୍ଚିଲେ ଯୁବକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

By

Published : May 15, 2019, 11:07 PM IST

ମାଲକାନଗିରି: ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ସାପ କାମୁଡିବା ପରେ ସାପକୁ ଧରି ହସ୍ପିଟାଲରେ ପହଞ୍ଚିଲେ ଯୁବକ । ଯୁବକ ଜଣଙ୍କ ହେଲେ ଏମଭି-69 ଗାଁର ପ୍ରାଥ ସରକାର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ସୂଚନାମୁତାବକ, ସାପଟି ଯୁବକଙ୍କ ଶରୀରର ଦୁଇଟି ସ୍ଥାନରେ ଚୋଟ ମାରିଥିଲା । ଏହା ପରେ ପ୍ରାଥ ସାପ ଟିକୁ ଧରି ମାଲକାନଗିରି ଜିଲ୍ଲା ଚିକିତ୍ସାଳୟରେ ପହଞ୍ଚିଥିଲେ ଉକ୍ତ ଯୁବକ । ସାପ ସହ ରୋଗୀଙ୍କୁ ଦେଖି ଡାକ୍ତର ଓ ମେଡିକାଲ କର୍ମଚାରୀଙ୍କ ସହ ଅନ୍ୟ ରୋଗୀ ମାନେ ମଧ୍ୟ ଚକିତ ହୋଇ ପଡ଼ିଥିଲେ । ଏହାପରେ ଯୁବକ ଜଣଙ୍କ ସାପଟିକୁ ବାହାରେ ଛାଡିବା ପରେ ଚିକିତ୍ସା ହୋଇ ଘରକୁ ଫେରିଥିଲେ ।

ଏହି ଭିଡ଼ିଓ ଏବେ ଭାଇରାଲ ହେବାରୁ ମାଲକାନଗିରିରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details