ଓଡିଶା

odisha

ETV Bharat / state

'ସାଇକେଲ ଚଲାଅ, ଫିଟ ରୁହ' - celebration

ମାଲକାନଗିରିରେ ଯୁବ ରେଡକ୍ରସର ଭାରପ୍ରାପ୍ତ ଅଧ୍ୟକ୍ଷ ରଞ୍ଜନ କୁମାର ସ୍ଵାଇଁଙ୍କ ଅଧ୍ୟକ୍ଷତାରେ ବିଶ୍ଵ ବାଇସାଇକେଲ ଦିବସ ଅବସରରେ ଏକ ରାଲି ଆୟୋଜନ ହୋଇଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

By

Published : Jun 3, 2019, 2:06 PM IST

Updated : Jun 3, 2019, 3:17 PM IST

ମାଲକାନଗିରି: ପ୍ରତ୍ୟେକ ବର୍ଷ ଜୁନ 3 ତାରିଖକୁ ବିଶ୍ଵ ବାଇସାଇକେଲ ଦିବସ ଭାବରେ ପାଳନ କରାଯାଏ । 'ସାଇକେଲ ଚଲାଅ ଫିଟ ରୁହ' ଏହି ସଚେତନତା ବାର୍ତ୍ତା ନେଇ ଉପାନ୍ତ ଜିଲ୍ଲା ମାଲକାନଗିରିରେ ଯୁବ ରେଡକ୍ରସର ଭାରପ୍ରାପ୍ତ ଅଧ୍ୟକ୍ଷ ରଞ୍ଜନ କୁମାର ସ୍ଵାଇଁଙ୍କ ଅଧ୍ୟକ୍ଷତାରେ ଏକ ରାଲି ଆୟୋଜନ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ମାଲକାନଗିରି ଏସଡିପିଓ ହୃଷିକେଶ ଡି ଖିଲାରୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ଏହି ରାଲି ମାଲକାନଗିରି ଦଣ୍ଡକାରଣ୍ୟ ଖେଳ ପଡିଆ ଠାରୁ ବାହାରି ବସଷ୍ଟାଣ୍ଡରେ ଶେଷ ହୋଇଥିଲା । ସାଇକେଲ ଚଲାଇବା ଏକ ଶାରୀରିକ ବ୍ୟାୟାମ ସହ ପ୍ରଦୂଷଣ ମୁକ୍ତ ହୋଇଥାଏ, ସେ ସମ୍ପର୍କରେ ଯୁବପିଢିଙ୍କୁ ଏହି ରାଲି ଦ୍ବାରା ବାର୍ତ୍ତା ଦିଆଯାଇଥିଲା । ରାଲିରେ ଶହେରୁ ଊର୍ଦ୍ଧ୍ବ ଯୁବ ରେଡକ୍ରସ୍‌ , ବିଭିନ୍ନ ବିଦ୍ୟାଳୟ ସହ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ସହରର ବୁଦ୍ଧିଜିବୀ ଯୋଗ ଦେଇଥିଲେ ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Last Updated : Jun 3, 2019, 3:17 PM IST

ABOUT THE AUTHOR

...view details