ଓଡିଶା

odisha

ETV Bharat / state

ଦିନେ ବନ୍ଧୁକରେ ହେଉଥିଲେ ସାମ୍ନାସାମ୍ନି, ଆଜି SPଙ୍କ ହାତରେ ବାନ୍ଧିଲେ ରାକ୍ଷୀ - ଏସପିଙ୍କୁ ରାକ୍ଷୀ ବାନ୍ଧିଲେ ମହିଳା ମାଓବାଦୀ

ମାଲକାନଗିରି ଏସପିଙ୍କ ହାତରେ ରାକ୍ଷୀ ବାନ୍ଧିଲେ ମହିଳା ମାଓବାଦୀ । ଦିନେ ବନ୍ଧୁକରେ ହେଉଥିଲେ ସାମ୍ନାସାମ୍ନି, ଆଜି ବାନ୍ଧିଲେ ସୁରକ୍ଷା ଡୋରି । ଅଧିକ ପଢନ୍ତୁ

ଦିନେ ବନ୍ଧୁକରେ ହେଉଥିଲେ ସାମ୍ନାସାମ୍ନି, ଆଜି SPଙ୍କ ହାତରେଦିନେ ବନ୍ଧୁକରେ ହେଉଥିଲେ ସାମ୍ନାସାମ୍ନି, ଆଜି SPଙ୍କ ହାତରେ ବାନ୍ଧିଲେ ରାକ୍ଷୀ ବାନ୍ଧିଲେ ରାକ୍ଷୀ
ଦିନେ ବନ୍ଧୁକରେ ହେଉଥିଲେ ସାମ୍ନାସାମ୍ନି, ଆଜି SPଙ୍କ ହାତରେ ବାନ୍ଧିଲେ ରାକ୍ଷୀ

By

Published : Aug 12, 2022, 8:17 AM IST

ମାଲକାନଗିରି:ସମୟ ବଦଳିବା ସହ ବଦଳିଛି ମାଓ ପ୍ରବଣ ମାଲକାଲଗିରି ଜିଲ୍ଲାର ଚିତ୍ର । ଦିନେ ପୋଲିସ ସହ ବନ୍ଧୁକ ଗୁଳିରେ ସାମ୍ନାସାମ୍ନି ହେଉଥିଲେ, ଆଜି କିନ୍ତୁ ପୋଲିସ ହାତରେ ବାନ୍ଧିଛନ୍ତି ସୁରକ୍ଷାର ଡୋରି । ଏସପି ନୀତିଶ ବାଧବାନିଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି ପୂର୍ବରୁ ମାଓ ନେତ୍ରୀ ଥିବା ରାଧା ମାଡକାମୀ ଓ ନାଙ୍ଗି କାବାସୀ ।

ଦିନେ ବନ୍ଧୁକରେ ହେଉଥିଲେ ସାମ୍ନାସାମ୍ନି, ଆଜି SPଙ୍କ ହାତରେ ବାନ୍ଧିଲେ ରାକ୍ଷୀ

ଜିଲ୍ଲାର କାଲିମେଳା ଦଲମର ଆଗଧାଡିର ମାଓ ନେତ୍ରୀ ଥିଲେ ରାଧା ମାଡକାମୀ । ଦିନେ ହିଂସା ପଥରେ ଯାଇ ଲୋକଙ୍କୁ ହତ୍ୟା ଓ ଲୁଟପାଟ ଏବଂ ମାରଧର କରୁଥିଲେ । ସେହିପରି ପଡିଆ ଦଲମର ପାର୍ଟି ମେମ୍ବର ଭାବେ ଦୀର୍ଘଦିନ ଧରି କାମ କରିଥିଲେ ନାଙ୍ଗି କାବାସୀ । ସେ ମଧ୍ୟ ଲୋକଙ୍କ ମନରେ ଭୟ ଜାତ କରିବାରେ ସଫଳ ହୋଇଥିଲା । ଦୁହେଁ ମହିଳା ମାଓବାଦୀ ସଂଗଠନରେ ହେଉଥିବା ନାରୀ ନିର୍ଯାତନାକୁ ସହ୍ୟ କରିନପାରି ସଂଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହୋଇଥିଲେ । ଆଉ ଏବେ ବେସ ଖୁସିଥିବା କହିଛନ୍ତି ।

ରାକ୍ଷୀ ପୂର୍ଣ୍ଣିମା ଅବସରରେର ଦୁହେଁ ଏସପି ନୀତିଶ ବାଧବାନିଙ୍କୁ ରାକ୍ଷୀ ବାନ୍ଧି ଏକତାର ଏବଂ ଭାଇଭଉଣୀର ସମ୍ପର୍କର ନିବିଡତାକୁ ଦର୍ଶାଇଛନ୍ତି । ଏସପି ମଧ୍ୟ ସମସ୍ତ ନକ୍ସଲମାନଙ୍କୁ ଘରକୁ ଫେରିଆସିବାକୁ ଅନୁରୋଧ କରିଥିଲେ । ସେମାନଙ୍କୁ ସରକାରଙ୍କର ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯିବା ସହ ବଞ୍ଚିବାର ରାହା ଦେଖାଇଦିଆଯିବ ବୋଲି କହିଥିଲେ ।

ABOUT THE AUTHOR

...view details