ଓଡିଶା

odisha

ETV Bharat / state

ମହିଳା ମାଓ ନେତ୍ରୀଙ୍କ ଆତ୍ମସମର୍ପଣ; ମୁଣ୍ଡ ଉପରେ ଥିଲା ଲକ୍ଷେ ଟଙ୍କା ପୁରସ୍କାର - ମହିଳା ମାଓ ନେତ୍ରୀ

Woman Maoist Surrender: ମାଓ ସଂଗଠନରେ ମହିଳାଙ୍କୁ ଖରାପ ବ୍ୟବହାର । ଆତ୍ମସମର୍ପଣ କଲେ ମହିଳା ମାଓ ନେତ୍ରୀ ଉଙ୍ଗି ମାଡଭି । ଅଧିକ ପଢନ୍ତୁ

ମହିଳା ମାଓ ନେତ୍ରୀ
Women Maoist surrenders

By ETV Bharat Odisha Team

Published : Jan 11, 2024, 8:33 AM IST

ମହିଳା ମାଓ ନେତ୍ରୀଙ୍କ ଆତ୍ମସମର୍ପଣ

ମାଲକାନଗିରି: ପୋଲିସ ନିକଟରେ ଆତ୍ମସମର୍ପଣ କଲେ ମହିଳା ମାଓ ନେତ୍ରୀ । ମାଓ ସଂଗଠନର ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ମହିଳା ସଦସ୍ୟ ଉଙ୍ଗି ମାଡଭି ବୁଧବାର ମାଲକାନଗିରି ପୋଲିସ ନିକଟରେ ଆତ୍ମସର୍ମପଣ କରିଛନ୍ତି । ତାଙ୍କ ମୁଣ୍ଡ ଉପରେ ଥିଲା ୧ ଲକ୍ଷ ଟଙ୍କାର ପୁରସ୍କାର । ମାଓ ସଂଗଠନରେ ବରିଷ୍ଠ ନେତାମାନେ ଖରାପ ବ୍ୟବହାର କରୁଥିବାରୁ ସେ ସଂଗଠନର ହାତ ଛାଡିଥିବା କହିଛନ୍ତି । ୨୦୧୬ ମସିହାରେ ସିପିଆଇ ମାଓ ସଂଗଠନରେ ଉଙ୍ଗି ସାମିଲ ହୋଇଥିଲେ । ଆତ୍ମ ସମର୍ପଣ କରିବା ପରେ ଓଡ଼ିଶା ସରକାରଙ୍କ ପକ୍ଷରୁ ବିଭିନ୍ନ ସୁବିଧା ତାଙ୍କୁ ଯୋଗାଇ ଦିଆଯିବ ବୋଲି ମାଲକାନଗିରି ଆରକ୍ଷୀ ଅଧିକ୍ଷକ ନିତେଶ ୱାଧୱାନି ପ୍ରକାଶ କରିଛନ୍ତି ।

ମାଲକାନଗିରି ଏସପି କହିଛନ୍ତି ଯେ, ଉଙ୍ଗି ମାଡଭିଙ୍କ ଘର ଛତିଶଗଡ ରାଜ୍ୟ ଦାନ୍ତେୱାଡା ଜିଲ୍ଲା ପିତାଦାବା ଗ୍ରାମରେ । ସେ ୨୦୧୬ ମସିହାରେ ସିପିଆଇ ମାଓ ସଂଗଠନରେ ସାମିଲ ହୋଇଥିଲେ । ସେ ମାଓ ସଂଗଠନ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ଦରଭା ଡିଭିଜନ ଅନ୍ତର୍ଗତ କାଙ୍ଗେର ଘାଟି ଏରିଆ କମିଟିରେ ରହି ମହୁପଦର ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ । ପ୍ରାୟ ୩୮ରୁ ଅଧିକ ମାଓ ହିଂସାରେ ତାଙ୍କର ସମ୍ପୃକ୍ତି ରହିଛି । ଓଡିଶାର ମାଥିଲି ବ୍ଲକ ଅନ୍ତର୍ଗତ ମହୁପଦର ଓ ତୁଳସୀ ପାହାଡ ଅଞ୍ଚଳରେ ସେ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରି ଆସୁଥିଲେ । ତାଙ୍କୁ ଧରିବା ପାଇଁ ଓଡିଶା ସରକାର ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲେ । ବହୁ ବର୍ଷ ଧରି ମାଲକାନଗିରି ଜିଲ୍ଲା ପୋଲିସ ଉଙ୍ଗିକୁ ଖୋଜୁଥିବା ବେଳେ ଗିରଫ କରିବାରେ ସକ୍ଷମ ହୋଇପାରିନଥିଲା ।

ଏହା ମଧ୍ୟ ପଢନ୍ତୁ-ଆତ୍ମସମର୍ପଣ କଲେ ୩ ହାର୍ଡକୋର୍ ମାଓବାଦୀ, ସାମିଲ ଅଛନ୍ତି ମହିଳା କ୍ୟାଡର୍

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଉଙ୍ଗି ମାଡଭି ଅନୁଭବ କରିଥିଲେ ମାଓ ସଂଗଠନ ହିଂସାତ୍ମକ ପଥକୁ ଅଗ୍ରସର ହେଉଛି ଓ ବିକାଶର ରାସ୍ତାରେ ଠିଆ ହୋଇ ବିପରୀତ କାର୍ଯ୍ୟ କରୁଛି । ନିରୀହ ଆଦିବାସୀମାନଙ୍କୁ ନିଜ ମଧ୍ୟରେ ଲଢ଼େଇ କରିବା ପାଇଁ ପ୍ରସ୍ତୁତ କରୁଛନ୍ତି । ଏହାକୁ ନମାନିଲେ ପୋଲିସ ସୂଚନାଦାତାର ଆଖ୍ୟା ଦିଆଯାଇ ନିର୍ଦ୍ଦୟ ଭାବରେ ହତ୍ୟା କରାଯାଉଛି । ସେମାନେ ନିଜ ଅଞ୍ଚଳର କିଛି ଉନ୍ନତି କରୁନାହାନ୍ତି କେବଳ ନିଜର ସ୍ବାର୍ଥ ହାସଲ କରିବା ପାଇଁ କାର୍ଯ୍ୟ କରୁଛନ୍ତି ।

ଏଥିସହ ଉଙ୍ଗି ମାଡଭିଙ୍କୁ ଆଞ୍ଚଳିକ ସ୍ତରରେ ଥିବା ବରିଷ୍ଠ ନେତା ସହିତ ତେଲୁଗୁ ଭାଷା ଓ ଅନ୍ୟ କ୍ୟାଡର ନେତାମାନେ ଖରାପ ବ୍ୟବହାର କରୁଥିଲେ । ଏହି କାରଣରୁ ସେ ଆତ୍ମସମର୍ପଣ କରିଛନ୍ତି । ଓଡ଼ିଶା ପୋଲିସ ମଧ୍ୟ ଆଭ୍ୟନ୍ତରୀଣ କ୍ଷେତ୍ରରେ କାର୍ଯ୍ୟ କରି ଆତ୍ମସମର୍ପଣ କରିବା ପାଇଁ ଆହ୍ବାନ କରୁଛି । କିଛି ସ୍ଥାନୀୟ ସକ୍ରିୟ ମାଓବାଦୀ କ୍ୟାଡର ମଧ୍ୟ ଆତ୍ମସମର୍ପଣ କରିବା ପାଇଁ ଇଚ୍ଛୁକ ଥିଲେ ହେଁ ସେମାନଙ୍କୁ ଆତ୍ମସମର୍ପଣ କରିବାକୁ ଦିଆଯାଉନାହିଁ । ସେମାନଙ୍କୁ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ବରିଷ୍ଠ ମାଓବାଦୀ ନେତାମାନେ ହତ୍ୟା କରିବାର ଧମକ ଦେଉଛନ୍ତି ।

ମାଓବାଦୀମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଓଡିଶା ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ହିଂସା ପଥ ଛାଡି ଗତ ୨ ବର୍ଷ ମଧ୍ୟରେ ୨୧ ଜଣରୁ ଅଧିକ ବରିଷ୍ଠ ମାଓନେତା ଓ ଶତାଧିକ ସକ୍ରିୟ ମିଲିସିଆମାନେ ମାଲକାନଗିରି ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଏବେ ବହୁତ କମ ମାଓବାଦୀ କ୍ୟାଡର ରହିଛନ୍ତି ଏବଂ ସେମାନେ ମଧ୍ୟ ଏକ ସୁଯୋଗକୁ ଅପେକ୍ଷା କରିଛନ୍ତି । ସେମାନଙ୍କୁ ମାଓନେତାମାନେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରି ରଖୁଛନ୍ତି, ମାଓ ସଂଗଠନରେ ରହି ବାଧ୍ୟତାମୂଳକ ଭାବରେ କାର୍ଯ୍ୟ କରାଉଛନ୍ତି ।

ମାଥିଲି ବ୍ଲକ ଅନ୍ତର୍ଗତ ତୁଳସୀ ପାହାଡରେ ବିଏସଫ ସିଓବି କ୍ୟାମ୍ପ ହେବା ପରେ ସେଠାରେ ଏକ ଶାନ୍ତିପୂର୍ଣ୍ଣ ଏବଂ ନିରାପଦ ପରିବେଶ ସୃଷ୍ଟି କରିଥିବାରୁ ପାହାଡିଆ ଅଞ୍ଚଳରେ ଥିବା ମାଓବାଦୀମାନେ ଆତ୍ମସମର୍ପଣ କରିବାକୁ ଆଗେଇ ଆସିଛନ୍ତି । ସେହି ଆଭ୍ୟନ୍ତରୀଣ ଅଞ୍ଚଳରେ ପୋଲିସ ଅପରେସନ କରିବାରେ ମଧ୍ୟ ସହାୟକ ହେଉଥିବା ଏସପି କହିଛନ୍ତି ।

ଇଟିଭି ଭାରତ,ମାଲକାନଗିରି

ABOUT THE AUTHOR

...view details