ଓଡିଶା

odisha

ETV Bharat / state

ଦାଉ ସାଧିଲା ବର୍ଷା , ନଦୀ କୂଳରେ ମହିଳାଙ୍କ ପ୍ରସବ କରାଇଲେ ମେଡିକାଲ ଟିମ - ମାଲକାନଗିରିରେ ବର୍ଷା

ନଦୀରେ ଜଳ ସ୍ତର ବଢିବା କାରଣରୁ ନଦୀପାର ହୋଇ ପାରିଲେ ନାହିଁ ପ୍ରସୂତି ମହିଳା । ଶେଷରେ ଡାକ୍ତର ଖାନାରେ ପହଞ୍ଚି ନପାରି ନଦୀକୂଳରେ ଶିଶୁକୁ ଦେଲେ ଜନ୍ମ । ଅଧିକ ପଢନ୍ତୁ

ଦାଉ ସାଧିଲା ବର୍ଷା , ନଦୀ କୂଳରେ ମହିଳାଙ୍କ ପ୍ରସବ କରାଇଲେ ଉଦ୍ଧାରକାରୀ ଦଳ
ଦାଉ ସାଧିଲା ବର୍ଷା , ନଦୀ କୂଳରେ ମହିଳାଙ୍କ ପ୍ରସବ କରାଇଲେ ଉଦ୍ଧାରକାରୀ ଦଳ

By

Published : Jul 18, 2022, 3:43 PM IST

ମାଲକାନଗିରି: ଆସହ୍ୟ ହେଲା ପ୍ରସବ ଯନ୍ତ୍ରଣା, ନଦୀର ଜଳ ସ୍ତର ବଢିବା କାରଣରୁ ନଦୀପାର ହୋଇ ପାରିଲେ ନାହିଁ ପ୍ରସୂତୀ ମହିଳା । ଶେଷରେ ଡାକ୍ତରନାରେ ପହଞ୍ଚି ନପାରି ନଦୀକୂଳରେ ଶିଶୁକୁ ଜନ୍ମ ଦେଲେ । ଏଭଳି ପରିସ୍ଥିତିରେ ଦେବଦୂତ ସାଜି ମହିଳାଙ୍କ ପ୍ରସବ କରାଇବା ପରେ ଡାକ୍ତରଖାନାରେ ସୁରକ୍ଷିତ ଭାବେ ପହଞ୍ଚାଇଥିଲେ ମେଡିକାଲ ଟିମ । ମାଲକାନଗିରି ଗଙ୍ଗାଲୁର ଅଞ୍ଚଳର ଝାରଗୋୟା ଠାରେ ଏଭଳି ଘଟଣା ଘଟିଛି ।

ଦାଉ ସାଧିଲା ବର୍ଷା , ନଦୀ କୂଳରେ ମହିଳାଙ୍କ ପ୍ରସବ କରାଇଲେ ଉଦ୍ଧାରକାରୀ ଦଳ

ସୂଚନା ଅନୁଯାୟୀ, ଝାରଗୋୟା ଅଞ୍ଚଳର ସରିତା ଗୋଁଦିଙ୍କ ପ୍ରସବ ବେଦନା ହେତୁ ପରିବାର ଲୋକେ ପ୍ରସୂତୀଙ୍କୁ ଡାକ୍ତରଖାନାକୁ ନେବା ପାଇଁ ଏକ ଭାରରେ ଝାରଗୋୟା ନଦୀ କୂଳକୁ ଆଣିଥିଲେ । କିନ୍ତୁ ବର୍ଷା ଯୋଗୁଁ ନଦୀର ଜଳସ୍ତର ଅଧିକ ଥିବାରୁ ନଦୀ ପାର୍‌ କରାଇବା ସମ୍ଭବ ହୋଇନଥିଲା । ଏହି ଖବର ସେହି ଅଞ୍ଚଳର ତହସିଲଦାର ପାଇବା ପରେ ଜନପଦ ପଞ୍ଚାୟତ ବିଜପୁର ସିଇଓଙ୍କୁ ସୂଚନା ଦେଇଥିଲେ ।

ଏହା ପରେ ତୁରନ୍ତ ଏକ ଉଦ୍ଧାରକାରୀ ଦଳକୁ ସିଇଓ ଘଟଣାସ୍ଥଳକୁ ପଠାଇଥିଲେ । ମହିଳାଙ୍କ ଅତ୍ୟଧିକ ପ୍ରସବ ଯନ୍ତ୍ରଣା ହେତୁ ନଦୀ କୂଳରେ ହିଁ ମେଡିକାଲ ଟିମ ନିରାପଦ ଭାବେ ମହିଳାଙ୍କର ପ୍ରସବ କରାଇଥିଲେ । ଏହା ପରେ ମାଆ ଓ ଶିଶୁକୁ ମୋଟର ବୋଟରେ ନଦୀ ପାର୍‌ କରାଯାଇ ରେଡ୍ଡୀ ଗାଁର ଉପ-ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ବର୍ତ୍ତମାନ ଉଭୟ ମାଆ ଏବଂ ଶିଶୁ ସୁସ୍ଥ ଥିବା ସୂଚନା ମିଳିଛି ।

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details