ଓଡିଶା

odisha

ETV Bharat / state

ପତ୍ନୀଙ୍କୁ ନଜଣାଇ ଫାଇନାନ୍ସରେ ଫୋନ କିଣିଲେ ସ୍ବାମୀ, ମହିଳାଙ୍କ ଆତ୍ମହତ୍ୟା

ପାରିବାରିକ କଳହର କରୁଣ ପରିଣତି । ସ୍ବାମୀ ଇଏମଆଇ(EMI)ରେ ଫୋନ କିଣିବାରୁ ବିଷ ପିଇ ଆତ୍ମହତ୍ୟା କଲେ ପତ୍ନୀ । ଅଧିକ ପଢ଼ନ୍ତୁ

woman committed suicide for mobile in malkangiri
ପତ୍ନୀଙ୍କୁ ନଜଣାଇ ଫାଇନାନ୍ସରେ ଫୋନ କିଣିଲେ ସ୍ବାମୀ, ମହିଳାଙ୍କ ଆତ୍ମହତ୍ୟା

By

Published : Oct 19, 2022, 1:09 PM IST

ମାଲକାନଗିରି: ମୋବାଇଲ ନେଲା ଜୀବନ ! ସ୍ବାମୀ ଇଏମଆଇରେ ଫୋନ କିଣିବାରୁ ବିଷ ପିଇ ଆତ୍ମହତ୍ୟା କଲେ ପତ୍ନୀ। ମାଲକାନଗିରି ଜିଲ୍ଲାରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପତ୍ନୀଙ୍କ ଅବସ୍ଥା ଦେଖି ଗୁରୁତର ଅବସ୍ଥାରେ ସ୍ବାମୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।

ପତ୍ନୀଙ୍କୁ ନଜଣାଇ ଫାଇନାନ୍ସରେ ଫୋନ କିଣିଲେ ସ୍ବାମୀ

ମାଲକାନଗିରି ଜିଲ୍ଲା ଅନ୍ତର୍ଗତ mpv 14 ଗ୍ରାମରରେ ଜ୍ୟୋତି ଓ କନାଇ ଦେଢ଼ ବର୍ଷ ହେବ ବିବାହ କରି ରହୁଥିଲେ । କନାଇ ପାଖରେ ଟଙ୍କା ନଥିବାରୁ ସ୍ତ୍ରୀ ଜ୍ୟୋତି ପାଇଁ ଫାଇନାନ୍ସରେ ଏକ ମୋବାଇଲ କିଣି ଦେଇଥିଲେ । ତେବେ ଫାଇନାନ୍ସରେ ଫୋନ କିଣିବା କଥା ଜ୍ୟୋତି ଜାଣି ନଥିଲେ । ଏହାର ଶେଷ କିସ୍ତି ସରିବା ପରେ ଫାଇନାନ୍ସ ଅଫିସର ଜଣେ କର୍ମଚାରୀ ଦସ୍ତଖତ ପାଇଁ କନାଇ ଘରକୁ ଯାଇଥିଲେ । ଏହି ସମୟରେ କନାଇ ଘରେ ନଥିବାବେଳେ ପତ୍ନୀ ଜ୍ୟୋତି ଫାଇନାନ୍ସ କଥା ଜାଣିବାକୁ ପାଇଲେ । ସ୍ୱାମୀ ଆସିବା ପରେ ଏହାକୁ ନେଇ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହାପରେ ପତ୍ନୀ ଜ୍ୟୋତି ବିଷ ପିଇ ଦେଇଥିଲେ । ସ୍ତ୍ରୀର ଏଭଳି ଅବସ୍ଥା ଦେଖି କନାଇ ମଧ୍ୟ ଗୁରୁତର ହୋଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ:ଭୁଲ ଚିକିତ୍ସା ଯୋଗୁଁ ଚାଲିଗଲା ବ୍ୟବସାୟୀଙ୍କ ଜୀବନ, ନକଲି ଡାକ୍ତରାଣୀ ଫେରାର

ଦୁହିଁଙ୍କୁ ଗୁରୁତର ଅବସ୍ଥାରେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାର ଡାକ୍ତର ଜ୍ୟୋତିଙ୍କୁ ମୃତ ଘୋଷଣା କରିଥିବାବେଳେ କନାଇଙ୍କ ଚିକିତ୍ସା ଜାରି ରହିଛି । ଅନେଇ ସ୍ବାମୀ କହିଛନ୍ତି, " ପତ୍ନୀ ଦାମୀ ଫୋନ କିଣିବା ପାଇଁ କହିଥିଲେ । କିନ୍ତୁ ସେଥିପାଇଁ ଟଙ୍କା ନଥିବାରୁ ତାଙ୍କୁ ନଜଣାଇ ଫାଇନାନ୍ସରେ ଫୋନ କିଣିଥିଲି । କିନ୍ତୁ ଏସମ୍ପର୍କରେ ସେ ଜାଣିବା ପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହାପରେ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।"

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details