ଓଡିଶା

odisha

ETV Bharat / state

ଜଳ ଘେରରେ ଜାନବାଇ ସ୍ବାସ୍ଥ୍ୟକେନ୍ଦ୍ର, ନିରବଦ୍ରଷ୍ଟା ପ୍ରଶାସନ - malkangiri janbai medical problem

ଦୀର୍ଘ ୫ ଦିନ ଧରି ଜଳ ଘେରରେ ରହିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଜାନବାଇ ସ୍ବାସ୍ଥ୍ୟକେନ୍ଦ୍ର । ଗୁହାରୀ ସତ୍ତ୍ବେ ଚୁପ ରହିଛି ପ୍ରଶାସନ ।

ଜଳ ଘେରରେ ଜାନବାଇ ସ୍ବାସ୍ଥ୍ୟକେନ୍ଦ୍ର, ନିରବଦ୍ରଷ୍ଟା ପ୍ରଶାସନ

By

Published : Oct 16, 2019, 3:00 PM IST

ମାଲକାନଗିରି: ପଦାରେ ପଡିଲା ସରକାରଙ୍କ ପାରିବା ପଣିଆ । ଏକଥା ଆମେ କହୁନୁ ଏକଥା କହୁଛି ଆଣ୍ଠୁଏ ପାଣିରେ ଉବୁଟୁବୁ ହେଉଥିବା ଡାକ୍ତରଖାନା । ଏ ଚିତ୍ର ହେଉଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ଵାଭିମାନ ଅଞ୍ଚଳ କୁହାଯାଉଥିବା ଜାନବାଇ ସ୍ବାସ୍ଥ୍ୟକେନ୍ଦ୍ର। ଏହା ଆଜିର ନୁହେଁ କି କାଲିର ନୁହେଁ ଦୀର୍ଘ ୫ ଦିନ ଧରି ଜଳ ଘେରରେ ରହିଛି ଜାନବାଇ ସ୍ବାସ୍ଥ୍ୟକେନ୍ଦ୍ର ।

ଜଳ ଘେରରେ ଜାନବାଇ ସ୍ବାସ୍ଥ୍ୟକେନ୍ଦ୍ର, ନିରବଦ୍ରଷ୍ଟା ପ୍ରଶାସନ


ବର୍ହି ବିଭାଗ ଠାରୁ ଆରମ୍ଭ କରି ମେଡ଼ିସିନ ଷ୍ଟୋର, ଡାକ୍ତରଙ୍କ କକ୍ଷ ସବୁଥିରେ ପଶିଛି ପାଣି । ଫଳରେ ରୋଗୀ ସେବା ସମ୍ପୂର୍ଣ୍ଣ ମାତ୍ରାରେ ବାଧାପ୍ରାପ୍ତ ହୋଇଛି । ଏହି ଡାକ୍ତରଖାନା ଉପରେ ପ୍ରାୟ ୨୦ହଜାରରୁ ଊର୍ଦ୍ଧ୍ବ ଲୋକେ ନିର୍ଭର କରୁଥିବାବେଳେ ଏହାର ବାସ୍ତବ ସ୍ଥିତି ପରଖି ଥିଲା ଆମ ଇଟିଭି ଭାରତ ଟିମ। ଆଉ ସେହି ସ୍ବାସ୍ଥ୍ୟକେନ୍ଦ୍ରର ଅଧିକାରୀ ଜଗନ୍ନାଥ ପାଢି ଆମ କ୍ୟାମେରା ସମ୍ମୁଖରେ ଯାହା କହିଛନ୍ତି ଆପଣ ଶୁଣିଲେ ଆପଣଙ୍କ ମଧ୍ୟ ହୋସ ଉଡିଯିବ ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details