ଓଡିଶା

odisha

ETV Bharat / state

ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ - ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ

ଦେଶରେ ଇସଲାମିକ କ୍ରୁରତା ବୃଦ୍ଧି ପାଇଥିବା ବିଶ୍ବ ହିନ୍ଦୁ ପରିଷଦର ଅଭିଯୋଗ । ଏହି ଘଟଣାକୁ ନିନ୍ଦା କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପରିଷଦ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ

ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ
ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ

By

Published : Jun 17, 2022, 12:24 PM IST

ମାଲକାନଗିରି: ଦେଶରେ ବୃଦ୍ଧି ପାଇବାରେ ଇସଲାମିକ କ୍ରୁରତା । ଏହି ଘଟଣାକୁ ନିନ୍ଦା କରି ମାଲକାନଗିରି ଜିଲ୍ଲା ବିଶ୍ବ ହିନ୍ଦୁ ପରିଷଦ ତରଫରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି । ସୂଚନାଅନୁସାରେ, କିଛି ଦିନ ହେଲା ଯୋଜନାବଦ୍ଧ ଭାବେ ଦେଶସାରା ଇସଲାମିକ କ୍ରୁରତା ବଢ଼ିବା ସହ ହିନ୍ଦୁମାନଙ୍କ ଉପରେ ଆକ୍ରମଣ କରାଯାଉଥିବା ପରିଷଦର ସଦସ୍ୟ ଅଭିଯୋଗ କରିଛନ୍ତି ।

ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ

ଶ୍ରୀରାମ ନବମୀ ଦିନ ରାଲିରେ ବାହାରିଥିବା ହିନ୍ଦୁ ମାନଙ୍କ ଉପରେ ପଥର ଫିଙ୍ଗା ଯାଇଥିଲା । ଏହାକୁ ନେଇ ଦେଶବ୍ୟାପୀ ବିବାଦ ଦେଖାଦେଇଥିଲା । ଆଉ କିଛି ସ୍ଥାନରେ ହନୁମାନ ଜୟନ୍ତୀ ବେଳେ ମଧ୍ୟ ପଥର ଫିଙ୍ଗା ଯାଇଥିଲା । କର୍ଣ୍ଣାଟକରେ ବଜରଙ୍ଗ ଦଳର ଜଣେ କର୍ମକର୍ତ୍ତାଙ୍କୁ ହତ୍ୟା କରାଗଲା । ନୁପୁର ଶର୍ମା ଏବଂ ନବୀନ ଜିନ୍ଦଲଙ୍କ ବୟାନକୁ ନେଇ ଗତ ଶୁକ୍ରବାର ଦିନ ନମାଜ ସରିବା ପରେ ହିନ୍ଦୁମାନଙ୍କ ଘର, ଦୋକାନ ଏବଂ ଯାନବାହାନରେ ନିଆଁ ଲଗାଇ ଦିଆଯିବା ସହ ପୋଲିସ ଉପରେ ମଧ୍ୟ ହମଲା ହୋଇଥିଲା ।

ଏହି ଘଟଣାକୁ ନିନ୍ଦା କରି ମାଲକାନଗିରି ଜିଲ୍ଲା ବିଶ୍ବ ହିନ୍ଦୁ ପରିଷଦ ତରଫରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି । ଏଭଳି ଘଟଣାକୁ ନିନ୍ଦା କରାଯିବା ସହ ଆଗାମୀ ଦିନରେ ଏହାକୁ ନେଇ ଯେପରି ଉତ୍ତେଜନା ନହେଉ ସେଥିପ୍ରତି ଧ୍ୟାନ ଦେବାକୁ ଦାବିପତ୍ର ମାଧ୍ୟମରେ କୁହାଯାଇଛି ।

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details