ମାଲକାନଗିରି :ମାଲକାନଗିରି ଗୌଡଗୁଡା ଗ୍ରାମପଞ୍ଚାୟତର ତଣ୍ଡିକି କାଦବାହାଲ ୧ ନମ୍ବର ୱାର୍ଡ ଠାରେ ଥିବା ସାବିତ୍ରୀ ଷ୍ଟେ।ନ କ୍ରସର ପଥର ଖଣିକୁ ପ୍ରଶାସନ ତରଫରୁ ଟେଣ୍ଡର କରିବା ପାଇଁ, ପଲ୍ଲିସଭା କରି ଲିଜ୍ ଦିଆଯାଇଛି । ଏନେଇ ସ୍ଥାନୀୟ ଲୋକଙ୍କ ମତ ଲୋଡା ଯାଇଥିଲା । କିନ୍ତୁ ଏହି ପଥର ଖଣି ବହୁ ବର୍ଷ ଧରି ଏହି ଚାରୋଟି ଗ୍ରାମର ମଝିରେ ଥିବା ଯୋଗୁଁ ଲୋକେ ଆତଙ୍କିତ । ପଥର ଖନନ ପାଇଁ ଯେଉଁ ବ୍ଲାଷ୍ଟିଙ୍ଗ କରାଯାଉଛି ସେଥିରେ ଘର ଫାଟିବା ସହିତ ରାସ୍ତାରେ ଯାଉଥିବା ଲୋକ କିମ୍ବା ସ୍କୁଲରେ ଯାଉଥିବା, ପିଲା ମଧ୍ୟ ସୁରକ୍ଷିତ ମଣୁନାହାନ୍ତି ।
ତେଣୁ ଆଜି ଜିଲ୍ଲା ପ୍ରଶାସନ ତରଫରୁ ଖଣି ନିକଟରେ ଥିବା ଚାରୋଟି ଗ୍ରାମ କାଦବାହାଲ, ତଣ୍ଡିକି କାଦବାହାଲ, ରୁକ୍ମଣୀଗୁଡା ଏବଂ ସଭାପତି ଗୁଡା ଗ୍ରାମବାସୀଙ୍କୁ ପଲ୍ଲୀସଭା ଡକାଯାଇଥିଲା । ପଲ୍ଲୀ ସଭାରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଗୌଡଗୁଡା ସରପଞ୍ଚ ସମିତି ସଭ୍ୟ ପଞ୍ଚାୟତର ସମସ୍ତ ୱାର୍ଡ ମେମ୍ବରଙ୍କ ଉପସ୍ଥିତରେ ଚାରୋଟି ଗ୍ରାମର ଗ୍ରାମବାସୀ ଏହି ସାବିତ୍ରୀ ଷ୍ଟେ।ନ କ୍ରସରକୁ ବିରୋଧ କରିଥିଲେ ।