ଓଡିଶା

odisha

ETV Bharat / state

ପେଟା ପଥର ଖଣିକୁ ବିରୋଧ, ଶତାଧିକ ଗ୍ରାମବାସୀଙ୍କ ବୈଠକ - ମାଲକାନଗିରି ଖବର

ମାଲକାନଗିରି ଜିଲ୍ଲା ପୂସୁଗୁଡା ପଞ୍ଚାୟତର ପେଟା ଗ୍ରାମରେ ଚାଲିଥିବା ପଥର ଖଣିକୁ ବିରୋଧ କରି ଆଜି ସୀମାନ୍ତ ମୋଟୁ ପଞ୍ଚାୟତର ଶତାଧିକ ଲୋକ ଏବଂ ପୂସୁଗୁଡା ପଞ୍ଚାୟତର କିଛି ଲୋକ ମୁରଲୀଗୁଡ଼ା ଗ୍ରାମଠାରେ ଏକ ବୈଠକ ଆୟୋଜନ କରିଥିଲେ । ବୈଠକ ସମୟରେ କୋଭିଡ-19 ନିୟମକୁ ପାଳନ କରାଯାଇଥିବା ଦେଖିବାକୁ ମିଳିଥିଲା । ଅଧିକ ପଢନ୍ତୁ...

ପେଟା ପଥର ଖଣିକୁ ବିରୋଧ, ଶତାଧିକ ଗ୍ରାମବାସୀଙ୍କ ବୈଠକ
ପେଟା ପଥର ଖଣିକୁ ବିରୋଧ, ଶତାଧିକ ଗ୍ରାମବାସୀଙ୍କ ବୈଠକ

By

Published : Oct 30, 2020, 2:22 PM IST

Updated : Oct 30, 2020, 5:20 PM IST

ମାଲକାନଗିରି: ପେଟା ପଥର ଖଣିକୁ ବିରୋଧ । ଏସବୁକୁ ବନ୍ଦ କରିବା ନେଇ ଶତାଧିକ ଗ୍ରାମବାସୀଙ୍କ ବୈଠକ । ମାଲକାନଗିରି ଜିଲ୍ଲା ପୂସୁଗୁଡା ପଞ୍ଚାୟତର ପେଟା ଗ୍ରାମରେ ଚାଲିଥିବା ପଥର ଖଣିକୁ ବିରୋଧ କରି ଆଜି ସୀମାନ୍ତ ମୋଟୁ ପଞ୍ଚାୟତର ଶତାଧିକ ଲୋକ ଏବଂ ପୂସୁଗୁଡା ପଞ୍ଚାୟତର କିଛି ଲୋକ ମୁରଲୀଗୁଡ଼ା ଗ୍ରାମଠାରେ ଏକ ବୈଠକ ଆୟୋଜନ କରିଥିଲେ । ବୈଠକ ସମୟରେ କୋଭିଡ-19 ନିୟମକୁ ପାଳନ କରାଯାଇଥିବା ଦେଖିବାକୁ ମିଳିଥିଲା ।

ବୈଠକରେ ମୋଟୁ ପଞ୍ଚାୟତର ସରପଞ୍ଚ ମୁନା ସୋଡି ଏବଂ ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ମଧ୍ୟ ଉପସ୍ଥିତ ରହିଥିଲେ । ମୋଟୁ ପଞ୍ଚାୟତର ସମସ୍ତ ଗ୍ରାମ ଗୁଡିକ ପେଟା ପଥର ଖଣିର ତଳିଆ ଅଞ୍ଚଳ ହୋଇଥିବା ବେଳେ ଖଣି ପାହାଡ ସମ୍ପୂର୍ଣ୍ଣ କାଟିବା ପରେ ତଳିଆ ଅଞ୍ଚଳ ବା ମୋଟୁ ପଞ୍ଚାୟତର ଅନେକ ଗ୍ରାମର ଶହ ଶହ ହେକ୍ଟର ଚାଷ ଜମି ଜଳ ମଗ୍ନ ହୋଇଥାଏ । ଫଳରେ ଗ୍ରାମବାସୀଙ୍କୁ ନାନା ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଯଥା ଶୀଘ୍ର ସରକାର ଏଥିପ୍ରତି ଧ୍ୟାନ ଦେବା ସହ ଉଚ୍ଚ ସ୍ତରୀୟ ଭାବେ ତଦନ୍ତ କରାଯାଇ ତଳିଆ ଅଞ୍ଚଳ ବା ମୋଟୁ ଅଞ୍ଚଳବାସୀଙ୍କୁ ନ୍ୟାୟ ଦେବା ସହ ଏହି ପଥର ଖଣିକୁ ବନ୍ଦ କରାଯାଉ ବୋଲି ଅଞ୍ଚଳବାସୀ ଦାବି କରୁଛନ୍ତି |

ପେଟା ପଥର ଖଣିକୁ ବିରୋଧ, ଶତାଧିକ ଗ୍ରାମବାସୀଙ୍କ ବୈଠକ

ତେବେ କିଛି ଦିନ ମଧ୍ୟରେ ସମସ୍ୟାର ସମାଧାନ ନହେଲେ ପୁଣି ଆଗାମୀ କିଛି ଦିନ ମଧ୍ୟରେ ବିରାଟ ଜନ ଆନ୍ଦୋଳନ କରିବା ସହ ଜିଲ୍ଲାପାଳଙ୍କ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଚିଠି ପ୍ରଦାନ କରାଯିବ ବୋଲି ଅଞ୍ଚଳବାସୀ କହିଛନ୍ତି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

Last Updated : Oct 30, 2020, 5:20 PM IST

ABOUT THE AUTHOR

...view details