ଓଡିଶା

odisha

ETV Bharat / state

ବିଭିନ୍ନ ଦାବି ନେଇ ଅଙ୍ଗନବାଡି କେନ୍ଦ୍ରରେ ପଡିଲା ତାଲା - ବିଭିନ୍ନ ଦାବି ନେଇ ଅଙ୍ଗନବାଡିରେ ତାଲା

ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଏମପିଭି 73 କୁନାଲପଲ୍ଲୀ ଗ୍ରାମରେ ଥିବା ସବସେଣ୍ଟର ଅଙ୍ଗନବାଡି କେନ୍ଦ୍ରରେ ଗାଁ ଲୋକେ ତାଲା ପକାଇଛନ୍ତି । ବିଶେଷ କରି ପିଲାମାନଙ୍କର ଶାରୀରିକ ଓ ମାନସିକ ବିକାଶ ପାଇଁ ଦିଆଯାଉ ଥିବା ଛତୁଆ, ପୁଷ୍ଟିକର ଖାଦ୍ୟ ଓ ଅଣ୍ଡା କିଛି ମଧ୍ୟ ଦିଆଯାଉନାହିଁ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ମାଲକାନଗିରି

By

Published : Oct 1, 2019, 3:09 PM IST

ମାଲକାନଗିରି: ଜିଲ୍ଲାର କାଲିମେଳା ବ୍ଲକ ଏମପିଭି 73 କୁନାଲପଲ୍ଲୀ ଗ୍ରାମରେ ଥିବା ସବସେଣ୍ଟର ଅଙ୍ଗନବାଡି କେନ୍ଦ୍ରରେ ଗାଁ ଲୋକେ ତାଲା ପକାଇଛନ୍ତି । ଆଜି ଗାଁ ଲୋକେ ବିଭିନ୍ନ ଅଭିଯୋଗ ଦାବି କରି ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଗ୍ରାମର ଶତାଧିକ ମହିଳା ଆଜି ଅଙ୍ଗନବାଡି କେନ୍ଦ୍ରରେ ଥିବା ମହିଳା କର୍ମୀଙ୍କୁ ଘେରି ବିଭିନ୍ନ ଅଭିଯୋଗ ସମ୍ପର୍କରେ ପଚାରି ବୁଝିଥିଲେ । ତେବେ ଅଭିଯୋଗ ଅନୁସାରେ ମହିଳା କର୍ମୀ ଜଣକ ପୂର୍ବରୁ ସେମାନଙ୍କର କୌଣସି ଅଭିଯୋଗ ଶୁଣୁ ନଥିଲେ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ମାଲକାନଗିରି

ବିଶେଷ କରି ପିଲାମାନଙ୍କର ଶାରୀରିକ ଓ ମାନସିକ ବିକାଶ ପାଇଁ ଦିଆଯାଉ ଥିବା ଛତୁଆ, ପୁଷ୍ଟିକର ଖାଦ୍ୟ ଓ ଅଣ୍ଡା କିଛି ମଧ୍ୟ ଦିଆଯାଉନାହିଁ । ମହିଳା ମାନଙ୍କର ଅଭିଯୋଗ ଯେ, ସେମାନଙ୍କର ମାତୃତ୍ବର ସୁରକ୍ଷା ପାଇଁ ରାଜ୍ୟସରକାର ଦେଉଥିବା 5000 ଟଙ୍କା ମଧ୍ୟ ଅଙ୍ଗନବାଡି କର୍ମୀ ଜଣଙ୍କ ମହିଳାଙ୍କୁ ଦେଇ ନାହାଁନ୍ତି ।

ଅଙ୍ଗନବାଡି କେନ୍ଦ୍ରର ଉପସ୍ଥାନ ଖାତାରେ ମଧ୍ୟ ପିଲାମାନଙ୍କର କୌଣସି ପ୍ରକାରର ଉପସ୍ଥାନ ପଡୁନାହିଁ । ଏସମସ୍ତ ଅଭିଯୋଗ ନେଇ ଶେଷରେ ଗ୍ରାମବାସୀ ସବ ସେଣ୍ଟରରେ ବାଧ୍ୟ ହୋଇ ତାଲା ପକାଇ ଦେଇଛନ୍ତି।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details