ଓଡିଶା

odisha

ETV Bharat / state

ମାଲକାନଗିରି: 5 ଖଣ୍ଡ ଗାଁରେ ନାହିଁ ପକ୍କା ରାସ୍ତା, ପ୍ରଶାସନ ପାଖକୁ ଦୌଡି ଦୌଡି ଥକିଲେଣି ଗ୍ରାମବାସୀ - ମାଲକାନଗିରିରେ ରାସ୍ତା ସମସ୍ୟା

ଏବେବି ଆଦିବାସୀ ଅଧ୍ୟୁଷିତ ଅନେକ ଗାଁରେ ପହଞ୍ଚିପାରିନି ବିକାଶର ଛାପ । ଅଧିକ ପଢ଼ନ୍ତୁ

road problem in malkangiri
ଅପହଞ୍ଚ ଦୂରତାରେ ବିକାଶର ରାସ୍ତା

By

Published : Apr 3, 2022, 4:09 PM IST

ମାଲକାନଗିରି: ଆଦିବାସୀ ଅଧ୍ୟୁଷିତ ଗ୍ରାମାଞ୍ଚଳର ବିକାଶ ନାଁରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମାଳମାଳ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ଡିଣ୍ଡିମ ପିଟୁଥିବାବେଳେ ଏବେବି ଆଦିବାସୀ ଅଧ୍ୟୁଷିତ ଅନେକ ଗାଁରେ ପହଞ୍ଚିପାରିନି ବିକାଶର ଛାପ । ଲୋକଙ୍କ ପାଇଁ ମୌଳିକ ସୁବିଧା ପାଇବା ହୋଇଯାଇଛି ସାତ ସପନ । ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ନୂଆସୀମାଗୁଡ଼ି ଠାରୁ ଆରମ୍ଭ କରି ଟେଲିମେଟା ଗାଁ ପର୍ଯ୍ୟନ୍ତ ବିକାଶ ଯେପରି ବାଟ ହୁଡ଼ିଛି ।

ଅପହଞ୍ଚ ଦୂରତାରେ ବିକାଶର ରାସ୍ତା

କାହିଁ କେତେ ବର୍ଷ ହେବ ପାଞ୍ଚ ଖଣ୍ଡ ଗାଁକୁ ଜିଲ୍ଲାର ପ୍ରମୁଖ ରାସ୍ତା ସହ ସଂଯୋଗ କରିବା ପାଇଁ ଏକ ମାଟି ପଥର ରାସ୍ତା ତିଆରି କରି ଚୁପ ବସି ରହିଛି ଜିଲ୍ଲା ପ୍ରଶାସନ l ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କରିବାକୁ କହି ଦୀର୍ଘ ୭ ବର୍ଷରୁ ଅଧିକା ସମୟ ବିତି ସାରିଥିଲେ ମଧ୍ୟ ଏହାର ତଦାରଖ କରିବା ପାଇଁ ଆଜି ଯାଏଁ ଗ୍ରାମରେ ବିଭାଗୀୟ ଅଧିକାରୀଙ୍କ ପାଦ ପଡ଼ିନାହିଁ । ପ୍ରଶାସନ ଆଖି ଆଢୁଆଳରେ ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହାର ନିର୍ମାଣ କାମ ଶେଷ ହୋଇ ପାରୁନାହିଁ l ରାସ୍ତାର ଶୋଚନୀୟ ଅବସ୍ଥା ଯୋଗୁଁ ସଠିକ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାରେ ବାଧା ସୃଷ୍ଟି ହେଉଛି l ସଠିକ ସମୟରେ ରୋଗୀ ଏବଂ ଗର୍ଭବତୀ ମାଆ ପାଖରେ ପହଞ୍ଚି ପାରୁନି ଆମ୍ବୁଲାନ୍ସ l

ଗାଡି ମଟର ତ ଦୂରର କଥା ପଥର ରାସ୍ତାରେ ଚାଲି କି ଯିବା ପାଇଁ ମଧ୍ୟ ଲୋକଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡ଼ିଛି। ଏଭଳି ପରିସ୍ଥିତିରେ ଯେତେବେଳେ ଗ୍ରାମରେ କୌଣସି ସ୍ବାସ୍ଥ୍ୟ ଜନିତ ସମସ୍ୟା ଆସେ ବିଶେଷ କରି ଗର୍ଭବତୀ ମହିଳାଙ୍କ ସମସ୍ୟା ଆସେ ସେମାନେ ଆମ୍ବୁଲାନ୍ସ ଉପରେ ନିର୍ଭର କରିଥାନ୍ତି l କିନ୍ତୁ ରାସ୍ତାର ଅବସ୍ଥା ଏଭଳି ଯେ ଆମ୍ବୁଲାନ୍ସ ଠିକ ସମୟରେ ପହଞ୍ଚିବା କଷ୍ଟ ସାଧ୍ୟ ହୋଇପଡେ l ଅନେକ ସମୟରେ ଯଦି ଓ ଠିକ ସମୟରେ ଆମ୍ବୁଲାନ୍ସ ପହଞ୍ଚି ଯାଏ ପରବର୍ତ୍ତୀ ମୁହୂର୍ତ୍ତରେ ଗର୍ଭବତୀ ମହିଳାଙ୍କୁ ସେହି ବାଟ ଦେଇ ନେବା ବେଳେ ଆମ୍ବୁଲାନ୍ସ ଭିତରେ ବିପଦ ସଂକୁଳ ଅବସ୍ଥାରେ ମହିଳାଙ୍କ ପ୍ରସବ ହୋଇଯାଏ l

ରାତି ସମୟରେ ଆଲୁଅର ବ୍ୟବସ୍ଥା ନଥିବାରୁ ସେହି ରାସ୍ତା ଦେଇ ଲୋକେ ଯିବାକୁ ଭୟ ପ୍ରକାଶ କରୁଥିବାବେଳେ ଆମ୍ବୁଲାନ୍ସ ଚାଳକ ବି ନାନାଦି ସମସ୍ୟାରେ ପଡ଼ିଥାନ୍ତି l ଅପର ପକ୍ଷରେ ବାରମ୍ବାର ଏହି ସମସ୍ତ ଅସୁବିଧା ସମୟରେ ପ୍ରଶାସନ କୁ ଲେଖି ଜଣାଇଲେ ବି କିଛି ସୁଫଳ ମିଳୁନାହିଁ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି l ନିଜ ଅଞ୍ଚଳର ସମସ୍ୟାକୁ ନେଇ ଅନେକ ଥର ପ୍ରଶାସନକୁ ଜଣାଇବା ପରେ ମଧ୍ୟ କୌଣସି ସୁଫଳ ମିଳିନଥିବା କହିଛନ୍ତି ଗ୍ରାମବାସୀ। ରାସ୍ତାରେ ବଡ ବଡ଼ ମେଟାଲ ପଥର ଯୋଗୁଁ ପଡିଯିବାର ଭୟ ରହିଥାଏ ଯାହା ଫଳରେ ଲୋକେ ନିଜ ଗାଁ କୁ ଯିବାକୁ ହେଲେ ସାଇକେଲ ନେଇ ଘରକୁ ଫେରିଥାନ୍ତି l

ମାଲକାନଗିରି ଆରଡି ଡିଭିଜନ 1 ଅଫିସର କାର୍ଯ୍ୟନିର୍ବାହୀ ଅଧିକାରୀ ଆଶିଷ ଦାସ ଭିଜିଲାନ୍ସ ଜାଲରେ ପଡିଥିବାବେଳେ ତାଙ୍କ ସ୍ଥାନରେ ଆଉ କାହାକୁ ଦିଆଯାଇନାହିଁ । ପରେ ଏସଡିଓ କାନୁନ ପ୍ରଧାନଙ୍କୁ ପଚାରିବା ପାଇଁ ଚେଷ୍ଟା କରାଯାଇଥିଲା। ମାତ୍ର ସେ ଏନେଇ କୌଣସି ମତାମତ ଦେବାକୁ ମନା କରିଦେଇଥିଲେ। ଯାହା ଫଳରେ ନୂଆସୀମାଗୁଡ଼ି ଗ୍ରାର ବିକାଶକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

ABOUT THE AUTHOR

...view details