ମାଲକାନଗିରି: ବହୁଚର୍ଚ୍ଚିତ ମାଲକାନଗିରି ଜିଲ୍ଲାର ଲଘୁ ଖଣିଜ ଟେଣ୍ଡର ପ୍ରକ୍ରିୟା ଅନିୟମିତତା ଘଟଣାରେ ଓଡିଶା ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଛି । ତତ୍କାଳୀନ ମାଲକାନଗିରି ଜିଲ୍ଲାପାଳ ଡା.ୟେଦୁଲା ବିଜୟ(Yeddula Vijay)ଙ୍କ ବିରୁଦ୍ଧରେ ଖୋଳତାଡ କରୁଛି କଟକ ଭିଜିଲାନ୍ସର ଏକ ସ୍ବତନ୍ତ୍ର ଟିମ୍ । ତତ୍କାଳୀନ ଜିଲ୍ଲାପାଳଙ୍କ ବିରୁଦ୍ଧରେ ଲଘୁ ଖଣିଜ ଟେଣ୍ଡର ଫିକ୍ସିଂ ନେଇ ଅଭିଯୋଗ ଆସିଥିଲା । ଏହି ଘଟଣାରେ ଟେଣ୍ଡରରେ ଭାଗ ନେଇଥିବା ଅନ୍ୟ ଲିଜ୍ ଧାରୀମାନେ ବରିଷ୍ଠ ଆଇନଜୀବୀ ନୃସିଂହ ଚରଣ ମହାନ୍ତିଙ୍କ ସହାୟତାରେ ଲୋକାୟୁକ୍ତ(Lokayukta)ଙ୍କ ନିକଟରେ ୟେଦୁଲା ବିଜୟଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଥିଲେ ।
ମାଲକାନଗିରି ଲଘୁ ଖଣିଜ ଟେଣ୍ଡର ଫିକ୍ସିଂ ମାମଲା, ଭିଜିଲାନ୍ସ ତଦନ୍ତ ଆରମ୍ଭ ଏହାମଧ୍ୟ ପଢନ୍ତୁ:ଲମ୍ପି ସ୍କିନ୍ ମୁକାବିଲା: ଖୋଲିଲା କଣ୍ଟ୍ରୋଲ ରୁମ୍, ଜାରି ହେଲା ନମ୍ବର
ଲୋକାୟୁକ୍ତ ଏହି ଘଟଣାକୁ ଗମ୍ଭୀରତା ସହ ନେଇ ଏହାର ତଦନ୍ତ କରିବାକୁ ଓଡିଶା ଭିଜିଲାନ୍ସ ବିଭାଗକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ଯାହାଫଳରେ କଟକ ଭିଜିଲାନ୍ସ ହେଡକ୍ବାର୍ଟରର ଭିଜିଲାନ୍ସ ଇନ୍ସପେକ୍ଟର ବ୍ରଜକିଶୋର ସାହୁଙ୍କ ନେତ୍ରୁତ୍ବର ଏକ ଟିମ୍ ମାଲକାନଗିରି ଆସି ଖୋଳତାଡ କରିଛି । ଭିଜିଲାନ୍ସ ଟିମ୍ ଏଠାରେ ବିଭିନ୍ନ ଡକ୍ୟୁମେଣ୍ଟ ସଂଗ୍ରହ କରିବା ସହ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିବା ଆଇନଜୀବୀ ଓ ଟେଣ୍ଡର ପ୍ରକ୍ରିୟାରେ ଜଡିତ ସମସ୍ତ ଅଧିକାରୀଙ୍କ ସହ ଆଲୋଚନା କରିଛି । କହିରଖୁଛୁ କି, ୨୦୨୧ ବର୍ଷ ଜୁନରେ ତତ୍କାଳୀନ ଜିଲ୍ଲାପାଳ ୟେଦୁଲା ବିଜୟ ଆନ୍ଧ୍ରପ୍ରଦେଶର ଏକ ଘରୋଇ କମ୍ପାନୀକୁ ଜିଲ୍ଲାର ଅନେକ ଲଘୁ ଖଣିଜ ଖଦାନ ଟେଣ୍ଡର ଦେଇଥିବା ଅଭିଯୋଗ ହୋଇଥିଲା ।
ଇଟିଭି ଭାରତ, ମାଲକାନଗିରି