ଓଡିଶା

odisha

ETV Bharat / state

ଅଦିନିଆ ବର୍ଷାକୁ ନେଇ ଚିନ୍ତାରେ ଚାଷୀକୂଳ - ଚାଷୀଙ୍କ ଚିନ୍ତା ବଢାଇଛି ଅଦିନିଆ ବର୍ଷା

ମାଲକାନଗିରି ଜିଲ୍ଲାରେ କୋହଲା ପାଗ ସାଙ୍ଗକୁ ଅଦିନିଆ ବର୍ଷା ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି । ଜିଲ୍ଲାର ସମସ୍ତ ଧାନ ମଣ୍ଡିରେ ଖୋଲା ଆକାଶ ତଳେ ଶହ ଶହ ଧାନ ବସ୍ତା ପଡି ରହିଥିବାରୁ ଚାଷୀଙ୍କ ନିଦ ହଜାଇ ଦେଇଛି ଅଦିନିଆ ବର୍ଷା ।

od_mkg_paddy
ଅଦିନିଆ ବର୍ଷାକୁ ନେଇ ଚିନ୍ତାରେ ଚାଷୀକୂଳ

By

Published : Jan 5, 2020, 2:24 PM IST

ମାଲକାନଗିରି: ଅଦିନିଆ ବର୍ଷାରେ ମାଡ ଖାଇଲା ଫସଲ ଅମଳ । ଚାଷୀର ସମସ୍ତ ପରିଶ୍ରମକୁ ଧୋଇନେଇଛି ଏଥରର ଶୀତୁଆ ବର୍ଷା । ମାଲକାନଗିରିରେ ଗତକିଛି ଦିନ ଧରି କୋହଲା ପାଗ ଓ ଅଦିନିଆ ବର୍ଷା ଏବେ ଚାଷୀଙ୍କ ଚିନ୍ତା ବଢାଇଛି । ଜିଲ୍ଲାର ସମସ୍ତ ଧାନମଣ୍ଡି ମୁକୁଳା ପଡିଥିବାବେଳେ ଶହ ଶହ ଧାନବସ୍ତା ପଡି ପଡି ଗଜା ହେବାର ଲାଗିଲାଣି । ଫଳରେ ଧାନ ବିକ୍ରି କିପରି କରିବେ ସେ ଚିନ୍ତାରେ ଭୋକ ଶୋଷ ଭୁଲି ଗଲେଣି ଚାଷୀ ।

ଅଦିନିଆ ବର୍ଷାକୁ ନେଇ ଚିନ୍ତାରେ ଚାଷୀକୂଳ


ଦିନ ରାତି ଏକ କରି ମୁଣ୍ଡ ଝାଳ ତୁଣ୍ଡରେ ମାରି ଧାନ ଫସଲ କରିଥିଲେ । ହେଲେ ପାଗରେ ପରିବର୍ତ୍ତନ ଯୋଗୁଁ ମୁଣ୍ଡରେ ହାତ ଦେଇବସିଛି ଚାଷୀ । ଗୋଟିଏ ପଟେ ଅଦିନିଆ ବର୍ଷା ଚାଷୀ କନ୍ଦେଇବାରେ ଲାଗିଛି ତ ଅନ୍ୟପଟେ ଜିଲ୍ଲାର ଅଧିକାଂଶ ଚାଷୀଙ୍କୁ ଏଯାଏଁ ଟୋକେନ ମିଳିପାରି ନାହିଁ । ତେବେ ବାରମ୍ବାର ଧାନ ଉଠାଇବାକୁ ଜିଲ୍ଲାପାଳଙ୍କୁ ଦାବି ଜଣାଇଥିଲେ ମଧ୍ୟ ଜିଲ୍ଲାରେ ଅଧା ଚାଷୀଙ୍କ ଧାନ ବିକ୍ରି ହୋଇପାରିନାହିଁ । ସେପଟେ, ଯୁଦ୍ଧକାଳୀନ ଭିତ୍ତିରେ ପ୍ରଶାସନ ପଦକ୍ଷେପ ଗ୍ରହଣ କରିଥିବା କହିଛନ୍ତି ମାଲକାନଗିରି ଉପଜିଲ୍ଲାପାଳ ।

ପ୍ରଥମେ ଟୋକେନ୍ ବ୍ୟବସ୍ଥା ତା ପରେ ଅଦିନିଆ ବର୍ଷା ଚିନ୍ତା । ତେଣୁ ସରକାର ତୁରନ୍ତ ଚାଷୀଙ୍କ ଧାନ ଉଠାଇବା ଲାଗି ଦାବି କରାଯାଇଛି । ତେବେ ଯଦି ଏଥିରେ ବିଳମ୍ବ ହୁଏ ଆଗାମୀ ଦିନରେ ଜିଲ୍ଲା ବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ଧମକ ଦେଇଛନ୍ତି ଚାଷୀମାନେ ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details