ETV Bharat Odisha

ଓଡିଶା

odisha

ETV Bharat / state

ଜେଲରେ ଜୀବନ ହାରିଲେ ବିଚରାଧୀନ କଏଦୀ, ହତ୍ୟା ଅଭିଯୋଗ ଆଣିଲେ ପରିବାର - ମାଲକାନଗିରି ଜେଲରେ କଏଦୀ ଆତ୍ମହତ୍ୟା

ମାଲକାନଗିରି ସବ୍ ଜେଲରେ ଜୀବନ ହାରିଲେ ବିଚରାଧୀନ କଏଦୀ । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ଅଧିକ ପଢନ୍ତୁ

ଜେଲରେ ଜୀବନ ହାରିଲେ ବିଚରାଧୀନ କଏଦୀ
ଜେଲରେ ଜୀବନ ହାରିଲେ ବିଚରାଧୀନ କଏଦୀ
author img

By

Published : Jun 10, 2023, 2:18 PM IST

ଜୀବନ ହାରିଲେ ବିଚରାଧୀନ କଏଦୀ

ମାଲକାନଗିରି: ଜେଲ ଭିତରେ ଜୀବନ ହାରିଲେ କଏଦୀ । ମାଲକାନଗିରି ଉପକାରାଗାରରେ ଏଭଳି ଘଟଣା ଘଟିଛି । ହତ୍ୟା ମାମଲାରେ ଉପକାରାଗାରରେ ଥିବା ଜଣେ ବିଚାରଧୀନ କଏଦୀଙ୍କ ଆଜି (ଶନିବାର) ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଛି । ମୃତ କଏଦୀ ହେଲେ ବିଧାନ ମିର୍ଧା । ତାଙ୍କ ଘର କାଲିମେଳା ଥାନା ଅନ୍ତର୍ଗତ ଏମ୍ ପିଭି ୩୩ ଗ୍ରାମରେ । ବିଧାନ ଦୀର୍ଘ ୪ ବର୍ଷ ହେବ ଏକ ହତ୍ୟା ମାମଲାରେ ନିଜ ଦ୍ବିତୀୟ ସ୍ତ୍ରୀଙ୍କ ସହିତ ବିଚାରାଧୀନ କଏଦୀ ଭାବରେ ମାଲକାନଗିରି ଉପକାରାଗାରରେ ରହିଥିଲେ । ତେବେ ତାଙ୍କର ମୃତ୍ୟୁ ଆତ୍ମହତ୍ୟା ନୁହେଁ, ବରଂ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ।

ପରିବାର ଲୋକଙ୍କ କହିବା କଥା, ଆଜି ଭୋର ସକାଳୁ ଜେଲ୍ ପକ୍ଷରୁ ଫୋନ୍ କରି ବିଧାନଙ୍କ ଦେହ ଅସୁସ୍ଥ ଥିବା ଖବର ଦିଆଯାଇଥିଲା । ଯଥାଶୀଘ୍ର ମାଲକାନଗିରି ହସ୍ପିଟାଲରେ ପହଞ୍ଚିବାକୁ ବାରମ୍ବାର ଫୋନ କରି ପରିବାର ଲୋକଙ୍କୁ କହିଥିଲେ ଜେଲ୍ କର୍ତ୍ତୃପକ୍ଷ । ଖବର ପାଇ ପରିବାର ବର୍ଗ ମାଲକାନଗିରି ଜିଲ୍ଲା ହସ୍ପିଟାଲ ଆସି ଦେଖିଲା ବେଳକୁ ବିଧାନଙ୍କର ମୃତ୍ୟୁ ହୋଇସାରିଥିଲା । ଏହାକୁ ନେଇ ପରିବାରବର୍ଗ ଜେଲ୍ କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ସେ ଜେଲ୍ ଭିତରେ ଜୀବନ ହାରି ଦେଇଥିବା କହିଥିଲେ । ଯାହାକୁ ପରିବାରବର୍ଗ ସହଜରେ ଗ୍ରହଣ କରିପାରି ନାହାନ୍ତି ।

ଏହାମଧ୍ୟ ପଢନ୍ତୁ: ସ୍ତ୍ରୀର ପରକ୍ରିୟା ପ୍ରୀତି ସନ୍ଦେହରେ ୪ ବର୍ଷର ପୁଅକୁ ହତ୍ୟାକଲା ବାପା

ଜେଲ୍ ଭିତରେ କେମିତି ଜଣେ ଜୀବନ ହାରିଦେଲେ ବୋଲି ପରିବାର ଲୋକେ ପ୍ରଶ୍ନ କରିଛନ୍ତି । ଏହା ଆତ୍ମହତ୍ୟା ନୁହେଁ ବରଂ ଏହା ଏକ ହତ୍ୟା ହୋଇଥିବା ପରିବାର ବର୍ଗ ଅଭିଯୋଗ କରିଛନ୍ତି ଏବଂ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି । ଏହି ଘଟଣାକୁ ନେଇ ଜେଲ୍ ସୁପରିଟେଣ୍ଡଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କ ସହ ଯୋଗାଯୋଗ ହୋଇପାରି ନାହିଁ । ଅପରପକ୍ଷେ ଜେଲ୍ ଡିଆଇଜି ମାଲକାନଗିରି ଉପକାରାଗର ଆସି ଏହି ଘଟଣାରେ ତଦନ୍ତ କରୁଥିବା ଜଣାପଡିଛି । ବିଧାନ ଜେଲ୍ ମଧ୍ୟରେ ଆତ୍ମହତ୍ୟା କରିଥିବା ସିସିଟିଭି ଫୁଟେଜ ରହିଥିବା ପରୋକ୍ଷରେ ପ୍ରକାଶ କରିଛନ୍ତି ଜେଲ୍ ସୁପରିଟେଣ୍ଡ । ବର୍ତ୍ତମାନ କଏଦୀଙ୍କ ମୃତଦେହ ମେଡିକାଲରେ ରହିଥିବା ବେଳେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ।

ଏହାମଧ୍ୟ ପଢନ୍ତୁ: ପୂଜକକୁ ଦେଇ ବସିଲେ ମନ, ଗର୍ଭବତୀ ହେବା ପରେ ଯୁବତୀଙ୍କୁ ମାରି ଫିଙ୍ଗି ଦେଲା ପୂଜାରୀ

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details