ଓଡିଶା

odisha

ETV Bharat / state

ପକ୍ଷୀ ଧରିବା ବେଳେ ଲାଗିଲା ବିଦ୍ୟୁତ୍‌ ଝଟକା, ୨ ନାବାଳକ ମୃତ - ପକ୍ଷୀ ଧରିବା ବେଳେ ଲାଗିଲା ବିଦ୍ୟୁତ ଝଟକା

ପକ୍ଷୀ ଧରିବା ବେଳେ ଲାଗିଲା ବିଦ୍ୟୁତ ଝଟକା । ତଳେ ପଡିଯିବାରୁ ପଥରରେ ମାଡ ହୋଇ ୨ଜଣଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

minor died due to electric shock
minor died due to electric shock

By

Published : Apr 21, 2023, 1:29 PM IST

minor died due to electric shock

ମାଲକାନଗିରି: ନାବାଳକଙ୍କୁ ଚଢେଇ ଧରିବା ହେଲା କାଳ । ଗଛରେ ଚଢି ଦୁଇ ଜଣ ନାବାଳକ ଚଢେଇ ଧରିବା ବେଳେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଜୀବନ । ବିଦ୍ୟୁତ୍ ଆଘାତରେ ଜଣେ ଛଅ ବର୍ଷର ନାବାଳକ ଚନ୍ଦନ ପଡିଆମୀ ଏବଂ ଅନ୍ୟ ଜଣେ ୧୨ ବର୍ଷ ବାଳକ ମାନା ମାଢିଙ୍କ ମୃତ୍ୟୁ ଘଟିଛି । ମାଲକାନଗିରି ଜିଲ୍ଲା କାଲିମେଳା ଥାନା ପଡିଆ ବ୍ଲକ ଉଣ୍ଡୁରୁ କୋଣ୍ଡା ପଞ୍ଚାୟତ ସଦର ରୋଡ଼ଗୁଡା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା ଘଟିଛି ।

ଦୁଲା ପଡିଆମୀଙ୍କ ତୃତୀୟ ଶ୍ରେଣୀରେ ପଢୁଥିବା ଛଅ ବର୍ଷର ପୁଅ ଚନ୍ଦନ ପଡିଆମୀ ଓ ସେହି ଗ୍ରାମର ଲାସା ମାଢିଙ୍କ ୧୨ବର୍ଷୀୟ ପୁଅ ମାନା ମାଢି କୁସୁମ କୋଳି ଖାଇବା ପାଇଁ ନିକଟସ୍ଥ ସାପ୍ତାହିକ ହାଟ ନିକଟ ଜଙ୍ଗଲକୁ ଯାଇଥିଲେ । ଏହି ଦୁଇଜଣଙ୍କ ସହ ଅନ୍ୟମାନେ ମଧ୍ୟ ଗଛରେ ଚଢିଥିଲେ । କିନ୍ତୁ ଏହିଦୁଇଜଣ ଗଛର ଅନ୍ୟ ଭାଗରେ ଏକ ଚଢେଇକୁ ଦେଖି ତାକୁ ଧରିବାକୁ ପାଇଁ ଗଛର ଉପର ଭାଗରେ ଥିବା ଡାଳ ଉପରକୁ ଚଢି ଯାଇଥିଲେ । ତେବେ ଚଢେଇ ନିଶାରେ ଗଛ ଉପରେ ଯାଇଥିବା ଚଢେଇ ବିଷୟରେ ଜାଣିପାରି ନଥିଲେ । ଚଢେଇ ଧରୁ ଧରୁ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ତଳେ ପଡିଯାଇଥିଲେ । ଗଛ ତଳେ ଏକ ପଥର ରହିଥିବାରୁ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା । ଫଳରେ ଦୁଇ ନାବାଳକଙ୍କର ଶୋଚନୀୟ ଭାବେ ମୃତ୍ୟୁ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ: ବାଘେଲଙ୍କ ମନ୍ତବ୍ୟ ପରେ ଚିହିଁକି ଉଠିଲା ବିଜେଡି, ଓଡିଶା କାହା ଦୟାର ପାତ୍ର ନୁହେଁ କହିଲେ ଦେବୀ

ତେବେ ଚନ୍ଦନ ପଡିଆମୀଙ୍କ ବାପା ତାଙ୍କୁ ବଞ୍ଚାଇବା ଆଶାରେ କାଲିମେଳା ମେଡିକାଲକୁ ଆଣିଥିଲେ । ହେଲେ ଡାକ୍ତର ଚନ୍ଦନଙ୍କୁ ମୃତ ଘୋଷଣା କରିଥିଲେ । କାଲିମେଳା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇ ତଦନ୍ତ ଆରମ୍ଭ କରିଛି । ଘଟଣା ସ୍ଥଳରେ ବିଦ୍ୟୁତ୍ ବିଭାଗର ନିର୍ବାହି ଯନ୍ତ୍ରୀ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।

ଏନେଇ ମୃତକଙ୍କ ସମ୍ପର୍କୀୟ କହିଛନ୍ତି,"ଦୁଇଜଣ ପକ୍ଷୀ ଧରିବା ପାଇଁ ବଣକୁ ଯାଇଥିଲେ । ପକ୍ଷୀକୁ ଧରିବା ବେଳେ ଦୁହେଁ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ଫଳରେ ତଳେ ପଡିଯିବାକୁ ପଥରରେ ମାଡ ହୋଇ ଦୁଇଜଣ ପ୍ରାଣ ହରାଇଛନ୍ତି ।"


ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details