ମାଲକାନଗିରି: କାଲିମେଳା ଥାନା ଅନ୍ତର୍ଗତ ଗୁମ୍ଫାକୋଣ୍ଡା ପଞ୍ଚାୟତ କାନାଗୁଡା ଗାଁ କେନାଲ ନିକଟବର୍ତ୍ତୀ ଜଙ୍ଗଲ ଭିତରେ ଆଜି(ସୋମବାର) ଜଣେ ଯୁବକ ଏବଂ ଜଣେ ଯୁବତୀଙ୍କ ମୃତଦେହ ଗଛରେ ଝୁଲୁଥିବା ଦେଖିବାକୁ ମିଳିଛି । ପୁଅ ଝିଅ ଦୁହେଁ ପିନ୍ଧା ବେଲ୍ଟ ସାହାଯ୍ୟରେ ଗଛରେ ଝୁଲିଥିବା ବେଳେ ମୃତଦେହ ଠାରୁ କିଛି ଦୂରରେ OD 30 6443 ନାମକ ଗୋଟିଏ ଆପାଚୀ ବାଇକ ରହିଥିବା ବେଳେ ଝିଅର ଜୋତା ମଧ ସେଠାରେ ପଡ଼ିଥିବା ଦେଖିବାକୁ ମିଳିଛି ।
ଦୁହିଁଙ୍କ ବୟସ 20ରୁ 25 ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି । ତେବେ ଉଭୟଙ୍କ ପରିଚୟ ମିଳିପାରି ନଥିବା ବେଳେ ସେମାନେ ଆତ୍ମହତ୍ୟା କରିଛନ୍ତି କି ସେମାନଙ୍କୁ କେହି ହତ୍ୟା କରିଛନ୍ତି ତାହା ସଠିକ ଭାବେ ଜଣାପଡି ନାହିଁ । ମୃତଦେହ ଦେଖିବାକୁ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ଭିଡ଼ ହୋଇଛି ।