ଓଡିଶା

odisha

By

Published : Jan 6, 2023, 1:10 PM IST

ETV Bharat / state

ଗୁଣ୍ଡଲଗୁଡା ହତ୍ୟାକାଣ୍ଡ ଉପରୁ ପରଦା ହଟାଇଲା ପୋଲିସ, ସାଙ୍ଗ ସାଜିଥିଲା ହତ୍ୟାକାରୀ

ସାମାନ୍ୟ କଳହର କରୁଣ ପରିଣତି । ସାଙ୍ଗ ସାଜିଥିଲା ସାଙ୍ଗର ହତ୍ୟାକାରୀ । ଗୁଣ୍ଡଲଗୁଡା ହତ୍ୟାକାଣ୍ଡ ଉପରୁ ପରଦା ହଟାଇଲା ପୋଲିସ । ଅଧିକ ପଢନ୍ତୁ

ସାଙ୍ଗ ସାଜିଥିଲା ହତ୍ୟାକାରୀ
ସାଙ୍ଗ ସାଜିଥିଲା ହତ୍ୟାକାରୀ

ସାଙ୍ଗ ସାଜିଥିଲା ହତ୍ୟାକାରୀ

ମାଲକାନଗିରି: ଥାନା ଅନ୍ତର୍ଗତ ଗୁଣ୍ଡଲଗୁଡା ନିକଟରେ ହୋଇଥିବା ହତ୍ୟାକାଣ୍ଡ ଉପରୁ ପରଦା ଉଠାଇଲା ମାଲକାନଗିରି ପୋଲିସ । ସାଙ୍ଗ କରିଥିଲା ଅନ୍ୟ ସାଙ୍ଗକୁ ହତ୍ୟା । ଗତ ନଭେମ୍ବର ୧୭ ତାରିଖରେ ଜଣେ ସାଙ୍ଗକୁ ହତ୍ୟାକରି ଫିଙ୍ଗିଦେଇଥିଲେ ଆଉ ଦୁଇ ସାଙ୍ଗ । ମୃତ ଯବକ ହେଲେ ସିନ୍ଧ୍ରିମାଳର ରାମଚନ୍ଦ୍ର ମାଝି ।

ସାମାନ୍ୟ କଳହର କରୁଣ ପରିଣତି । ଗତ ନଭେମ୍ବର ୧୭ ତାରିଖ ଦିନ କଣ୍ଡଲଗୁଡା ଏବଂ ସିନ୍ଧ୍ରିମାଳ ଅଞ୍ଚଳର କିଛି ବ୍ୟକ୍ତି ଗଞ୍ଜେଇ ଆଣିବା ପାଇଁ ବାହାରିଥିଲେ । ତେବେ କୌଣସି କଥାକୁ ନେଇ ଗଣ୍ଡଗୋଳ ହୋଇଥିଲା । ତେବେ ଏହି ବଚସା ପରବର୍ତ୍ତୀ ସମୟରେ ଉଗ୍ରରୂପ ଧାରଣ କରିଥିଲା । ସିନ୍ଧ୍ରିମାଳର ରାମଚନ୍ଦ୍ର ମାଝିଙ୍କୁ କଣ୍ଡଲଗୁଡା ଗ୍ରାମର ଲୋକନାଥ ସିରଗାମ ଏବଂ ଖଗେଶ୍ବର ଓଡାରି ହତ୍ୟା କରି ସେହି ଗ୍ରାମ ନିକଟରେ ଫିଙ୍ଗି ଦେଇଥିଲେ । ତେବେ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ରାମଚନ୍ଦ୍ରଙ୍କର କୌଣସି ପତ୍ତା ମିଳିନଥିଲା ।

ଏହା ମଧ୍ୟ ପଢନ୍ତୁ: ମୋଦିଙ୍କୁ ଭେଟିଲେ ମାଇକ୍ରୋସଫ୍ଟ CEO, ଡିଜିଟାଲ ଇଣ୍ଡିଆର ଅଗ୍ରଗତି ପାଇଁ ଦେଲେ ପ୍ରତିଶୃତି

ତେବେ ଘଟଣା ଘଟିବାର କିଛିଦିନ ପରେ କୋଣ୍ଡେଲଗୁଡା ଗ୍ରାମ ନିକଟରେ ଏକ କଙ୍କାଳ ପଡିଥିବା ଦେଖିବାକୁ ମିଳିଥିଲା। ପୋଲିସ ଖବର ପାଇ କଙ୍କାଳର ତଦନ୍ତ କରିବା ପରେ ସେ ସିନ୍ଧ୍ରିମାଳ ଗ୍ରାମର ରାମ ମାଝି ବୋଲି ଜଣାପଡିଥିଲା । ଏହାପରେ ପୋଲିସ ନିଜଆଡୁ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତେବେ ତଦନ୍ତ ସମୟରେ ହତ୍ୟାକାରୀଙ୍କ ନିକଟରେ ପହଞ୍ଚି ପାରିଥିଲା ପୋଲିସ । ଗଞ୍ଜେଇ ପାଇଁ ଯାଇଥିବା ବେଳେ ହତ୍ୟା କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ଏହି ଘଟଣାରେ ମାଲକାନଗିରି ଆଇଆଇସି କହିଛନ୍ତି, " ସିନ୍ଧ୍ରିମାଳର ରାମଚନ୍ଦ୍ର ମାଝି ନିଖୋଜ ହୋଇଥିବା ନେଇ ଗତ ଡିସେମ୍ବର ୨ ତାରିଖରେ ଥାନାରେ ଏତଲା ଦିଆଯାଇଥିଲା । ଏହାପରେ ଆମେ ତଦନ୍ତ ଆରମ୍ଭ କରିଥିଲୁ । ତେବେ ଜାଣିବାକୁ ପାଇଲୁ ଯେ, ଗତ ନଭେମ୍ବର ୧୭ ତାରିଖ ଦିନ କଣ୍ଡଲଗୁଡା ଗ୍ରାମର ଲୋକନାଥ ସିରଗାମ ଏବଂ ଖଗେଶ୍ବର ଓଡାରି ରାମଚନ୍ଦ୍ରଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିଲେ । ଏହାପରେ ସାଇଣ୍ଟିଫିକ ଟିମ କଙ୍କାଳ ଜବତ କରି ପୋଷ୍ଟମୋର୍ଟମ ପାଇଁ ପଠାଇଥିଲା । ଏହି ଘଟଣାରେ ଆମେ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛୁ ।"

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details