ଓଡିଶା

odisha

ETV Bharat / state

ଚାକିରି ନାଁରେ ୧ ଲକ୍ଷ ୩୫ ହଜାର ଟଙ୍କା ଠକି ଥିବା ଦୁଇ ଠକ ଗିରଫ୍

ମିଥ୍ୟା ନିଯୁକ୍ତି ପତ୍ର ପ୍ରଦାନ କରି ଲୁଟୁଥିଲେ ଲକ୍ଷାଧିକ ଟଙ୍କା । ଚାକିରି ଦେବା ନାଁରେ ୧ ଲକ୍ଷ ୩୫ ହଜାର ଟଙ୍କା ଠକେଇ । ଏହି ମାମଲାରେ ଦୁଇ ଠକକୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ...

Two fraud arrested for  Rs 135,000 in the name of jobs-in-malkangiri
ଚାକିରି ନାଁରେ ୧ ଲକ୍ଷ ୩୫ ହଜାର ଟଙ୍କା ଠକି ଥିବା ଦୁଇ ଠକ ଗିରଫ୍

By

Published : Sep 13, 2021, 7:12 AM IST

ମାଲକାନଗିରି:ଚାକିରି ଦେବା ନାଁରେ ୧ ଲକ୍ଷ ୩୫ ହଜାର ଟଙ୍କା ଠକେଇ । ଏହି ମାମଲାରେ ଦୁଇ ଠକକୁ ଗିରଫ କରିଛି ପୋଲିସ । ମିଥ୍ୟା ନିଯୁକ୍ତି ପତ୍ର ପ୍ରଦାନ କରି ଲୁଟୁଥିଲେ ଲକ୍ଷାଧିକ ଟଙ୍କା । କୋରାପୁଟ ଜିଲ୍ଲା ଲମତାପୁଟ ଅଞ୍ଚଳରୁ ଆସି ମାଲକାନଗିରି ସଦର ମହକୁମା ବୁଟିଗୁଡାରେ ଦୀର୍ଘ ବର୍ଷ ହେଲା ରହିଥିବା ସଦନ ପାଙ୍ଗି ନାମକ ବ୍ୟକ୍ତି ଦୁଇ ଜଣ ମହିଳାଙ୍କୁ ଚାକରି କରିଦେବା ନାଁ ରେ ଉଭୟଙ୍କ ଠାରୁ ୧ ଲକ୍ଷ ୩୫ ହଜାର ଟଙ୍କା ଠକି ନେଇଥିଲେ । ଏହା ସହ ଚାକରିରେ ଯୋଗଦାନ ନିମନ୍ତେ ମିଥ୍ୟା ନିଯୁକ୍ତି ପତ୍ର ପ୍ରଦାନ କରିଥିବା ନେଇ ଠକାମୀର ଶିକାର ହୋଇଥିବା ପରିବାର ଲୋକ ମାଲକାନଗିରି ଥାନାରେ ଅଭିଯୋଗ କରିଛନ୍ତି ।

ଚାକିରି ନାଁରେ ୧ ଲକ୍ଷ ୩୫ ହଜାର ଟଙ୍କା ଠକି ଥିବା ଦୁଇ ଠକ ଗିରଫ୍

ସୂଚନା ଅନୁଯାୟୀ , ମାଲକାନଗିରି ବ୍ଲକ ମାର୍କାପାଲି ପଞ୍ଚାୟତ ଥାପାଗୁଡା ଗ୍ରାମର ଧନେଶ୍ଵର ପୂଜାରୀଙ୍କ ସ୍ତ୍ରୀ ରେଣୁକା ପୂଜାରୀଙ୍କୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାରେ କିରାଣୀ ଚାକିରୀ କରାଇଦେବାକୁ କହି ୫0 ହଜାର ଟଙ୍କା ନେଇ ମିଥ୍ୟା ନିଯୁକ୍ତି ପତ୍ର ପ୍ରଦାନ କରିଥିଲା ସମ୍ପୃକ୍ତ ବ୍ୟକ୍ତି । ସେହିପରି ଗଙ୍ଗଲା ପଞ୍ଚାୟତ ଅନ୍ତର୍ଗତ ପୁଟୁଗାଁ ଗ୍ରାମର ସଦନ ପୁଟିଆଙ୍କ ଭଉଣୀ ଅନିତାଙ୍କୁ ମେଡିକାଲରେ ସୁପରଭାଇଜର ଚାକିରୀ କରାଇଦେବାକୁ କହି ସଦନ ପାଇଁ ତାଙ୍କ ଠାରୁ ୮୫ ହଜାର ଟଙ୍କା ନେଇଥିଲା ଏବଂ ସୁପରଭାଇଜର ନିଯୁକ୍ତି ପାଇଥିବା ସମ୍ପର୍କିତ ଏକ ଜାଲ୍ ନିଯୁକ୍ତି ପତ୍ର ଦେଇଥିଲା ।

ଉକ୍ତ ନିଯୁକ୍ତି ପତ୍ର ଜାଲ୍ ବୋଲି ଜାଣିବା ପରେ ଠକାମୀର ଶିକାର ହୋଇଥିବା ଧନେଶ୍ଵର ପୂଜାରୀ ଓ ସଦନ ପୁଟିଆ ଉଭୟ ତାଙ୍କ ଟଙ୍କା ଫେରାଇ ଦେବାକୁ ସଦନକୁ କହିବାରୁ ସେ ଗାଳି ଗୁଲଜ କରିଥିଲା । ଟଙ୍କା ଫେରି ନ ପାଇବାରୁ ଠକାମୀର ଶିକାର ହୋଇଥିବା ଉଭୟ ବ୍ୟକ୍ତି ଏ ନେଇ ମାଲକାନଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।

ମାଲକାନଗିରିରୁ ପ଼ଞ୍ଚାନନ ଦାସ,ଇଟିଭି ଭାରତ

ABOUT THE AUTHOR

...view details