ଓଡିଶା

odisha

ETV Bharat / state

ନକ୍ସଲ ନାଁରେ ଲୋକଙ୍କୁ ଟାର୍ଗେଟ, ଦୁଇଟି ନକଲି AK-47 ଜବତ - ନକଲି ବନ୍ଧୁକ ଜବତ

ଦନ୍ତେୱାଡା ଜିଲ୍ଲାରୁ ଯବାନଙ୍କ ଦ୍ବାରା ୨ଟି ନକଲି ଏକେ-୪୭ ବନ୍ଧୁକ ଜବତ । କିଛି ଦୁର୍ବୃତ୍ତ ନିଜକୁ ନକ୍ସଲ ଦର୍ଶାଇ ଗ୍ରାମବାସୀ ଏବଂ ଠିକାଦାରକୁ ନକଲି ବନ୍ଧୁକ ଦେଖାଇ ଟାର୍ଗେଟ କରୁଥିଲେ । ଅଧିକ ପଢନ୍ତୁ...

ନକ୍ସଲ ନାଁରେ ଲୋକଙ୍କୁ ଟାର୍ଗେଟ, ଦୁଇଟି ନକଲି AK-47 ଜବତ
ନକ୍ସଲ ନାଁରେ ଲୋକଙ୍କୁ ଟାର୍ଗେଟ, ଦୁଇଟି ନକଲି AK-47 ଜବତ

By

Published : Jun 4, 2021, 1:05 PM IST

ମାଲକାନଗିରି: ଜିଲ୍ଲା ସୀମାନ୍ତ ଛତିଶଗଡର ଦନ୍ତେୱାଡା ଜିଲ୍ଲାରୁ ୨ଟି ନକଲି ଏକେ-୪୭ ବନ୍ଧୁକ ଏବଂ ଏକ ବ୍ୟାଗ ଜବତ ହୋଇଛି । ବଚେଲି ଥାନା ଅନ୍ତର୍ଗତ ଦୁଗେଲି ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଏହି ବନ୍ଧୁକ ଓ ବ୍ୟାଗ ସହ ନକଲି ନକ୍ସଲ ପୋଷାକକୁ ଜବତ କରିଛନ୍ତି ଯବାନ । କିଛି ଦୁର୍ବୃତ୍ତ ନିଜକୁ ନକ୍ସଲ କହି ଗ୍ରାମବାସୀ ଏବଂ ଠିକାଦାରକୁ ଏହି ନକଲି ବନ୍ଧୁକ ଦେଖାଇ ଟାର୍ଗେଟ କରୁଥିଲେ ଏବଂ ନିଜର ଟାର୍ଗେଟ ପୂରଣ ପରେ ସେମାନେ ସେହି ବନ୍ଧୁକ ଏବଂ ନିଜର ପୋଷାକଗୁଡିକକୁ ଜଙ୍ଗଲରେ ଏକ ଗାତରେ ଲୁଚାଇ ରଖିଥିବା ଜଣାପଡିଛି ।

ନକ୍ସଲ ନାଁରେ ଲୋକଙ୍କୁ ଟାର୍ଗେଟ, ଦୁଇଟି ନକଲି AK-47 ଜବତ

ଦନ୍ତେୱାଡା ଏସପି ଅଭିଷେକ ପଲ୍ଲବ ଏନେଇ ସୂଚନା ପାଇବା ପରେ ନିଜେ ଦୁଗେଲ ଗ୍ରାମରେ ପହଞ୍ଚି ଲୋକଙ୍କ ସହ କଥାବାର୍ତ୍ତା କରିଛନ୍ତି । ଗ୍ରାମବାସୀଙ୍କୁ ନେଇ ଜଙ୍ଗଲରେ ନିଜେ ଯାଇ ଗାତରେ ଲୁଚାଇ ରଖାଯାଇଥିବା ବନ୍ଧୁକ ଓ ବ୍ୟାଗକୁ ଉଦ୍ଧାର କରିଛନ୍ତି । ପ୍ରଥମେ ତ ଯବାନ ଗାତ ଭିତରେ ଥିବା ଏକ କଳା ବ୍ୟାଗକୁ ଦେଖି ଡରି ଯାଇଥିଲେ । ଯଦି ସେଥିରେ ବୋମା ଥାଏ ତେବେ ଉଠାଇବା ମାତ୍ରେ ବିସ୍ଫୋରଣ ହେବାର ଭୟ ରହିଥିଲା । କିନ୍ତୁ ଯବାନ ଏକ ଲମ୍ବା କାଠରେ ବ୍ୟାଗକୁ ଧିରେ ଧିରେ ଉଠାଇ ଆଣି ବାହାରେ ରଖିଥିଲେ । ପରେ ଗାତରେ ଲୁଚାଇ ରଖିଥିବା ଦୁଇଟି ନକଲି ଏକେ-୪୭ ବନ୍ଧୁକକୁ ବାହାରକୁ କାଢିଥିଲେ । ଯବାନ ବନ୍ଧୁକକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ଏହି ଦୁଇଟି ବନ୍ଧୁକ ସଂପୂର୍ଣ୍ଣ କାଠରେ ତିଆରି ହୋଇଥିଲା ଏବଂ ଏକେ-୪୭ ଭଳି ସମାନ ଦେଖାଯାଉଥିଲା ।

ନକଲି ନକ୍ସଲମାନେ ରାତିରେ ଗ୍ରାମରେ ପଶି ସରପଞ୍ଚ, ଠିକାଦାର ଏବଂ ଧନୀ ଶ୍ରେଣୀର ଲୋକଙ୍କୁ ଅପହରଣ କରି ନେଇ ସେମାନଙ୍କ ଠାରୁ ମୋଟା ଅଙ୍କର ଟଙ୍କା ବସୁଲ କରୁଥିଲେ । ଏହି ଖବର ଦନ୍ତେୱାଡା ଏସପିଙ୍କ ନିକଟରେ ପହଞ୍ଚିବା ପରେ ସେ ନିଜେ ଏହାର ପର୍ଦ୍ଦାଫାସ କରିଛନ୍ତି । ବର୍ତ୍ତମାନ ଲକଡାଉନ ଚାଲୁଥିବାରୁ ନକ୍ସଲଙ୍କର ଆୟ ମଧ୍ୟ କମିଯାଇଛି । ଏଣୁ ସେମାନେ ଠିକାଦାର ଏବଂ ବଡ ବଡ ସାହୁକାରମାନଙ୍କୁ ଟାର୍ଗେଟ କରି ଟଙ୍କା ଆଦାୟ କରୁଛନ୍ତି । ଲକଡାଉନ ଯୋଗୁଁ ସବୁଆଡେ ପୋଲିସ ଛାଉଣି ରହିଥିବାରୁ ନକ୍ସଲ ଏଭଳି କାମ କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଥିବା ଏସପି କହିଛନ୍ତି ।

ତେବେ ଗ୍ରାମବାସୀ ସମ୍ପୃକ୍ତ ନକଲି ନକ୍ସଲଙ୍କୁ ଚିହ୍ନି ଥିବାରୁ ଏସପି ସେମାନଙ୍କୁ ତୁରନ୍ତ ଗ୍ରାମବାସୀଙ୍କ ସହାୟତାରେ ଗିରଫ କରିବା ପାଇଁ ଅଭିଯାନ ଆରମ୍ଭ କରିଛନ୍ତି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିିଭି ଭାରତ

ABOUT THE AUTHOR

...view details