ମାଲକାନଗିରି:ଜାଲ୍ ନୋଟ କାରବାରରେ ସମ୍ପୃକ୍ତି ନେଇ ଗିରଫ ହେଲେ ଦୁଇ ଯୁବକ। ଏହି ଦୁଇ ଯୁବକ ହେଉଛନ୍ତି ମାଲକାନଗିରି ଜିଲ୍ଲା ଏମ.ଭି 79 ଗାଁର ସୁରଜିତ ମଣ୍ଡଳ ଓ ଶୁକଚାନ୍ଦ ମଣ୍ଡଳ । ବେଶ କିଛି ଦିନ ହେବ ଉଭୟେ ଆନ୍ତରାଜ୍ୟ ବଜାରକୁ ଜାଲ ନୋଟ ଯୋଗାଇ ଆସୁଥିଲେ। ଛତିଶଗଡର ସୁକମାରେ ଏହି 2 ଯୁବକ ଲକ୍ଷ ଲକ୍ଷ ଟଙ୍କାର ଜାଲ ନୋଟ ଯୋଗାଇ ଥିବା ନେଇ ସୁକମା ପୋଲିସ ନିକଟରେ ଅଭିଯୋଗ ହୋଇଥିଲା।
ଜାଲ୍ ନୋଟ କାରବାରରେ ଦୁଇ ମାଲକାନଗିରି ଯୁବକଙ୍କୁ ଉଠାଇ ନେଲା ଛତିଶଗଡ ପୋଲିସ - ଗିରଫ ହେଲେ ଦୁଇ ଯୁବକ
ଜାଲ୍ ନୋଟ କାରବାରରେ ସମ୍ପୃକ୍ତି ନେଇ ଗିରଫ ହେଲେ ଦୁଇ ଯୁବକ । ଗିରଫ ପରେ ସେମାନଙ୍କୁ ଛତିଶଗଡର ସୁକୁମା ଜେଲକୁ ପଠାଗଲା। ଅଧିକ ପଢନ୍ତୁ...
ଗିରଫ ହେଲେ ଦୁଇ ଯୁବକ
ପରେ ସୁକମା ପୋଲିସ ମାଲକାନଗିରିରେ ପହଞ୍ଚି 2 ଯୁବକଙ୍କୁ ଉଠାଇ ନେଇଥିଲା । ସେମାନଙ୍କ ଠାରୁ ଦେଢ ଲକ୍ଷ ଟଙ୍କାର ଜାଲ ନୋଟ ପୋଲିସ ଜବତ କରିଛି। ଗିରଫ ପରେ ସେମାନଙ୍କୁ ସୁକୁମା ଜେଲକୁ ପଠାଯାଇଥିବା ସୁକମା ଏସପି କହିଛନ୍ତି ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ