ମାଲକାନଗିରି:କଇଁଛ ଚୋରାଚାଲାଣ ରୋକିବାରେ ବନ ବିଭାଗକୁ ବଡ ସଫଳତା । ପ୍ରାୟ 100ରୁ ଊର୍ଦ୍ଧ୍ବ କଇଁଛ ବସ୍ତାରେ ଚାଲାଣ ହେଉଥିବା ବେଳେ ଉଦ୍ଧାର କରିଛି ବନବିଭାଗ । ମାଲକାନଗିରି ଜିଲ୍ଲା MV-65 ଗାଁରେ ଏତେ ପରିମାଣରେ କଇଁଛ ଉଦ୍ଧାର କରିବାରେ ବନ ବିଭାଗ ସଫଳ ହୋଇଛି ।
ସୂଚନା ଅନୁସାରେ, କାଲିମେଳା ବନାଞ୍ଚଳ ଅଧିକାରୀ ସୁଶାନ୍ତ କୁମାର ଦଳେଇଙ୍କ ନିର୍ଦ୍ଦେଶ କ୍ରମେ ଫରେଷ୍ଟର ଶିଵା ନନ୍ଦ ଲେଙ୍କା, ଫରେଷ୍ଟ ଗାର୍ଡ ସୁଶାନ୍ତ କୁମାର ସ୍ୱାଇଁ, ଷ୍ଟାପ ଜୟନ୍ତ କୁମାର ନାୟକ ଓ ସୁରଜ ଦାସଙ୍କୁ ନେଇ ଏକ ଚାରି ଜଣିଆ ଟିମ ସୋମବାର ରାତି ତିନିଟା ସମୟରୁ ଦୀର୍ଘ ଛଅ ଘଣ୍ଟା ପରିଶ୍ରମ କରି ବସ୍ତା ମଧ୍ୟରେ ଭରା କୋଡିଏ ବସ୍ତା କଇଁଛ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି । ଏଥିରେ ଏକ ଶହରୁ ଊର୍ଦ୍ଧ୍ବ କଇଁଛ ଥିବା ଅନୁମାନ କରାଯାଇଛି ।