ଓଡିଶା

odisha

ETV Bharat / state

ବିଛିନ୍ନାଞ୍ଚଳରେ ଥାନା ଘେରାଉ କଲେ ଶହ ଶହ ଆଦିବାସୀ - Thana gherao in cutoff area of malkangiri

ସରକାରଙ୍କୁ ବିରୋଧ କରି ପୁଣି ଆଦିବାସୀଙ୍କ ବିଶାଳ ସମାବେଶ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଜଳଭଣ୍ଡାର ଭିତରେ ଥିବା ବିଛିନ୍ନାଞ୍ଚଳର ଶହ ଶହ ଆଦିବାସୀ ମୌଳିକ ଅଧିକାର ଦାବି ନେଇ ଥାନା ଘେରାଉ କରିଛନ୍ତି ।

Thana gherao in cutoff area of malkangiri
ବିଛିନ୍ନାଞ୍ଚଳରେ ଥାନା ଘେରାଉ କଲେ ଶହ ଶହ ଆଦିବାସୀ

By

Published : Dec 18, 2019, 9:02 AM IST

ମାଲକାନଗିରି: ସରକାରଙ୍କୁ ବିରୋଧ କରି ପୁଣି ଆଦିବାସୀଙ୍କ ବିଶାଳ ସମାବେଶ । ଏ ଦୃଶ୍ୟ ହେଉଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଜଳଭଣ୍ଡାର ଭିତରେ ଥିବା ବିଛିନ୍ନାଞ୍ଚଳର। ଗୁରୁପ୍ରିୟା ସେତୁ ନିର୍ମାଣ ହେବା ପରେ ସ୍ଵାଭିମାନ ଅଞ୍ଚଳର 4ଟି ପଞ୍ଚାୟତକୁ ଯାତାୟାତ ସମ୍ଭବ ହୋଇଛି । ହେଲେ ସରକାର ଶିକ୍ଷା ଓ ସ୍ବାସ୍ଥ୍ୟ ବ୍ୟବସ୍ଥା ପ୍ରତି ଦୃଷ୍ଟି ଦେଲେ ଲୋକେ ଉପକୃତ ହୋଇ ପାରିବେ ବୋଲି ଦାବି କରିଛନ୍ତି ଗ୍ରାମବାସୀ ।


ପ୍ରଜାମେଳି ଛାଡି ପ୍ରଶାସନ ପାଖରେ ଦ୍ଵାରସ୍ଥ ହୋଇଛନ୍ତି ଏମାନେ । ତେବେ ବିଚ୍ଛିନ୍ନାଞ୍ଚଳର ଯନ୍ତ୍ରି, ଜଡାମ୍ବ, ଆଣ୍ଡ୍ରାପାଲି, ପଣସପୁଟ ପରି 4ଟି ପଞ୍ଚାୟତ ଏବେବି ମୁଖ୍ୟ ଶ୍ରୋତରେ ସାମିଲ ହୋଇ ପାରିନାହିଁ । ଲୋକଙ୍କ ପାଖରେ ଶିକ୍ଷା ସ୍ବାସ୍ଥ୍ୟ ଓ ଗମନାଗମନ ପରି ମୌଳିକ ସୁବିଧା ବର୍ତ୍ତମାନ ସୁଦ୍ଧା ପହଞ୍ଚି ପାରିନଥିବା ବେଳେ ଲୋକେ ଏବେ ମଧ୍ୟ ଜଳବନ୍ଦୀ ଜୀବନ କଟାଉଛନ୍ତି ।


ଯାହାକୁ ନେଇ ପୁଣି ଥରେ ତେଜିଛନ୍ତି ବିଛିନ୍ନାଞ୍ଚଳବାସୀ । ହଜାର ହଜାର ଆଦିବାସୀ ବିଶାଳ ଶୋଭାଯାତ୍ରା କରିବା ସହ କୁନ୍ତୁରପଦର ଥାନାକୁ ଘେରାଉ କରିଛନ୍ତି । ସେଠାରୁ ବିଏସଏଫ କ୍ୟାମ୍ପ ପ୍ରତ୍ୟାହାର କରିବା ଲାଗି ମଧ୍ୟ ଦାବି କରିଛନ୍ତି ।


ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details