ଓଡିଶା

odisha

ETV Bharat / state

ଗୁରୁତର ରୋଗୀଙ୍କୁ ଗୁଣିଆର ‘କାମୁଡ଼ା ଚିକିତ୍ସା’

ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଉର୍ମାଗୁଡାରେ ଜଣେ ମହିଳାଙ୍କ ଦେହ ଖରାପ ହୋଇଥିଲା । ତାଙ୍କ ରୋଗ ଭଲ ହେବା ପାଇଁ ଗୁଣିଆର ସାହାରା ନେଲେ । ଆଉ ଏଠାରେ ଜଣେ ଗୁଣିଆ ରୋଗିକୁ କାମୁଡା ଚିକିତ୍ସା ଦେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

By

Published : Aug 13, 2019, 11:13 PM IST

ମାଲକାନଗିରି: ଅନ୍ଧବିଶ୍ବସ ଅନ୍ଧଗଳିରୁ ବାହାରି ପାରୁନି ମଣିଷ । ଆଜି ବି ସମାଜରେ ବଞ୍ଚି ରହିଛି ଅନ୍ଧ ବିଶ୍ବାସ । ଡାକ୍ତରଙ୍କ ପାଖକୁ ନେବା ପରିବର୍ତ୍ତେ ଗୁଣି ଗାରେଡି ଉପରେ ଅନେକ ବିଶ୍ବାସ ରଖନ୍ତି । ତେବେ ଏହାର ତାଜା ଚିତ୍ର ଦେଖିବାକୁ ମିଳିଛି ମାଲକାଗିରି ଜିଲ୍ଲାରେ । ଏଠାରେ ରୋଗ ଭଲ ପାଇଁ ହେଉଛି ଅଜବ ଚିକିତ୍ସା । ବିଚିତ୍ର ପଦ୍ଧତିରେ ଚାଲିଛି ଚିକିତ୍ସା । ଗୁଣିଆଙ୍କ କାମୁଡାରେ ଚିକିତ୍ସିତ ହେଉଛନ୍ତି ରୋଗୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ମାଲକାନଗିରି ଜିଲ୍ଲା । ଏଠାକାର ଆଦିବାସୀ ଆଜି ବି ଅନ୍ଧ ବିଶ୍ବାସର ସାହାରା ନିଅନ୍ତି । ଝଡ଼ା ପୁଙ୍ଖା ଉପରେ ବିଶ୍ବାସ ରଖନ୍ତି । ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ ଉର୍ମାଗୁଡାରେ ଜଣେ ମହିଳାଙ୍କ ଦେହ ଖରାପ ହୋଇଥିଲା । ସେ ମେଡିକାଲ ଯିବା ପରିବର୍ତ୍ତେ ଗୁଣି ଗାରେଡିର ସାହାର ନେଇଥିଲେ । ଆଉ ସେ ଗୁଣିଆ କାମୁଡା ଚିକିତ୍ସା ଦେଲା । ଯାହା ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ ଏଠାରେ ଏପରି ଚିକିତ୍ସା ଉପରେ ବିଶ୍ବାସ କରନ୍ତି ।

ଏଠାରେ ସେ ଗୁଣିଆ ଉକ୍ତ ମହିଳାକୁ କାମୁଡି କାମୁଡି ଝଡା ଫୁଙ୍କା ସାହାଯ୍ୟରେ ଚିକିତ୍ସା କରୁଥିବାର ଦେଖିବାକୁ ମିଳିଛି । ଏହି ଆଧୁନିକ ଯୁଗରେ ଦେଶ ଯେତେ ବିକଶିତ ହେଉ ନା କାହିଁକି ଅନ୍ଧ ବିଶ୍ବାସ ଉପରେ ମଣିଷଙ୍କ ଭାବନା ଦୂର କରାଯାଇ ପାରିନାହିଁ । ଯାହାକି ବର୍ତ୍ତମାନ ଚିନ୍ତାର ବିଷୟ ପାଲଟିଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details