ଓଡିଶା

odisha

ETV Bharat / state

ପୋଲିସ ଜୁଲମକୁ ବିରୋଧକରି ଆଦିବାସୀ ମେଳି, ବିଏସଏଫ କ୍ୟାମ୍ପ ଘେରିବାକୁ ଚେତାବନୀ - ପୋଲିସ ବିରୋଧରେ ଆଦିବାସୀ ମେଳି

ପୋଲିସକୁ ବିରୋଧକରି ଆଦିବାସୀ ମେଳି ଦେଖିବାକୁ ମିଳିଛି ।ଆଗାମୀ ଦିନରେ ବିଏସଏଫ କ୍ୟାମ୍ପ ଘେରିବାକୁ ଚେତାବନୀ । ଅଧିକ ପଢନ୍ତୁ...

ପୋଲିସ ଜୁଲମକୁ ବିରୋଧକରି ଆଦିବାସୀ ମେଳି, ବିଏସଏଫ କ୍ୟାମ୍ପ ଘେରିବାକୁ ଚେତାବନୀ
ପୋଲିସ ଜୁଲମକୁ ବିରୋଧକରି ଆଦିବାସୀ ମେଳି, ବିଏସଏଫ କ୍ୟାମ୍ପ ଘେରିବାକୁ ଚେତାବନୀପୋଲିସ ଜୁଲମକୁ ବିରୋଧକରି ଆଦିବାସୀ ମେଳି, ବିଏସଏଫ କ୍ୟାମ୍ପ ଘେରିବାକୁ ଚେତାବନୀ

By

Published : Mar 17, 2021, 5:38 PM IST

ମାଲକାନଗିରି : ପୋଲିସକୁ ବିରୋଧକରି ଆଦିବାସୀ ମେଳି ଦେଖିବାକୁ ମିଳିଛି । ପୁଣି ପୋଲିସ ବିରୋଧରେ ୯ଟି ଗ୍ରାମର ଶତାଧିକ ଗ୍ରାମବାସୀ ଏକାଠି ହୋଇ ମେଳି କରିଛନ୍ତି । ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ନାକାମାମୁଢି ପଞ୍ଚାୟତର ଦୁର୍ଗମ ଅଞ୍ଚଳ ମୁଦୁଲିଗୁଡା ଠାରେ ଗ୍ରାମବାସୀ ମେଳି କରିଥିଲେ । ନିରୀହ ଗ୍ରାମବାସୀଙ୍କ ଉପରେ ପୋଲିସ ଅତ୍ୟାଚାର କରୁଥିବା ଅଭିଯୋଗ ଆଣି ଏହି ମେଳି ହୋଇଥିବା ଜଣାପଡିଛି । ପୋଲିସ ପୂର୍ବରୁ କରିଥିବା ଏନ୍‌କାଉଣ୍ଟରକୁ ସମାଲୋଚନା ଓ ବିରୋଧ କରାଯାଇଥିଲା । ପୋଲିସ ଅତ୍ୟାଚାର ବନ୍ଦ ନ କଲେ ଆଗାମୀ ଦିନରେ ବିଏସ୍‌ଏଫ୍ କ୍ୟାମ୍ପ ଘେରାଉ କରିବେ ବୋଲି ଆଦିବାସୀ ଚେତାବନୀ ଦେଇଛନ୍ତି ।

ପୋଲିସ ଜୁଲମକୁ ବିରୋଧକରି ଆଦିବାସୀ ମେଳି, ବିଏସଏଫ କ୍ୟାମ୍ପ ଘେରିବାକୁ ଚେତାବନୀପୋଲିସ ଜୁଲମକୁ ବିରୋଧକରି ଆଦିବାସୀ ମେଳି, ବିଏସଏଫ କ୍ୟାମ୍ପ ଘେରିବାକୁ ଚେତାବନୀ

ଦେଶୀ ଡଙ୍ଗା ଏବଂ ମୋଟର ଲଞ୍ଚରେ ନାକାମାମୁଡି ପଞ୍ଚାୟତର ଆସିଲିବେଡା , ଟିକରପଡ଼ା , ଖଜୁରିଗୁଡା , ବକୁଳି , ନାରିଙ୍ଗଖୋଲି , ମୁଦୁଲିଗୁଡା , ରାବା , ଟାଇମାଲ , ଲାଡିଗୁଡା ଆଦି ଗ୍ରାମର ଗ୍ରାମବାସୀ ମୁଦୁଲିଗୁଡା ଘାଟରେ ପହଞ୍ଚି ଥିଲେ । ପୋଲିସ ସେମାନଙ୍କ ଅଞ୍ଚଳରେ ଲୋକଙ୍କ ଉପରେ ଜୁଲମ କରୁଥିବା ଅଭିଯୋଗ କରି ମେଳି କରିଥିଲେ । ଗତ ୧୩ ତାରିଖ ସନ୍ଧ୍ୟାରେ ମାଓ ଦମନ ଦାୟିତ୍ବରେ ଥିବା ଏସ୍‌ଓଜି ଏବଂ ଡିଭିଏଫ ଯବାନମାନେ ଯେଉଁ ମୋଟର ଲଞ୍ଚ ଉପରକୁ ଗୁଳିଚାଳନା କରିଥିଲେ ସେଥିରେ ମାଓବାଦୀ ନ ଥିବା ଗ୍ରାମବାସୀ ପ୍ରକାଶ କରିଥିଲେ । ସେହି ମୋଟର ଲଞ୍ଚରେ ସେତୁ ହନ୍ତାଳ ନାମକ ଜଣେ ଅସୁସ୍ଥ ବୃଦ୍ଧାଙ୍କୁ ଅଣ୍ଡିରାପାଲି ପଞ୍ଚାୟତର ଓରାପଦର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଉଥିଲା । ଉକ୍ତ ଲଞ୍ଚରେ ୩ ମହିଳା ଓ ୬ ପୁରୁଷଙ୍କୁ ମିଶାଇ ମୋଟ ୯ ଜଣ ପରିବାରଲୋକ ନେଇ ଯାଉଥିବାବେଳେ ପୋଲିସ ସେମାନଙ୍କ ଉପରକୁ ଗୁଳି ଚଳାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଏ ସମ୍ପର୍କରେ ଯବାନଙ୍କୁ ବାରମ୍ବାର କହିବା ପରେ ମଧ୍ୟ ସେମାନେ କାହିଁକି ମୋଟର ଲଞ୍ଚ ଉପରକୁ ଗୁଳିଚାଳନା କଲେ ବୋଲି ମେଳିରେ ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି । ପୋଲିସ ଭୟରେ ମୋଟର ଲଞ୍ଚରେ ଥିବା ଲୋକମାନେ ରାତି ସାରା ଲଞ୍ଚରେ ଜଳରାଶି ମଧ୍ୟରେ ରହି ବଡ଼ିଭୋରୁ ଘରକୁ ଫେରିଥିବା ମଧ୍ୟ ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ସେହି ରାତିରେ ପୋଲିସ ମୁଦୁଲିଗୁଡାର ସମସ୍ତଙ୍କ ଘରକୁ ଯାଇ ନିରୀହ ଲୋକଙ୍କୁ ଘରୁ ବାହାରକୁ ଡାକି ମାଡ଼ ମାରିଥିବା ଗ୍ରାମବାସୀ ମଧ୍ୟ ଅଭିଯୋଗ କରିଛନ୍ତି । ବିଭିନ୍ନ ସମୟରେ ପୋଲିସ ସେମାନଙ୍କ ଉପରେ ଜୁଲମ କରି ନିର୍ଯାତନା ଦେଉଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ । ସେମାନଙ୍କ ଉପରେ ପୋଲିସ ଅତ୍ୟାଚାର ବନ୍ଦ ନ ହେଲେ ଆଗାମୀ ଦିନରେ ପିପଲାପଦରରେ ଥିବାବିଏସ୍‌ଏଫ କ୍ୟାମ୍ପକୁ ଘେରାଉ କରିବେ ବୋଲି ପୋଲିସକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

ମାଲକାନଗିରିରୁ ଦେବଦତ୍ତ ବେହେରା , ଇଟିଭି ଭାରତ

ABOUT THE AUTHOR

...view details