ମାଲକାନଗିରି: ଜିଲ୍ଲାକୁ ଉନ୍ନତି ପଥରେ ଆଗେଇ ନେବା ପାଇଁ ସରକାର ବିଭିନ୍ନ ଯୋଜନା କରୁଛନ୍ତି । ତେବେ ସଚେତନତା ଅଭାବରୁ ଯୋଜନା ସମ୍ପର୍କରେ ଲୋକେ ଅବଗତ ହୋଇପାରୁ ନାହାଁନ୍ତି । ତେଣୁ ଏହି ଅଞ୍ଚଳରେ ଲୋକଙ୍କୁ ସଚେତନ କରିବାକୁ ଉଦୟ ଯୋଜନା କାର୍ଯ୍ୟକାରୀ ହେଉଛି । ତେବେ ଏହି ଯୋଜନାକୁ ଅଧିକ ଲୋକାଭିମୁଖୀ କରିବାକୁ ଆଜି (ମଙ୍ଗଳବାର) ଉଦୟ ସଂସ୍ଥାରେ କାର୍ଯ୍ୟ କରୁଥିବା 50ରୁ ଅଧିକ ଯୁବକ ଯୁବତୀଙ୍କୁ ତାଲିମ ପ୍ରଦାନ କରାଯାଇଛି ।
ଜିଲ୍ଲା ଡିଆରଡିଏ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଜାନରେ କିପରି ସଫଳ ମିଳୁଛି ତାହା ଉପରେ ଆଲୋଚନା ହୋଇଛି । ଏହି କାର୍ଯ୍ୟକ୍ରମରେ ଉଦୟର ରାଜ୍ୟ ସଂଯୋଜକ ବ୍ରଜମୋହନ ହୋତା ଅଧ୍ୟକ୍ଷତା କରିଥିଲେ । ତେବେ ଏଥିରେ ଜିଲ୍ଲାର ପିଡି-ଡିଆରଡିଏ ଲିଙ୍ଗରାଜ ପଣ୍ଡା ଓ ଏସଡିପିଓ ହୃଷୀକେଶ ଡି ଖିଲାରି ଅତିଥି ଭାବେ ଯୋଗ ଦେଇଥିଲେ ।