ଓଡିଶା

odisha

ETV Bharat / state

ମାଲକାନଗିରିରୁ ଖୁବଶୀଘ୍ର ଉଡିବ ବିମାନ, ସଫଳ ହେଲା ବିମାନ ଟ୍ରାଏଲ ରନ୍ - ମାଲକାନଗିରି ବିମାନବନ୍ଦର

Flight Trail Run At Malkangiri Airport: ଶୀଘ୍ର କାର୍ଯ୍ୟମକ୍ଷ ହେବାକୁ ଯାଉଛି ରାଜ୍ୟର ଆଉ ଏକ ବିମାନ ବନ୍ଦର । ଉପାନ୍ତ ଅଞ୍ଚଳ ମାଲକାନଗିରିକୁ ଖୁବଶୀଘ୍ର ଉଡିବ ବିମାନ । ସଫଳତାର ସହ ସରିଲା ଟ୍ରାଏଲ ରନ୍‌ । ଅଧିକ ପଢ଼ନ୍ତୁ

ମାଲକାନଗିରି ଏୟାରପୋର୍ଟରେ
ମାଲକାନଗିରି ଏୟାରପୋର୍ଟରେ

By ETV Bharat Odisha Team

Published : Jan 7, 2024, 6:12 PM IST

ମାଲକାନଗିରି ଏୟାରପୋର୍ଟରେ

ମାଲକାନଗିରି/ଭୁବନେଶ୍ବର: ପୁରଣ ହେବାକୁ ଯାଉଛି ମାଲକାନଗିରିବାସୀଙ୍କ ବହୁଦିନର ସ୍ବପ୍ନ । ଜିଲ୍ଲାବାସୀଙ୍କ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି । ଆକାଶ ପଥରେ ସଂଯୋଗ କରିବ ମାଲକାନଗିରି । ଖୁବଶୀଘ୍ର ଜିଲ୍ଲାକୁ ଉଡ଼ିବ ବିମାନ । ଆଜି (ରବିବାର) ବିମାନ ଉଡାଣର ଟ୍ରାଇଲ୍ ରନ୍ ସଫଳତାର ସହ କରାଯାଇଛି । ଏୟାରପୋର୍ଟରେ ଭିଟି ୧୦୦ ଫ୍ଲାଇଟ୍ ସଫଳତାର ସହ ଅବତରଣ କରିଛି ।

ରାଉରକେଲା ବିମାନ ବନ୍ଦର ପରେ ମାଲକାନଗିରିରୁ ଉଡିବ ବିମାନ । ଏନେଇ ଆରମ୍ଭ ହୋଇଛି ପ୍ରସ୍ତୁତି । ଆଜି ମାଲକାନଗିରି ବିମାନ ବନ୍ଦରରେ କରାଯାଇଛି ଟ୍ରାଏଲ ରନ। ସଫଳତାର ସହ ପରୀକ୍ଷା ମୂଳକ ଭାବରେ ଅବତରଣ କରିଛି ଭିଟି ୧୦୦ ବିମାନ । ଅବତରଣ ପରେ ପାଇଲଟ୍ ସମଗ୍ର ବିମାନ ବନ୍ଦରର ତନଖି କରିଛନ୍ତି । ଏହି ବିମାନ ବନ୍ଦରର ରନୱେ ୧୬ ଶହ ୨୦ ମିଟର ଏବଂ ଓସାର ୩୦ମିଟର ରଖାଯାଇଛି । ଏଠାରେ ୨୦ ଆସନ ବିଶିଷ୍ଟ ବିମାନ ଚଳଚାଳ ଆରମ୍ଭ କରିବ । ଏହାପରେ ବଡ଼ ବିମାନ ଚଳାଚଳ ପାଇଁ ପଦକ୍ଷେପ ନିଆଯିବ । ଏହି ବିମାନ ବନ୍ଦରକୁ କ୍ୟାଟେଗୋରୀ-୨ ବର୍ଗର ଏୟାରପୋର୍ଟ କରାଯିବ । ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବରରୁ ମାଲକାନଗିରି ମଧ୍ୟରେ ଛୋଟ ବିମାନ ଚଳାଚଳ ଆରମ୍ଭ ପାଇଁ ପ୍ରସ୍ତୁତ ଚାଲିଛି ।

ଏହା ମଧ୍ୟ ପଢ଼ନ୍ତୁ.....ସ୍ବପ୍ନ ହେବ ସାକାର; ସପ୍ତାହ ମଧ୍ୟରେ ମାଲକାନଗିରି ଏୟାରପୋର୍ଟରେ ଉଡ଼ିବ ବିମାନ

ବିମାନ ବନ୍ଦର ନିର୍ମାଣ ପାଇଁ ୫୪ କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ ଆସନ୍ତା ୯ ତାରିଖରେ ବିମାନ ବନ୍ଦରର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ବିମାନ ବନ୍ଦରଟି ବଡ ଓ ବହୁତ୍ ଭଲ ଭାବେ ହୋଇଥିବାରୁ ଏଠାରେ ସଫଳତାର ସହ ଟ୍ରାଇଲ୍ ରନ କରାଯାଛି ଏବଂ ଏଠାରୁ ମଧ୍ଯମ ଧରଣର ଉଡାଜାହାଜ ଚାଲିପାବ ବୋଲି କହିଛନ୍ତି ଟ୍ରାଏଲ୍ ରନରେ ଆସିଥିବା ପାଇଲଟ୍ । ପୂର୍ବରୁ ଭୁବନେଶ୍ଵରରୁ ଝାରସୁଗୁଡ଼ା, ଜୟପୁର ଓ ରାଉରକେଲା ବିମାନ ବନ୍ଦରକୁ ବିମାନ ଚାଳଚଳ ଆରମ୍ଭ ହୋଇଥିବା ବେଳେ ଏବେ ମାଲକାନଗିରିକୁ ଉଡ଼ିବ ବିମାନ । ଯାହାକୁ ନେଇ ମାଲକାନଗିରିବାସୀ ବେସ ଖୁସି ବ୍ୟକ୍ତ କରିଛନ୍ତି । ବିମାନବନ୍ଦର ହେଲେ ଜିଲ୍ଲାବାସୀଙ୍କୁ ଅନେକ ସୁବିଧା ସୁଯୋଗ ମିଳିବ । ରାଜ୍ୟ ରାଜଧାନୀକୁ ପୂର୍ବରୁ ଆସିବାକୁ ଘଣ୍ଟାଘଣ୍ଟା ଧରି ସମୟ ଲାଗୁଥିବାବେଳେ ଏବେ ଆଉ ବେଶି ସମୟ ଅପେକ୍ଷା କରିବାକୁ ପଡିବନାହିଁ । ଉଭୟ ନିଯୁକ୍ତି ଓ ବ୍ୟବସାୟ କ୍ଷେତ୍ରରେ ଅଞ୍ଚଳ ଉନ୍ନତ କରିବା ସହ ଉପାନ୍ତ ଅଞ୍ଚଳର ପରିବର୍ତ୍ତନ ଘଟିବ ।

ଇଟିଭି ଭାରତ, ମାଲକାନଗିରି/ ଭୁବନେଶ୍ବର

ABOUT THE AUTHOR

...view details