ଓଡିଶା

odisha

ETV Bharat / state

ଆତ୍ମସମର୍ପଣ କଲା IAS ଭିନିଲ କ୍ରିଷ୍ଣାଙ୍କ ଅପହରଣର ମାଷ୍ଟରମାଇଣ୍ଡ - ଟପ ମାଓ ନେତା ଜି.ଜଳନ୍ଧର ରେଡ୍ଡୀ ଓରଫ କ୍ରିଷ୍ଣା

ଲାଲଗଡ ଛାଡିଲା ଟପ ମାଓ ନେତା ଜି.ଜଳନ୍ଧର ରେଡ୍ଡୀ ଓରଫ କ୍ରିଷ୍ଣା । ସ୍ବାଭିମାନ ଅଞ୍ଚଳରେ ଆତଙ୍କ ଖେଳାଇଥିବା କ୍ରିଷ୍ଣା ଆତ୍ମସମର୍ପଣ କରିଛି । ଅଧିକ ପଢନ୍ତୁ...

ଆଇଏଏସ ଭିନିଲ କ୍ରିଷ୍ଣାଙ୍କ ଅପହରଣର ମାଷ୍ଟର ମାଇଣ୍ଡ କ୍ରିଷ୍ଣାର ଆତ୍ମସର୍ମପଣ
ଆଇଏଏସ ଭିନିଲ କ୍ରିଷ୍ଣାଙ୍କ ଅପହରଣର ମାଷ୍ଟର ମାଇଣ୍ଡ କ୍ରିଷ୍ଣାର ଆତ୍ମସର୍ମପଣ

By

Published : Apr 21, 2021, 8:56 AM IST

Updated : Apr 21, 2021, 9:32 AM IST

ମାଲକାନଗିରି : ଦୁର୍ଦ୍ଦାନ୍ତ ନକ୍ସଲ ଜି.ଜଳନ୍ଧର ରେଡ୍ଡୀ ଓରଫ କ୍ରିଷ୍ଣାର ଆତ୍ମସମର୍ପଣ । ଆନ୍ଧ୍ର ପୋଲିସ ନିକଟରେ ଆତ୍ମସମର୍ପଣ କରିଛି କ୍ରିଷ୍ଣା । ଦୁର୍ଦ୍ଦାନ୍ତ ନକ୍ସଲକୁ ଧରିବାକୁ 30 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ମାଲକାନଗିରି ସ୍ବାଭିମାନ ଜିଲ୍ଲାରେ ଆତଙ୍କ ଖେଳାଇ ରଖିଥିଲା କ୍ରିଷ୍ଣା । ଜିଲ୍ଲାର ତତ୍କାଳୀନ ଜିଲ୍ଲାପାଳ ଆଇଏଏସ ଭିନିଲ କ୍ରିଷ୍ଣାଙ୍କ ଅପରହରଣ ପଛରେ ମୁଖ୍ୟ କାର୍ପଟଦାର ମଧ୍ୟ ସେ ଥିଲା ।

ଆତ୍ମସମର୍ପଣ କଲା IAS ଭିନିଲ କ୍ରିଷ୍ଣାଙ୍କ ଅପହରଣର ମାଷ୍ଟରମାଇଣ୍ଡ

ଦୀର୍ଘ ବର୍ଷ ଧରି ଆନ୍ଧ୍ର- ଓଡିଶା ବର୍ଡର ଡିଭିଜନରେ କାମ କରୁଥିଲା କ୍ରିଷ୍ଣା । ମାଲକାନଗିରି ପୋଲିସ, ବିଏସଏଫ ଓ ଆନ୍ଧ୍ର ପୋଲିସର ଘନଘନ ଚଢାଉ କରାଯାଇଥିଲା। ଆନ୍ଧ୍ର , ଓଡିଶା ଏବଂ ତେଲେଙ୍ଗାନା ପୋଲିସ ପକ୍ଷରୁ କ୍ରିଷ୍ଣାକୁ ଧରିବାକୁ ଜୋରଦାର ଅପରେସନ ଚଳାଇଥିଲେ । ଏହି ତିନୋଟି ରାଜ୍ୟର ସରକାର କ୍ରିଷ୍ଣାକୁ ଧରିବାକୁ 10 ଲକ୍ଷ ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଥିଲେ ।

2008 ବାଲିମେଳା ଜଳଭଣ୍ଡାର ସ୍ଥିତ ଆଲମକପା ଲଞ୍ଚ ଉପରେ ଆକ୍ରମଣ ଓ 38 ଗ୍ରେହାଉଣ୍ଡ ଯବାନଙ୍କ ହତ୍ୟା ମାମଲାରେ ମୁଖ୍ୟ ଭୂମିକା ତୁଲାଇ ଥିଲା ଏହି ମାଓନେତା । 2004 ରେ କୋରାପୁଟ ଅସ୍ତ୍ରଗାର ଲୁଟ ମାମଲାରେ ସମ୍ପୃକ୍ତ ରହିବା ସହ ଆନ୍ଧ୍ରରେ ଅନେକ ହିଂସା ଘଟଣାଛି। ତେବେ ପୋଲିସର ମାତ୍ରା କାର୍ଯ୍ୟାନୁଷ୍ଠାନ ପରେ ଶେଷରେ ଆତ୍ମସମର୍ପଣ କରିଛି କ୍ରିଷ୍ଣା ।ମାଓନେତା କ୍ରିଷ୍ଣାର ଆତ୍ମସମର୍ପଣ ପରେ ପୋଲିସ ୨୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଆର୍ଥିକ ସହଯୋଗ କରିବ ବୋଲି କହିଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

Last Updated : Apr 21, 2021, 9:32 AM IST

ABOUT THE AUTHOR

...view details