ମାଲକାନଗିରି/କଟକ:ବଜ୍ରାଘାତରେ ୨ଜଣକ ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ତାଣ୍ଡକି ପଞ୍ଚାୟତର ଦାମାଗୁଡା ଏବଂ ପେଦୱାଡା ପଞ୍ଚାୟତର ବାହାଲଗୁଡା ଗ୍ରାମରେ ।
ସୂଚନାନୁଯାୟୀ ଦାମାଗୁଡା ଗ୍ରାମର ମିଥୁନ ଧୁରୁଆ ଏବଂ ସପନ ବରାଇ ନିଜ ଚାଷ ଜମିରେ କାମ କରୁଥିବା ବେଳେ ହଠାତ ବିଜୁଳି ଘଡଘଡି ସହ ବର୍ଷା ହୋଇଥିଲା । ଆଉ ଏହି ସମୟରେ ବଜ୍ରାଘାତ ଘଟି ଘଟଣାସ୍ଥଳରେ ୨ଜଣ ଆହତ ହୋଇଥିବାବେଳେ ୨ ଜଣଙ୍କ ମୃତ୍ୟୁ ଘଟିଛି ।
ଯାହାଫଳରେ ମିଥୁନଙ୍କର ମୃତ୍ୟୁ ହୋଇଥିବାବେଳେ ସପନ ଗୁରୁତର ଆହତ ହୋଇ ମାଲକାନଗିରି ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସେହିପରି ବହଲଗୁଡା ଗ୍ରାମର ସବିତା ମତେମ ଏବଂ ସନା କୁଟିଆ ଗାଈ ଚରାଇବାକୁ ଯାଇଥିବା ସମୟରେ ବଜ୍ରାଘାତ ହେବା ଫଳରେ ସବିତାର ମୃତ୍ୟୁ ହୋଇଥିବାବେଳେ ସନା ଗୁରୁତର ହୋଇଥିବା ନେଇ ସୂଚନାରୁ ଜଣାପଡିଛି ।