ମାଲକାନଗିରି: ଚିକିତ୍ସା ବିଜ୍ଞାନ ଆଜି ବହୁତ ଦୂରକୁ ପହଞ୍ଚିଲାଣି । ଉନ୍ନତ ବିଜ୍ଞାନ କୌଶଳରେ ରୋଗ ନିରୂପଣ କରାଯାଉଛି । ହେଲେ ଏବେବି ଆଦିମ ଅଧିବାସୀ ଛାଡି ପାରୁ ନାହାନ୍ତି ଅନ୍ଧ ବିଶ୍ୱାସର ଉପଚାର । ଅଜଣା ରୋଗରେ ଗଡି ଚାଲିଛି ମୁଣ୍ଡ । ଗ୍ରାମରେ ଦେଖାଦେଇଛି ଭୟର ବାତାବରଣ । ତଥାପି ମେଡିକାଲର ସାହାଯ୍ୟ ନନେଇ ଗୁଣିଗାରେଡିର ନେଉଛନ୍ତି ସହାୟତା । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅଧିନସ୍ଥ କମରପଲ୍ଲୀ ପଞ୍ଚାୟତର ସୋଡିଗୁଡା ଗ୍ରାମରେ ବଢ଼ି ଚାଲିଛି ଏହି ଅଜଣା ରୋଗ ।
ଏହି ରୋଗରେ ପୀଡିତ ରୋଗୀଙ୍କ କହିବା ଅନୁଯାୟୀ ହାତ ଗୋଡ଼ ଫୁଲିଯିବା ସହିତ ଯନ୍ତ୍ରଣା ଅନୁଭବ କରୁଛନ୍ତି ଏବଂ ଖାଇବାକୁ ଇଚ୍ଛା ପ୍ରକାଶ କରୁନାହାଁନ୍ତି । ଲୋକଙ୍କ ଅକାରଣରେ ଚାଲିଯାଉଛି ଜୀବନ । ଗତ ମାସକ ଭିତରେ ଏହି ଅଜଣା ରୋଗ ନେଲାଣି 13 ଜୀବନ । ଦୂର୍ଗମ ଅଞ୍ଚଳର ଲୋକେ କୋରୋନା ଭୟରେ ମାଥିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନଯାଇ ଗୁଣି ଗାରେଡିର ଆଶ୍ରୟ ନେଉଛନ୍ତି । ଜ୍ୱର ହେଲେ ଗୁଣିଆ ନିକଟରେ ଝଡା ଫୁଙ୍କାର ଉପଚାର କରୁଛନ୍ତି ।