ଭୁବନେଶ୍ବର: ମାଲକାନାଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ହାଜତରେ ୪ଜଣ ନାବାଳକଙ୍କୁ ପୋଲିସର ଥାର୍ଡ ଡିଗ୍ରୀ ଘଟଣା । ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମାନବାଧିକାର କମିଶନ । ଏନେଇ ନିଜ ଆଡୁ ମାମଲା ରୁଜୁ କରି ମାଲକାନଗିରି ଏସପିଙ୍କୁ ନୋଟିସ ଜାରି କରିଛି କମିଶନ ।
ମାଲକାନଗିରି ଜିଲ୍ଲାର ଚିତ୍ରୋକୋଣ୍ଡା ପୋଲିସ ଚାରିଜଣ ନାବାଳକଙ୍କୁ ସୁନା ଚୋରି ଅଭିଯୋଗରେ ଅଟକ ରଖିଥିଲା ପୋଲିସ । ଏହି 4 ଜଣ ନାବାଳକଙ୍କୁ ଥାନାରେ ଥାର୍ଡ ଡିଗ୍ରୀ ଦେବା ସହ ଗାଳିଗୁଲଜ କରିବା ଘଟଣା ଦେଖିବାକୁ ମିଳିଥିଲା ।