ଓଡିଶା

odisha

ETV Bharat / state

ମାଓବାଦୀଙ୍କ ପିଏଲଜିଏର ତୃତୀୟ ଦିନ, ବିଛିନ୍ନାଞ୍ଚଳରେ ଲାଗିଲା ମାଓ ପୋଷ୍ଟର - mao poster in isolated village

ମାଲକାନଗିରି ଜିଲ୍ଲାର ଲାଲଗୋଡ଼ ଭାବେ ବେଶ ପରିଚିତ ଚିତ୍ରକୋଣ୍ଡା ବ୍ଲକ ବିଛିନ୍ନାଞ୍ଚଳର ପଣସପୁଟ ଗ୍ରାମ ଗୋରାସେତୁ ନିକଟ ହାଟପଦାଠାରେ ମାଓ ସଙ୍ଘଠନ ପକ୍ଷରୁ ଜନତାଙ୍କ ଉଦ୍ଦେଶ୍ୟରେ ମାଓ ପୋଷ୍ଟର ଓ ବ୍ୟାନେର ଲଗାଯାଇଛି ।

ମାଓବାଦୀଙ୍କ ପିଏଲଜିଏର ତୃତୀୟ ଦିନରେ ବିଛିନ୍ନାଞ୍ଚଳରେ ଲାଗିଲା ମାଓ ପୋଷ୍ଟର
ମାଓବାଦୀଙ୍କ ପିଏଲଜିଏର ତୃତୀୟ ଦିନରେ ବିଛିନ୍ନାଞ୍ଚଳରେ ଲାଗିଲା ମାଓ ପୋଷ୍ଟର

By

Published : Dec 4, 2019, 11:50 AM IST

ମାଲକାନଗିରି: ମାଓବାଦୀଙ୍କ ପିଏଲଜିଏ ସପ୍ତାହର ତୃତୀୟ ଦିନରେ ମାଲକାନଗିରି ବିଛିନ୍ନାଞ୍ଚଳରେ ଲାଗିଲା ମାଓ ପୋଷ୍ଟର ।

ମାଓବାଦୀଙ୍କ ପିଏଲଜିଏର ତୃତୀୟ ଦିନରେ ବିଛିନ୍ନାଞ୍ଚଳରେ ଲାଗିଲା ମାଓ ପୋଷ୍ଟର

ସୂଚନା ମୁତାବକ, ମାଲକାନଗିରି ଜିଲ୍ଲାର ଲାଲଗୋଡ଼ ଭାବେ ବେଶ ପରିଚିତ ଚିତ୍ରକୋଣ୍ଡା ବ୍ଲକ ବିଛିନ୍ନାଞ୍ଚଳର ପଣସପୁଟ ଗ୍ରାମ ଗୋରାସେତୁ ନିକଟ ହାଟପଦାଠାରେ ମାଓ ସଙ୍ଘଠନ ପକ୍ଷରୁ ଜନତାଙ୍କ ଉଦ୍ଦେଶ୍ୟରେ ମାଓ ପୋଷ୍ଟର ଓ ବ୍ୟାନର ଲଗାଯାଇଛି । ଡିସେମ୍ବର 2 ତାରିଖରୁ 8 ତାରିଖ ପର୍ଯ୍ୟନ୍ତ ପିଏଲଜିଏ ସପ୍ତାହ ପାଳନ କରାଯାଉଛି । ଏହାସହ ଆଦିବାସୀ ଯୁବକ ଓ ଯୁବତୀଙ୍କୁ ଏହି ମାଓ ସଙ୍ଘଠନରେ ସାମିଲ ହେବା ପାଇଁ କୁହାଯାଇଛି । କିଛି ଦିନ ଧରି ନିରବ ଥିବା ମାଓ ସଙ୍ଘଠନ ଏବେ ପୋଷ୍ଟର ଲଗାଇ ପୁଣିଥରେ ବିଛିନ୍ନାଞ୍ଚଳରେ ନିଜ ଦବଦବା ଜାହିର କରିଥିବାବେଳେ ମାଲକାନଗିରି ପୋଲିସପକ୍ଷରୁ ଏସଓଜି ଓ ଡି.ଭି.ଏଫ୍ ବାହିନୀର ଜବାନଙ୍କ ପକ୍ଷରୁ ଅପରେସନ ଜୋରଦାର କରାଯାଇଥିବା ଜଣାପଡିଛି ।

ମାଓବାଦୀଙ୍କ ପିଏଲଜିଏର ତୃତୀୟ ଦିନରେ ବିଛିନ୍ନାଞ୍ଚଳରେ ଲାଗିଲା ମାଓ ପୋଷ୍ଟର

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details