ଓଡିଶା

odisha

ETV Bharat / state

କୋଭିଡ ନିୟମ ମାନିବେ ବ୍ୟବସାୟୀ; ବଫର ଜୋନରେ ଖୋଲିବେ ଦୋକାନ - ମାଲକାନଗିରି

କୋରୋନା ମୁକାବିଲାକୁ ନେଇ ଜିଲ୍ଲା ପ୍ରଶାସନ ପଦକ୍ଷେପକୁ କିଛି ବ୍ୟବସାୟୀ ମାନଙ୍କର ବିରୋଧ । ଜିଲ୍ଲାରେ ଦିନକୁ ଦିନ କୋରୋନା ମହାମାରୀ କାୟା ବିସ୍ତାର କରିଥିବା ବେଳେ ମାଲକାନଗିରି ପୌରପରିଷଦରେ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳିଛି। ଅଧିକ ଖବର ପଢନ୍ତୁ...

କୋଭିଡ ନିୟମକୁ ମାନିବେ ବ୍ୟବସାୟୀ; ବଫର ଜୋନରେ ଖୋଲିବେ ଦୋକାନ
କୋଭିଡ ନିୟମକୁ ମାନିବେ ବ୍ୟବସାୟୀ; ବଫର ଜୋନରେ ଖୋଲିବେ ଦୋକାନ

By

Published : Aug 6, 2020, 7:35 PM IST

ମାଲକାନଗିରି: କୋରୋନା ମୁକାବିଲାକୁ ନେଇ ଜିଲ୍ଲା ପ୍ରଶାସନ ପଦକ୍ଷେପକୁ କିଛି ବ୍ୟବସାୟୀ ମାନଙ୍କର ବିରୋଧ । ଜିଲ୍ଲାରେ ଦିନକୁ ଦିନ କୋରୋନା ମହାମାରୀ କାୟା ବିସ୍ତାର କରିଥିବା ବେଳେ ମାଲକାନଗିରି ପୌରପରିଷଦରେ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳିଛି। ପ୍ରତ୍ୟେକ ଦିନ ପୌରପରିଷଦରୁ କୋରୋନା ପଜିଟିଭି କମିବାର ନାଁ ନନେଉଥିବା ବେଳେ ଆଜି ମଧ୍ୟ 47ଟି ପଜିଟିଭ କେସ ସାମ୍ନାକୁ ଆସିଛି ।

କୋଭିଡ ନିୟମକୁ ମାନିବେ ବ୍ୟବସାୟୀ; ବଫର ଜୋନରେ ଖୋଲିବେ ଦୋକାନ

କୋରୋନା ମହାମାରୀ ପୌରାଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସଟଡାଉନ, ଲକ ଡାଉନ, କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଉଥିବା ବେଳେ 5 ତାରିଖ ରାତି 8 ଟାରୁ 20 ତାରିଖ ପର୍ଯ୍ୟନ୍ତ ମାଲକାନଗିରି ପୌରାଞ୍ଚଳକୁ ବଫର ଜୋନ ଘୋଷଣା କରିଛନ୍ତି ।

ଏ ନେଇ ଡ଼ାକବାଜି ଯନ୍ତ୍ର ଦ୍ବାରା ଘୋଷଣା କରାଯାଇଛି। ଘୋଷଣା ପରେ ବ୍ୟବସାୟୀ ମାନଙ୍କ ମଧ୍ୟରେ ଗୋଟିଏ ପ୍ରକାର ଛନକା ପଶିଛି। ଦୀର୍ଘ 4 ମାସ ଧରି ସେମାନଙ୍କ ବ୍ୟବସାୟ ବେଉସା ଠପ ହୋଇଯାଇଛି। କେନ୍ଦ୍ର ସରକାରଙ୍କ ଅନଲକ ଘୋଷଣା ପରେ ବ୍ୟବସାୟ କରିବାକୁ ସୁଯୋଗ ମିଳିବ ବୋଲି ଆଶା ରଖିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ବଫର ଜୋନ ଘୋଷଣା ପରେ ସେମାନଙ୍କ ସଂସାର ଓ ବ୍ୟବସାୟ କିପରି ଚାଲିବ ସେ ନେଇ ଦ୍ଵନ୍ଦରେ ପଡିଛନ୍ତି।

ଏ ନେଇ ଆଜି 30ରୁ ଉର୍ଦ୍ଧ୍ବ ବ୍ୟବସାୟୀ ଆଜି ଜିଲ୍ଲାପାଳଙ୍କୁ ତାଙ୍କର ଗୁହାରି ଜଣାଇବାକୁ ଯାଇଥିଲେ, କିନ୍ତୁ ବଫର ଜୋନ ଘୋଷଣା ହୋଇଥିବାରୁ ଜିଲ୍ଲାପାଳ ତାଙ୍କୁ ସାକ୍ଷାତ କରିନଥିଲେ। ତାଙ୍କର ଆଶା ଥିଲା ଯେ, ଜିଲ୍ଲାପାଳ ଆମର ଗୁହାରି ଶୁଣି ଆମ ସଂସାର କିପରି ଚାଲିବ ଓ ଆମେ କିପରି ଗୁଜୁରାଣ ମେଣ୍ଟାଇପାରିବୁ ସେ ନେଇ ଉଚିତ ପଦକ୍ଷେପ ନେଇଥାନ୍ତେ ଓ ଆମ ସହ ଆଲୋଚନା କରିଥାନ୍ତେ।

କିନ୍ତୁ ଜିଲ୍ଲାପାଳ ସାକ୍ଷାତ ନଦେବାରୁ ବ୍ୟବସାୟୀ ମାନେ ନିରାଶ ହୋଇ ଫେରିଛନ୍ତି। ସେମାନେ ତାଙ୍କ ପରିବାରର ପେଟ ପୋଷିବା ପାଇଁ ଆସନ୍ତା କାଲିଠାରୁ ବ୍ୟବସାୟ ପ୍ରତିଷ୍ଠାନ ଖୋଲିବେ ବୋଲି ନିଷ୍ପତି ନେଇଛନ୍ତି। ଏ ନେଇ ଜିଲ୍ଲାପାଳଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ଏବେ ଦେଖିବାକୁ ବାକି ରହିଲା ଏମାନଙ୍କ ପାଇଁ ଜିଲ୍ଲା ପ୍ରଶାସନ କଣ ପଦକ୍ଷେପ ନେଉଛନ୍ତି ନା ସେମାନେ ଆସନ୍ତା କାଲି ଦୋକାନ ଖୋଲୁଛନ୍ତି।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ABOUT THE AUTHOR

...view details