ମାଲକାନଗିରି: ଜିଲ୍ଲାରେ କାୟା ବିସ୍ତାର କରିଛି କୋରୋନା ମହାମାରୀ । ଯାହାକୁ ନେଇ ସମଗ୍ର ଜିଲ୍ଲାରେ ଭୟର ଆତଙ୍କ ଖେଳିଯାଇଛି । ଏହି ପରୀପ୍ରେକ୍ଷୀରେ ଗୁରୁବାର କୋରୋନା କଟକଣା ଖିଲାପ କରି ଜଣେ ଔଷଧ ଦୋକାନୀ 10 ହଜାର ଟଙ୍କା ଜୋରିମାନା ଦେଇଛନ୍ତି । ଏଥିସହ ଉକ୍ତ ଦୋକାନକୁ ସିଲ କରାଯାଇଛି ।
କୋଭିଡ ନିୟମ ଖିଲାପ କରି 10ହଜାର ତଣ୍ଡ ଗଣିଲେ ଔଷଧ ଦୋକାନୀ - ମାଲକାନଗିରି ଖବର
ଗୁରୁବାର କୋରୋନା କଟକଣା ଖିଲାପ କରି ମାଲକାନଗିରିର ଭେଙ୍କେଟଶ୍ବର ଔଷଧ ଦୋକାନୀ 10 ହଜାର ଟଙ୍କା ଜୋରିମାନା ଦେଇଛନ୍ତି । ଏଥିସହ ଉକ୍ତ ଦୋକାନକୁ ସିଲ କରାଯାଇଛି । ଅଧିକ ପଢନ୍ତୁ...
କୋଭିଡ ନିୟମ ଖିଲାପ କରି 10ହଜାର ତଣ୍ଡ ଗଣିଲେ ଔଷଧ ଦୋକାନୀ
କୋଭିଡ ନିୟମ ଖିଲାପ କରି 10ହଜାର ତଣ୍ଡ ଗଣିଲେ ଔଷଧ ଦୋକାନୀ
ସହରରେ ସ୍ଥାନୀୟ ସୁବାଷ ବୋଷ ଛକ ନିକଟରେ ଥିବା ଭେଙ୍କେଟଶ୍ବର ଔଷଧ ଦୋକାନରେ ସନ୍ଧ୍ୟା ସମୟରେ ବହୁତ ଗହଳି ଜମିଥିଲା । ଏଥିସହ ଉକ୍ତ ଦୋକାନରେ କୋଭିଡ ନିୟମ ଖିଲାପ କରାଯାଇଥିବା ଦେଖିବାକୁ ମିଳିଥିଲା । ଘଟଣାକୁ ନେଇ ମାଲକାନଗିରି ତହସିଲଦାର ଡ଼ ଗୁଣନିଧି ନାୟକଙ୍କ ଉପସ୍ଥିତିରେ ଦୋକାନକୁ ସିଲ ଓ ୧୦ ହଜାର ଟଙ୍କାର ଜୋରିମାନା ଆଦାୟ କରାଯାଇଥିଲା ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ
Last Updated : Jul 24, 2020, 12:05 PM IST