ମାଲକାନଗିରି: ଜିଲ୍ଳାପାଳ ମନିଷ ଅଗ୍ରୱାଲଙ୍କୁ ଆଜି ସରକାର ବଦଳି କରି ସଂଯୋଜନା ବିଭାଗକୁ ନେଇଥିବାରୁ ବିଜୟ ଦିବସ ପାଳନ କରିଛି ଜିଲ୍ଲା କଂଗ୍ରେସ । କଂଗ୍ରେସର ଜିଲ୍ଲା ସଭାପତି ଗୋବିନ୍ଦ ପାତ୍ରଙ୍କ ନେତୃତ୍ବରେ ଶତାଧିକ କର୍ମୀ ଏକତ୍ରିତ ହୋଇ ସହରରେ ରାଲି କରିବା ସହ ଜିଲ୍ଳାପାଳଙ୍କ ଦୁର୍ନୀତି ବିରୋଧରେ ସ୍ଲୋଗାନ ମଧ୍ୟ ଦେଉଥିବା ଦେଖିବାକୁ ମିଳିଛି ।
ଜିଲ୍ଲାପାଳଙ୍କ ବଦଳିରେ ବିଜୟ ଦିବସ ପାଳିଲା ଜିଲ୍ଲା କଂଗ୍ରେସ - malkanagiri congress
ମାଲକାନଗିରି ଜିଲ୍ଲାପାଳଙ୍କ ବଦଳି ଘଟଣା, ବିଜୟ ଦିବସ ପାଳନ କଲା ଜିଲ୍ଲା କଂଗ୍ରେସ । ଅଧିକ ପଢନ୍ତୁ....
ଜିଲ୍ଲାପାଳଙ୍କ ବଦଳି ଘଟଣା, ଜିଲ୍ଲା କଂଗ୍ରେସର ବିଜୟ ଦିବସ ପାଳନ କଲା
ଜିଲ୍ଲାପାଳଙ୍କ ବଦଳି ଘଟଣା, ଜିଲ୍ଲା କଂଗ୍ରେସର ବିଜୟ ଦିବସ ପାଳନ କଲା
ଜିଲ୍ଲାପାଳଙ୍କ ବିରୋଧରେ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ। ସୁବାଷ ବୋଷ ଛକ ନିକଟରେ ରାଲି ପହଞ୍ଚିବା ପରେ ବାଣ ଫୁଟାଇ ଖୁସି ଜାହିର କରିଥିଲେ କଂଗ୍ରେସ କର୍ମୀ । ଜିଲ୍ଲାରୁ ଜଣେ ଦୁର୍ନୀତିଗ୍ରସ୍ତ ଜିଲ୍ଲାପାଳ ହଟିଥିବା ଯୋଗୁ କିଛି କଂଗ୍ରେସ କର୍ମୀ ଭଗବାନଙ୍କ ନିକଟରେ ନଡ଼ିଆ ଭାଙ୍ଗିଥିବାର ମଧ୍ୟ ଦେଖା ଯାଇଥିଲା । ଏବେ ଜିଲ୍ଲାରେ ଦୁର୍ନୀତି କମିବ ବୋଲି କହିଛି ଦଳ ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ