ମାଲକାନଗିରି: ଜିଲ୍ଲା ସଦର ମହକୁମାରେ 74 ତମ ସ୍ଵାଧୀନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସୋମବାର ସ୍ଥାନୀୟ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମଳନୀ କକ୍ଷରେ ଅନୁଷ୍ଠିତ ହୋଇଛି ଏହି ବୈଠକ । ବୈଠକର ନିଷ୍ପତ୍ତି ଅନୁଯାୟୀ ଚଳିତ ସ୍ଵାଧୀନତା ଦିବସକୁ କୋଭିଡ଼-19 ନିୟମାନୁଯାୟୀ ପାଳନ କରାଯିବ । ଏଥିରେ ସମସ୍ତେ ସାମାଜିକ ଦୂରତ୍ବ ଓ ମାସ୍କ ବ୍ୟବହାର କରିବା ସହ ଜନଗହଳି କରିବାକୁ ବାରଣ କରାଯାଇଛି ।
ଚଳିତ ବର୍ଷ ଡି.ଏନ.କେ ଖେଳ ପଡ଼ିଆରେ ମୁଖ୍ୟ ଅତିଥି ସକାଳ ୯ ଟା ସମୟରେ ଜାତୀୟ ପତାକା ଉତ୍ତୋଳନ କରିବେ । ପୋଲିସ ବ୍ୟାଣ୍ଡ ଦ୍ୱାରା ମାର୍ଚ୍ଚ କରିବା ସଙ୍ଗେ ଜାତୀୟ ସଙ୍ଗିତ ଧୂନ ପରିବେଷଣ କରିବେ । ଚଳିତ ବର୍ଷ ସ୍ଵାଧୀନତା ଦିବସ ଉପଲକ୍ଷେ ମୂଖ୍ୟ ଅତିଥ୍, ଡିଏନ୍.କେ ଖେଳ ପଡିଆ, ମୁଖ୍ୟ ପ୍ୟାରେଡ୍ ଗ୍ରାଉଣ୍ଡରେ ଜିଲ୍ଲାର କୋଭିଡ ଯୋଦ୍ଧା ମାନଙ୍କୁ ସମ୍ମାନିତ କରିବେ । ସ୍ଵାଧୀନତା ଦିବସରେ ମୂଖ୍ୟ ଅତିଥିଙ୍କ ଦ୍ବାରା ଜିଲ୍ଲା ସଂସ୍କୃତି ଭବନ ପରିସରରେ ବୃକ୍ଷ ରୋପଣ କରାଯିବ । ସ୍ୱାଧୀନତା ଦିବସ ପୂର୍ବ ଦିନ ଡାକବାଜି ଯନ୍ତ୍ର ମାଧ୍ୟମରେ କୋଭିତ ଯୋଦ୍ଧା ମାନଙ୍କୁ ସମ୍ମାନିତ କରିବାକୁ ପ୍ରଚାର କରାଯିବ । ଚଳିତ ସ୍ୱାଧୀନତା ଦିବସରେ ସମସ୍ତ କାର୍ଯ୍ୟକ୍ରମ ଲାଇଭ ଟେଲିକାଷ୍ଟ କରାଯିବକୁ ସ୍ଥିର କରାଯାଇଛି ।