ମାଲକାନାଗିରି:ଚୋରକୁ ଧରିବା ବଦଳରେ ନିଜେ କରୁଥିଲେ ଚୋରାଚାଲାଣ । ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ଓଡିଶାରେ ଧରାପଡିଲେ ତେଲେଙ୍ଗାନାର ପୋଲିସ କନେଷ୍ଟବଳ । ସେ ହେଉଛନ୍ତି ଆର ଶ୍ରୀନୁ ନାୟକ । ଶ୍ରୀନୁ ହାଇଦ୍ରାବାଦରେ ପୋଲିସ ବିଭାଗରେ କନେଷ୍ଟବଳ ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି । ମାଲକାନଗିରି କମଳା ପଦର ଅଞ୍ଚଳରେ ପାଟ୍ରୋଲିଂ କରିବା ବେଳେ ଶ୍ରୀନୁ ସମେତ 7 ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ହେଉଛନ୍ତି ହାଇଦ୍ରାବାଦର ବିଜୟ ନାୟକ ଓ ଆର ଶ୍ରୀନୁନାୟକ । ଅନ୍ୟ ଅଭିଯୁକ୍ତ ହେଉଛନ୍ତି ମହାରାଷ୍ଟ୍ରର ବାଲୁ ଯାଦବ, ମାଲକାନଗିରିର ଆର କାର୍ତ୍ତିକ, କେ ଲକ୍ଷ୍ମଣ, ଅନୁବା ରାଜୀବ ଏବଂ ଏନ ଭେନୁ ଗୋପାଳ ।
ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ରାତିରେ କାଲିମେଳା ପୋଲିସ କମଳା ପଦର ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ସମୟରେ ଦୁଇଟି କାର ସେହି ବାଟ ଦେଇ ତେଲେଙ୍ଗାନା ଯାଉଥିଲା । ଗାଡି ଦୁଇଟିକୁ ସନ୍ଦେହ କରି ପୋଲିସ ଯାଞ୍ଚ କରିଥିଲା । ଫଳରେ ଦୁଇଟି ଗାଡିରୁ ୧୦୩ କେଜି ଗଞ୍ଜେଇ ଜବତ କରିବା ସହ ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା କାଲିମେଳା ପୋଲିସ । ୭ଜଣଙ୍କ ମଧ୍ୟରୁ ଜଣେ ତେଲେଙ୍ଗାନା ପୋଲିସର କନେଷ୍ଟବଳ ଥିବା କହିଛନ୍ତି କାଲିମେଳା ଥାନା ଅଧିକାରୀ ।
ଏହା ମଧ୍ୟ ପଢନ୍ତୁ-ଇ-ଆଡମିଶନ ଟ୍ରେନିଂ କାର୍ଯ୍ୟକ୍ରମରେ ସାମିଲ ନହେବା ପଡିଲା ମହଙ୍ଗା, କାରଣ ଦର୍ଶାଅ ନୋଟିସ ଜାରି