ମାଲକାନଗିରି: ବିଚ୍ଛିନ୍ନାଞ୍ଚଳରେ ଶିକ୍ଷାର ଶିକ୍ଷଣୀୟ ଚିତ୍ର । ଶିକ୍ଷାର ପ୍ରସାର ଉନ୍ନତି ପାଇଁ ଅଗ୍ରସର ସିଆରସିସି ଓ ଶିକ୍ଷକ । ନାଚି ଗାଇ ନିଆରା ଢଙ୍ଗରେ ପାଠ ପଢାଉଛନ୍ତି ଶିକ୍ଷକ, ତ ଅନ୍ୟପଟେ ଘୋଡ଼ା ପିଠିରେ ଯାତ୍ରା କରି ସ୍କୁଲ ପରିଦର୍ଶନ ସହ ତଦାରଖ କରୁଛନ୍ତି ସିଆରସିସି । ପାହାଡ ପର୍ବତ, ଦୁର୍ଗମ ରାସ୍ତା ପାର କରିବା ପାଇଁ ଘୋଡା ଚଢି ବିଦ୍ୟାଳୟ ପରିଦର୍ଶନ କରିବା ପାଇଁ ଯାଉଛନ୍ତି ସିଆରସିସି । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ବିଚ୍ଛିନ୍ନାଞ୍ଚଳର ଏ ହେଉଛି ବିରଳ ତଥା ଅନୁକରଣୀୟ ଚିତ୍ର ।
ବିଛିନ୍ନାଞ୍ଚଳରେ ସ୍ବାଭିମାନର ଚେହେରା । ଶିକ୍ଷକ ଓ ଜଣେ ସିଆରସିସିଙ୍କ କର୍ତ୍ତବ୍ୟକୁ ଦେଖିରଲେ କର୍ତ୍ତବ୍ୟ ପାଇଁ ଗର୍ବ ଅନୁଭବ କରୁଛି । ଏମିତି କିଛି ଚିତ୍ର ଯାହାକୁ ଆପଣ ମଧ୍ୟ ଦେଖିଲେ କହିବେ ସାର ହେବ ତ ଏମିତି । ଦୀର୍ଘ 4 ଦଶନ୍ଧି ଧରି ମୁଖ୍ୟସ୍ରୋତରୁ ବିଚ୍ଛିନ୍ନ ହୋଇ ରହିଥିବା ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ବିଚ୍ଛିନ୍ନାଞ୍ଚଳର ଶିକ୍ଷକ ମାନେ ଅନେକ ବାହାନା କରି ଶିକ୍ଷାଦାନ ଦୁରେଇ ରୁହନ୍ତି । କାରଣ ଏଠାକୁ ଯିବାକୁ ହେଲେ ନା ଅଛି ପକା ସଡ଼କ ନା ଅଛି ଅନ୍ୟ କୌଣସି ସ୍ବତନ୍ତ୍ର ବ୍ୟବସ୍ଥା ।
ଏହାସହ ଅକାତ କାତ ପାଣି ଭିତରେ ରହିଛି 100ରୁ ଉର୍ଦ୍ଧ୍ବ ଗ୍ରାମ । କିନ୍ତୁ ରାଜ୍ୟ ସରକାର ବିଚ୍ଛିନ୍ନାଞ୍ଚଳକୁ ସ୍ବାଭିମାନ ଅଞ୍ଚଳ ଭାବେ ଘୋଷଣା କରିବା ପରେ ବଦଳିବାରେ ଲାଗିଛି ଏହାର ଚିତ୍ର । ଯାହାର ସଦ୍ୟ ଉଦାହରଣ ହେଉଛନ୍ତି ପାପରମେଟଲା ପଞ୍ଚୟତ ଜନ୍ତାପାଇ ସ୍କୁଲର ଶିକ୍ଷକ ହରିହର ବେହେରା ଓ ସେଠାକାର ସିଆରସିସି ସାଧନ ସରକାର ।