ଓଡିଶା

odisha

ETV Bharat / state

ସୀମାନ୍ତରେ ରକ୍ତମୁଖା ଲାଲବାହିନୀ: ଆତ୍ମସମର୍ପଣ କରିଥିବା ସାଥୀକୁ ଗୁଳି କରି ହତ୍ୟା

ମାଲକାନଗିରି ସୀମାନ୍ତ ଆନ୍ଧ୍ରପ୍ରଦେଶର ବିଶାଖା ଜିଲ୍ଲାରେ ଜଣେ ଆତ୍ମସମର୍ପଣ କରିଥିବା ମାଓବାଦୀକୁ ପୋଲିସ ଇନଫର୍ମର ସନ୍ଦେହରେ ଗୁଳି କରି ହତ୍ୟା କଲେ ମାଓବାଦୀ । ତେଲୁଗୁ ଭାଷାରେ ଲିଖିତ ଏକ ଚିଠି ମୃତଦେହ ପାଖରେ ଛାଡି ଯାଇଛନ୍ତି । ଅଧିକ ପଢନ୍ତୁ...........

By

Published : Oct 23, 2019, 2:16 PM IST

ଫଟୋ ସୌଜନ୍ୟ : ସମ୍ବାଦଦାତା, ମାଲକାନଗିରି

ମାଲକାନଗିରି : ସୀମାନ୍ତରେ ପୁଣି ଦେଖିବାକୁ ମିଳିଛି ମାଓହିଂସା । ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଆତ୍ମସମର୍ପଣ କରିଥିବା ନକ୍ସଲକୁ ଗୁଳି କରି ହତ୍ୟା କରିଛି ରକ୍ତମୁଖା ଲାଲବାହିନୀ ।

ମାଲକାନଗିରି ଜିଲ୍ଲାର ବିଛିନ୍ନାଞ୍ଚଳ ନିକଟ ଆନ୍ଧ୍ରପ୍ରଦେଶ ବିଶାଖା ଜିଲ୍ଲାର ଗୁଡେମ ଥାନା ଅନ୍ତର୍ଗତ କୁମକୁମପୋଡି ଗ୍ରାମର ଲମ୍ବାୟା ପିଲାଲୁଙ୍କୁ ନକ୍ସଲମାନେ ଗୁଳି କରି ହତ୍ୟା କରିଛନ୍ତି । ଗତକାଲି ବିଳମ୍ବିତ ରାତିରେ ୧୦ ରୁ ୧୫ ଜଣ ସଶସ୍ତ୍ର ନକ୍ସଲ କୁମକୁମପୋଡି ଗାଁରେ ପହଞ୍ଚି ଲମ୍ବାୟା ପିଲାଲୁଙ୍କୁ ଘରୁ ଡାକି ନେଇଥିଲେ । ହେଲେ ଗାଁ ମୁଣ୍ଡ ରାସ୍ତାରେ ନକ୍ସଲମାନେ ଲମ୍ବାୟା ପିଲାଲୁଙ୍କୁ ଛାତିରେ ଗୁଳି ମାରିଥିବାବେଳେ ମୁଣ୍ଡ ପଛପଟେ ପଥରରେ ଛେଚି ଦେଇଛନ୍ତି । ଘଟଣାସ୍ଥଳରେ ଲମ୍ବାୟା ପିଲାଲୁ ପ୍ରାଣ ହରାଇଛନ୍ତି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ମାଲକାନଗିରି

ନକ୍ସଲମାନେ ସେଠାରେ ଏକ ହାତ ଲେଖା ଚିଠି ଛାଡି ଯାଇଛନ୍ତି । ଯେଉଁଥିରେ ଉଲ୍ଲେଖ ରହିଛି ଯେ ଆନ୍ଧ୍ର ଓଡିଶା ବୋର୍ଡର ବିଶାଖା ଡିଭିଜନରେ ପୂର୍ବରୁ ଲମ୍ବାୟା ପିଲାଲୁ ମାଓବାଦୀ ଭାବେ କାର୍ଯ୍ୟ କରୁଥିଲେ । ପୋଲିସ ପାଖରେ ଆତ୍ମ ସମର୍ପଣ କରି ମାଓ ସଂଗଠନର ଇନଫରମେସନ ପୋଲିସକୁ ଦେଉଥିଲା । ତେଣୁ ମୃତ୍ୟୁ ଦଣ୍ଡ ଦିଆଯାଇଛି ବୋଲି ନକ୍ସଲ ଚିଠିରେ ଲେଖା ରହିଛି । ଅନ୍ୟପଟେ ଏହି ମାଓ ହିଂସା ଘଟିବା ପରେ ସୀମାନ୍ତରେ ଆନ୍ଧ୍ର ଓଡିଶା ପୋଲିସ ପକ୍ଷରୁ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details