ମାଲକାନାଗିରି: ମୋବାଇଲ ଟାୱାର ଉପରେ ଚଢି ଆଜି ଜଣେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ୩ ଘଣ୍ଟା ନୟାନ୍ତ ହେବା ପରେ ସମ୍ପୃକ୍ତ ଯୁବକଙ୍କୁ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରିଛନ୍ତି । ଏଭଳି ଘଟଣା ମାଲାକନଗିରି ଜିଲ୍ଲା କାଲିମେଳା ବ୍ଲକ ପୁରୁଣା ଏମଭି - ୮୧ ଗ୍ରାମରେ ଦେଖିବାକୁ ମିଳିଛି ।
ମୋବାଇଲ ଟାୱାର ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ, ୩ ଘଣ୍ଟା ପରିଶ୍ରମ ପରେ ଯୁବକ ଉଦ୍ଧାର - ମୋବାଇଲ ଟାୱାର ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ
ଘଟଣା ମାଲାକନଗିରି ଜିଲ୍ଲା କାଲିମେଳା ବ୍ଲକ ପୁରୁଣା ଏମଭି - ୮୧ ଗ୍ରାମରେ ଦେଖିବାକୁ ମିଳିଛି ।
ଉକ୍ତ ଗ୍ରାମରେ ଏକ ମୋବାଇଲ ଟାୱାର ଉପରେ ଜଣେ ଯୁବକ ଚଢି ଯାଇଥିଲେ ସେଠାରୁ ଫିଲ୍ମ ଷ୍ଟାଇଲରେ ଆତ୍ମହତ୍ୟା ଉଦ୍ୟମ କରୁଥିଲେ। ଏହି ସମୟରେ ସ୍ଥାନୀୟ ଅଞ୍ଚଳର ଲୋକ ତାଙ୍କୁ ତଳକୁ ଆସିବା ପାଇଁ ପରାମର୍ଶ ଦେଇଥିଲେ ଯୁବକ ଜଣଙ୍କ କିଛି ଶୁଣି ନ ଥିଲେ ପରେ କାଲିମେଳା ଅଗ୍ନିଶମ ବିଭାଗକୁ ଖବର ଦିଆଯିବା ପରେ ବିଭାଗର ମୁଖ୍ୟ ଗୁପ୍ତେଶ୍ୱର ଦାସଙ୍କ ନେତୃତ୍ବରେ ଜିତେନ୍ଦ୍ର ନାୟକ , ଅରବିନ୍ଦ ଶବର , ଅଜୟ ହରିଜନ , ରମେଶ ହରିଜନ ପ୍ରମୁଖ ପହଞ୍ଚି ଦୀର୍ଘ ୩ ଘଣ୍ଟାର ପରିଶ୍ରମ ପରେ ଟାୱାର ଉପରୁ ଯୁବକଙ୍କୁ ତଳକୁ ଅଣାଯାଇଥିଲା। ସୂଚନା ଅନୁଯାୟୀ ଉକ୍ତ ଯୁବକଙ୍କ ଘର ଏମଭି - ୮୮ ଅଞ୍ଚଳରେ ବୋଲି ଜଣାପଡିଛି । ସେ କିଛି ଦିନ ହେଲା ଏମଭି - ୮୧ ଅଞ୍ଚଳରେ ବୁଲାବୁଲି କରୁଛନ୍ତି । ରବିବାର ଅପରାହ୍ନ ୫ଟା ସମୟରେ ଯୁବକ ଜଣଙ୍କ ହଠାତ ଟାୱାର ଉପରକୁ ଚଢି ଯାଇଥିଲେ ସେଠାରୁ ତଳକୁ ଢେଇଁବାକୁ ଚେଷ୍ଟା କରିଥିଲେ । ଉଦ୍ଧାର ପରେ ଯୁବକଙ୍କୁ ସ୍ଥାନୀୟ ମେଡିକାଲରେ ଚିକିତ୍ସା କରାଯାଉଥିବା ଜଣାପଡିଛି ।
ମାଲକାନାଗିରି ଦେବଦତ୍ତ ବେହେରା, ଇଟିଭି ଭାରତ