ଓଡିଶା

odisha

ETV Bharat / state

ଶ୍ରେଣୀ ଗୃହରେ ପଡିଛି ତାଲା, ବାରଣ୍ଡାରେ ବସି ପାଠ ପଢିଲେ ଛାତ୍ରଛାତ୍ରୀ - ବାରଣ୍ଡାରେ ବସି ପାଠ ପଢିଲେ ଛାତ୍ରଛାତ୍ରୀ

ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅଧିନସ୍ଥ ଏମଭି ୬୪ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ତାଲା । ଛାତ୍ରଛାତ୍ରୀଙ୍କୁ ତଳେ ବସାଇ ପାଠ ପଢାଉଛନ୍ତି ଶିକ୍ଷକ । ଅଧିକ ପଢନ୍ତୁ

students study in school verandah
students study in school verandah

By

Published : Aug 8, 2023, 10:57 AM IST

students study in school verandah

ମାଲକାନଗିରି : ବିଦ୍ୟାଳୟ ଶ୍ରେଣୀଗୃହ ଓ କାର୍ଯ୍ୟାଳୟରେ ପଡ଼ିଛି ତାଲା । ଶ୍ରେଣୀଗୃହ ବଦଳରେ ସ୍କୁଲ୍‌ ବାରଣ୍ଡାରେ ଛାତ୍ରଛାତ୍ରୀଙ୍କୁ ବସାଇ ପାଠ ପଢାଉଛନ୍ତି ଶିକ୍ଷକ ଓ ଶିକ୍ଷୟିତ୍ରୀ । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅଧିନସ୍ଥ ଏମଭି ୬୪ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଘଟଣା ଦେଖିବାକୁ ମିଳିଛି । କେହି ଦୁର୍ବୁତ୍ତ ଶ୍ରେଣୀଗୃହରେ ପଡ଼ିଥିବା ତାଲାରେ ଏମ୍‌ସିଲ୍‌ ଲଗାଇ ଥିବାରୁ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଡରିଯାଇ ସ୍କୁଲ ବାରଣ୍ଡାରେ ପାଠ ପଢାଉଥିବା ସୂଚନା ମିଳିଛି ।

ସୂଚନା ମୁତାବକ, ଏହି ଏମ୍‌ଭି ୬୪ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବେଳେ ମୋଟ ୧୬୫ ଜଣ ଛାତ୍ରଛାତ୍ରୀ ପାଠ ପଢନ୍ତି । କିନ୍ତୁ ଗତକାଲି ସକାଳେ ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀମାନେ ବିଦ୍ୟାଳୟର କାର୍ଯ୍ୟାଳୟ ନିକଟକୁ ଲାଗିଥିବା ଶ୍ରେଣୀଗୃହରେ ପଡିଥିବା ତାଲାରେ କେହି ଦୁର୍ବୃତ୍ତ ଏମ୍‌ସିଲ୍ ଲଗାଇ ତାଲା ବନ୍ଦ କରିଛି । ଯାହା ଫଳରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଡରିଯାଇ ତାଲା ନ ଭାଙ୍ଗି ଛାତ୍ରଛାତ୍ରୀଙ୍କୁ ବାରଣ୍ଡାରେ ବସାଇ ପାଠ ପଢାଯାଉଥିବା ବିଦ୍ୟାଳୟ ପ୍ରାଧାନ ଶିକ୍ଷକ କହିଛନ୍ତି । ତେବେ ଏହି ଭଳି ଘଟଣା ଘଟିବା ପରେ ପ୍ରଧାନଶିକ୍ଷକ ବିଦ୍ୟାଳୟ କମିଟି ଓ ଗ୍ରାମ ମୁଖିଆଙ୍କୁ ଅବଗତ କରିବା ସହ କାଲିମେଳା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଜଣାଇଛନ୍ତି । ବିଦ୍ୟାଳୟର ପ୍ରଧାନଶିକ୍ଷକ କହିଛନ୍ତି,"ଏଭଳି ଘଟଣାକୁ ନେଇ ଗ୍ରାମବାସୀ ଓ ଉପରସ୍ଥ ଅଧିକାରୀ ଯାହା ପଦକ୍ଷେପ ନେବେ ତାହା ସେମାନଙ୍କ ଉପରେ ନିର୍ଭର କରୁଛି ।"

ଏହା ମଧ୍ୟ ପଢନ୍ତୁ- କଲେଜରେ ନାହାନ୍ତି ଅଧ୍ୟାପକ, ଗେଟ୍‌ରେ ତାଲା ପକାଇ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ଅନ୍ୟପଟେ ବର୍ଷା ଦିନ ହୋଇ ଥିବାରୁ ଛାତ୍ରଛାତ୍ରୀ ବାରଣ୍ଡାରେ ବସି ପାଠ ପଢିବା ସମୟରେ ଯଦି ବର୍ଷା ହୁଏ ତେବେ ସେମାନଙ୍କ ବସ୍ତାନି ସହ ସେମାନେ ବି ଓଦା ହୋଇଯିବା ଆଶଙ୍କା ରହିଛି । ଏଣୁ ଏହାର ତୁରନ୍ତ ସମାଧାନ କରିବାକୁ ଛାତ୍ରଛାତ୍ରୀ ଅନୁରୋଧ କରିଛନ୍ତି । ତେବେ ଏହି ଘଟଣାକୁ ନେଇ ଗ୍ରାମବାସୀ କହିଛନ୍ତି ଯେ ୧୯୮୦ ମସିହା ଠାରୁ ବିଦ୍ୟାଳୟ ନିର୍ମାଣ ପରଠୁ ଗୋଟିଏ ଥରବି ଏହି ବିଦ୍ୟାଳୟର ମରାମତି ହୋଇନାହିଁ । ଯାହା ଫଳରେ ବିଦ୍ୟାଳୟରେ ଛାଉଣୀ କରାଯାଇଥିବା ଟିଣଗୁଡ଼ିକ ଖରାପ ହେବାକୁ ବସିଲାଣି । ତା ସହ ବିଦ୍ୟାଳୟର ଚାରିପାଖରେ ପାଚେରି କରାଯାଇ ନାହିଁ । ଏଭଳି ସ୍ଥିତିରେ କୌଣସି ଏକ ଦୁର୍ବୃତ୍ତ ଏଭଳି ଘଟଣା ଘଟାଇଥିବାରୁ ଯାହାକୁ ନେଇ ସ୍କୁଲ କମିଟି ଓ ଗ୍ରାମବାସୀଙ୍କ ମଧ୍ୟରେ ଏକ ବୈଠକ କରି ଏହା କିଏ ଘଟାଇଛି ଜାଣିବା ପାଇଁ ଚେଷ୍ଟା କରାଯିବ । ଏଥିସହ ଏହି ଘଟଣା ଉପରିସ୍ଥ ଅଧିକାରୀଙ୍କ ନଜରକୁ ଆଣିବା ସହ ଦରକାର ପଡ଼ିଲେ ଥାନାରେ ଅଭିଯୋଗ କରାଯିବ ବୋଲି କହିଛନ୍ତି ଗ୍ରାମ ମୁଖିଆ ।


ଇଟିିିଭି ଭାରତ,ମାଲକାନଗିରି

ABOUT THE AUTHOR

...view details