ଓଡିଶା

odisha

ETV Bharat / state

ସରକାରୀ ଆଶ୍ରମ ବିଦ୍ୟାଳୟରେ ଛାତ୍ର ମୃତ୍ୟୁ ନେଇ ଉତ୍ତେଜନା - ସରକାରୀ ଆଶ୍ରମ ବିଦ୍ୟାଳୟରେ ଛାତ୍ର ମୃତ୍ୟୁ

ମାଲକାନଗିରି ସରକାରୀ ଆଶ୍ରମ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ । କର୍ତ୍ତୃପକ୍ଷଙ୍କ ଅବହେଳାରୁ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ । ଅଧିକ ପଢନ୍ତୁ

ସରକାରୀ ଆଶ୍ରମ ବିଦ୍ୟାଳୟରେ ଛାତ୍ର ମୃତ୍ୟୁ ନେଇ ଉତ୍ତେଜନା
ସରକାରୀ ଆଶ୍ରମ ବିଦ୍ୟାଳୟରେ ଛାତ୍ର ମୃତ୍ୟୁ ନେଇ ଉତ୍ତେଜନା

By

Published : May 17, 2022, 8:25 AM IST

ମାଲକାନଗିରି: ସରକାରୀ ଆଶ୍ରମ ବିଦ୍ୟାଳୟରେ ଛାତ୍ର ମୃତ୍ୟୁ ନେଇ ଉତ୍ତେଜନା, କର୍ତ୍ତୃପକ୍ଷଙ୍କ ଅବହେଳାରୁ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ । ଏଭଳି ଘଟଣା ଘଟିଛି ଖଇରପୁଟ ବ୍ଲକର ନନ୍ଦିନୀଗୁଡା ଠାରେ ରହିଥିବା ସରକାରୀ ଆଶ୍ରମ ବିଦ୍ୟାଳୟରେ । ଉକ୍ତ ବିଦ୍ୟାଳୟରେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରର ମୃତ୍ୟୁ ହୋଇଥିବା ବେଳେ ବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରିଛନ୍ତି ପରିବାର ସଦସ୍ୟ । ମୃତ ଛାତ୍ର ଜଣ ହେଉଛନ୍ତି ନାକାମାମୁଡି ପଞ୍ଚାୟତର ନିଲାପାରି ଗ୍ରାମର ରାଜୁ ଖେମୁଡୁଙ୍କ ପୁଅ ଶ୍ରୀଧର ଖେମୁଡୁ ।

ସରକାରୀ ଆଶ୍ରମ ବିଦ୍ୟାଳୟରେ ଛାତ୍ର ମୃତ୍ୟୁ ନେଇ ଉତ୍ତେଜନା

ସୂଚନା ଅନୁଯାୟୀ ଶ୍ରୀଧର ନନ୍ଦିନୀଗୁଡାର୍ ଥିବା ସରକାରୀ ଆଶ୍ରମ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀରେ ପାଠ ପଢୁଥିଲା । ଏଥିସହ ସେଠାରେ ଥିବା ଶହେ ଶଯ୍ୟା ବିଶିଷ୍ଟ ଛାତ୍ରାବାସରେ ରହୁଥିଲେ । ତେବେ ରବିବାର ହଠାତ ରାତି ଆଠଟା ବେଳେ ଶ୍ରୀଧରକୁ ଛାତି ଯନ୍ତ୍ରଣା ହେବା ସହ ପେଟ ବ୍ୟଥା ହୋଇଥିଲା । ସାଥୀ ଛାତ୍ର ତାକୁ କିଛି ଔଷଧ ଦେଇ ଶୋଇବାକୁ କହିଥିଲେ । ତେବେ ରାତିରେ କୌଣସି ଅଧିକାରୀ ବିଦ୍ୟାଳୟରେ ନଥିଲେ ।ଏପରିକି ହଷ୍ଟେଲ ସୁପରିଟେଣ୍ଡେଣ୍ଟ ମଧ୍ୟ ନଥିବାରୁ ଶ୍ରୀଧର ରାତି ସାରା ଯନ୍ତ୍ରଣାରେ ଛଟପଟ ହେଉଥିଲେ ମଧ୍ୟ କେହି ତାଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ମେଡିକାଲ ନେଇନଥିଲେ ।

ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଖବର ଦିଆଯାଇନଥିଲା । ତେବେ ରାତି ତମାମ ଯନ୍ତ୍ରଣାରେ ଛଟପଟ ହେବାରୁ ପ୍ରାୟ ୩ଟା ବେଳେ ବିଦ୍ୟାଳୟର ପିଅନ ଏବଂ କିଛି ଛାତ୍ର ତତ୍ପରତା ଦେଖାଇ ଆମ୍ବୁଲାନ୍ସକୁ ଫୋନ କରି ଖଇରପୁଟ ମେଡିକାଲକୁ ନେବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଏନେଇ ଖବର ପାଇ ପରିବାର ଲୋକେ ଓ ବିଦ୍ୟାଳୟ କର୍ତ୍ତୃପକ୍ଷ ହସ୍ପିଟାଲରେ ପହଞ୍ଚିଥିଲେ । ତେବେ ନିଜ ନିଜର ଦୋଷ ଛଡାଇବାକୁ ଯାଇ ଜଣେ ଅନ୍ୟ ଜଣକ ଉପରେ ଦୋଷ ଲଦିବା ଦେଖିବାକୁ ମିଳିଛି ।

ହଷ୍ଟେଲ ସୁପରିଟେଣ୍ଡେଣ୍ଟ ନିଜ ଘର କୁଡୁମୁଲୁଗୁମ୍ମା ଯାଇ ରହୁଥିଲେ । ପିଲାମାନେ ନିଜ ଭରସାରେ ହଷ୍ଟେଲରେ ପଡି ରହିଥିଲେ । ଗତକାଲି ସକାଳୁ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ବିବେଦୀ ଏବଂ ପୋଲିସ ସେଠାରେ ପହଞ୍ଚି ମୃତଦେହକୁ ଜବତ କରିବା ପରେ ବ୍ୟବଚ୍ଛେଦ କରାଇଥିଲେ । ତେବେ ଛାତ୍ରଙ୍କ ମୃତ୍ୟୁକୁ ନେଇ ଦାୟୀ କିଏ କାହା ସବୁଠାରୁ ଏବେ ବଡ ପ୍ରଶ୍ନ ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

ABOUT THE AUTHOR

...view details