ମାଲକାନଗିରି: ସଡକ ଦୁର୍ଘଟଣାରେ ସ୍କୁଲ ଛାତ୍ରର ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ବୁଦୁଗୁଡା କଲୋନୀ ଠାରେ ।
ସୂଚନା ଅନୁଯାୟୀ, 5ବର୍ଷର ଛାତ୍ର ଯୋଗେଶ୍ବର ହରିଜନ ପ୍ରଥମ ଶ୍ରେଣୀରେ ପଢୁଥିବା ବେଳେ ଶୁକ୍ରବାର ବିଦ୍ୟାଳୟରୁ ଫେରୁଥିବା ସମୟରେ ତାଙ୍କ ଉପରେ ଏକ ଟିପର ଗାଡି ଚଢିଯାଇଥିଲା । ଯାହାଫଳରେ ଘଟଣା ସ୍ଥଳରେ ଯୋଗେଶ୍ବରଙ୍କର ମୃତ୍ୟୁ ଘଟିଥିଲା ।