ଓଡିଶା

odisha

By

Published : Feb 12, 2022, 7:54 PM IST

ETV Bharat / state

ସ୍କୁଲ ଯିବାକୁ ବାପା-ମା କଲେ ବାଧ୍ୟ, ଉତ୍‌କ୍ଷିପ୍ତ ହୋଇ ବିଷ ପିଇଦେଲେ ଛାତ୍ରୀ

ସ୍କୁଲ ଯିବାକୁ କହିବାରୁ ବିଷ ପିଇ ଆତ୍ମହତ୍ୟା କଲେ ଛାତ୍ରୀ । ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲ୍ଲାର ଭିମାରାଙ୍ଗିଣି ଗାଁରେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ

ପରିବାର ଲୋକଙ୍କ ତାଗିଦ ପଡିଲା ମହଙ୍ଗା : ସ୍କୁଲ ଯିବାକୁ କହିବାରୁ ବିଷ ପିଇ ଦେଲେ ଛାତ୍ରୀ
ପରିବାର ଲୋକଙ୍କ ତାଗିଦ ପଡିଲା ମହଙ୍ଗା : ସ୍କୁଲ ଯିବାକୁ କହିବାରୁ ବିଷ ପିଇ ଦେଲେ ଛାତ୍ରୀ

ମାଲକାନଗିରି : ସ୍କୁଲ ଯିବାକୁ କହିବାରୁ ବିଷ ପିଇ ଆତ୍ମହତ୍ୟା କଲେ ଛାତ୍ରୀ । ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲାର ଭିମାରାଙ୍ଗିଣି ଗାଁରେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ମାଲକାନଗିରି ଜିଲ୍ଲାର ଭିମାରାଙ୍ଗିଣି ଗାଁର ମହେନ୍ଦ୍ର ରାୟଙ୍କ ଝିଅ ଆନି । ସଂକ୍ରମଣ ଯୋଗୁଁ ଦୀର୍ଘ ମାସ ପରେ ସ୍କୁଲ ଖୋଲିଥିଲା । ଏନେଇ ପରିବାର ଲୋକେ ଝିଅକୁ ସ୍କୁଲ ଯିବା ପାଇଁ କହିଥିଲେ ।

ପରିବାର ଲୋକଙ୍କ ତାଗିଦ ପଡିଲା ମହଙ୍ଗା : ସ୍କୁଲ ଯିବାକୁ କହିବାରୁ ବିଷ ପିଇ ଦେଲେ ଛାତ୍ରୀ

ଆନି ସ୍କୁଲ ଯିବାକୁ ମନା କରିଦେଇଥିଲେ । ଯେଉଁଥି ପାଇଁ ତାଙ୍କୁ ପରିବାର ଲୋକେ ତାଗିଦ କରିଥିଲେ । ଯାହାକୁ ନେଇ ଉତ୍‌କ୍ଷିପ୍ତ ହୋଇ ଯାଇଥିଲେ ସେ ।

ଏହାବି ପଢନ୍ତୁ :୮୫୦ କୋଟିର ଗଞ୍ଜେଇ ନଷ୍ଟ କଲା ଆନ୍ଧ୍ର ପୋଲିସ, ୨ ବର୍ଷ ଧରି ଚାଲିଥିଲା ଅପରେସନ

ହେଲେ ଆନି ଏଥିରେ ରାଗିଯାଇ ବିଷ ପିଇ ଦେଇଥିଲା । ପରେ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଆଜି(ଶନିବାର) ତାଙ୍କର ମୃତ୍ୟୁ ଘଟିଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

ABOUT THE AUTHOR

...view details