ମାଲକାନଗିରି:କୋରୋନା ହେଉ କି ବନ୍ୟା ବାତ୍ୟା ସବୁ ସମୟରେ ନିଜ ଜୀବନକୁ ବାଜି ଲଗାଇ ରେଗୀ ସେବା କରିଛନ୍ତି ନର୍ସ । ହେଲେ ସେମାନଙ୍କୁ ନାଁ ମିଳୁଛି ଉପଯୁକ୍ତ ଦରମା ନାଁ ଚାକିରୀରେ ସ୍ଥାୟୀତ୍ବ । ସରକାର ତାଙ୍କୁ ସବୁବେଳେ ଅଣଦେଖା କରିଆସୁଛନ୍ତି । ଏହାର ପ୍ରତିବାଦ କରି ମାନକାନଗିରି ମୁଖ୍ୟ ଚିିକିତ୍ସାଳୟ ଆଗରେ ଧାରଣା ଦେଇଛନ୍ତି ନର୍ସ ।
ମୂଳ ଦରମା ସଂଶୋଧନ ଠାରୁ ଆରମ୍ଭ କରି ଠିକା ନିଯୁକ୍ତିକୁ ମିଶାଇ 10 ବର୍ଷର 'ଏମ୍ଏସିପି' ପ୍ରଦାନ, ନର୍ସିଂ ସ୍କିମରେ ଚାକିରୀ କରୁଥିବା 'ଆର ବି ଏସ କେ' ଷ୍ଟାଫ ନର୍ସମାନଙ୍କୁ ସ୍ଥାୟୀ ନିଯୁକ୍ତି,ଗ୍ରୁପ ସି ରୁ ଗ୍ରୁପ ବି କୁ ନେବା ସହ ବିଭିନ୍ନ ଦାବି କରି ସକାଳ 10ଟାରୁ 6ଟା ଯାଏଁ ଟୋକନ ଷ୍ଟ୍ରାଇକ ଦେଇଛନ୍ତି ଷ୍ଟାଫ ନର୍ସ । ଏ ନେଇ ଆଗରୁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଜଣାଇବା ପରେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।