ଓଡିଶା

odisha

ETV Bharat / state

ମାଲକାନଗିରିରେ ପ୍ରଥମ କରି ଧୁମଧାମରେ ପାଳିତ ହେଲା ଶୀତଳଷଷ୍ଠୀ ଯାତ୍ରା - ପ୍ରଥମ କରି ମାଲକାନଗିରିରେ ପାଳିତ ହେଲା ଶୀତଳ ଷଷ୍ଠୀ

ମାଲକାନଗିରିରେ ପ୍ରଥମ କରି ଧୁମଧାମରେ ପାଳିତ ହେଲା ଶିବ-ପାର୍ବତୀ ବିବାହ । ଅଧିକ ପଢ଼ନ୍ତୁ

ମାଲକାନଗିରିରେ ପ୍ରଥମ କରି ଧୁମଧାମରେ ପାଳିତ ହେଲା  ଶୀତଳଷଷ୍ଠୀ ଯାତ୍ରା
ମାଲକାନଗିରିରେ ପ୍ରଥମ କରି ଧୁମଧାମରେ ପାଳିତ ହେଲା ଶୀତଳଷଷ୍ଠୀ ଯାତ୍ରା

By

Published : Jun 5, 2022, 10:17 PM IST

ମାଲକାନଗିରି : ମାଲକାନଗିରିରେ ପ୍ରଥମ କରି ଧୁମଧାମରେ ପାଳିତ ହେଲା ଶିବ-ପାର୍ବତୀ ବିବାହ । ଚଳିତ ବର୍ଷ ଜିଲ୍ଲାରେ ଥିବା ନୀଳକଣ୍ଠେଶ୍ୱର ମନ୍ଦିରରେ ପ୍ରଥମ ଥର ପାଇଁ ଶିବ ପାର୍ବତୀ ବିବାହ ଅନୁଷ୍ଠିତ ହୋଇଛି । ଏହି ଅବସରରେ ଆଜି ଶୀତଳଷଷ୍ଠୀ ଯାତ୍ରା ପାଲିଙ୍କିରେ ନଗର ଭ୍ରମଣ କରିଥିଲେ ଶିବ-ପାର୍ବତୀ।

ମାଲକାନଗିରିରେ ପ୍ରଥମ କରି ଧୁମଧାମରେ ପାଳିତ ହେଲା ଶୀତଳଷଷ୍ଠୀ ଯାତ୍ରା

ହିନ୍ଦୁ ଧର୍ମରେ ୩୩କୋଟି ଦେବା ଦେବୀଙ୍କୁ ପୂଜାର୍ଚ୍ଚନା କରାଯାଏ । ତେବେ ପ୍ରତ୍ୟେକ ଦେବାଦେବୀ ପୂଜା ପାଉଥିବା ଅଞ୍ଚଳର ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥାଏ । ସେହିପରି ମାଲକାନଗିରି ଜିଲ୍ଲାର ତଳସାହିରେ ଥିବା ନୀଳକଣ୍ଠେଶ୍ୱର ମନ୍ଦିରରେ ଏହି ବର୍ଷ ପ୍ରଥମ କରି ଶୀତଳଷଷ୍ଠୀ ଯାତ୍ରା କରାଯାଇଛି ।

ଏହି ଅବସରରେ ଶିବ ପାର୍ବତୀଙ୍କ ବିବାହର ରୀତିନୀତି ଅନୁଯାୟୀ ମାଲକାନଗିରିରେ ପାଳିତ କରାଯାଇଛି । ଏଠାକାର ବାସିନ୍ଦା ହିସାବରେ ଚିନ୍ନା ରାଓ ଦେବଦେବ ମହାଦେବଙ୍କ ବାପା ସାଜିଥିବାବେଳେ ଜଗତ୍ ଜନନୀ ମାଁ ପାର୍ବତୀଙ୍କ ପିତା ହୋଇଛନ୍ତି ଭେଙ୍କେଟ୍ ରାଓ ।

ବାହାଘର ନିୟମ ପରି ପ୍ରଥମେ ନିର୍ବନ୍ଧ ହୋଇଥିଲା, କାର୍ଡ ବାଣ୍ଟିବା ଏବଂ ଏହା ପରେ ବାହାଘର ହୋଇଥିଲା । ତେବେ ଏହି ଯାତ୍ରା ଜିଲ୍ଲାରେ ପ୍ରଥମ ଥର ହୋଇଥିବାରୁ ଜିଲ୍ଲାବାସୀଙ୍କ ମନରେ ଖୁସିର ଲହରୀ ଖେଳିଯିବା ସହ ଅନେକ ଭକ୍ତ ଦୀର୍ଘ ୪ଦିନ ଧରି ଏହି ଯାତ୍ରା କାର୍ଯ୍ୟରେ ନିଜକୁ ନିୟୋଜିତ କରି ଖୁସି ଅନୁଭବ ମଧ୍ୟ କରିଛନ୍ତି ।


ତେବେ ବାହାଘର ସମୟରେ ପୁଅ ଯେପରି ବାଜା ବଜାଇ, ନାଚ ଗୀତର ପ୍ରୋସେସନ କରି ଝିଅ ଘରେ ବାହା ହେବା ପାଇଁ ଯାଇଥାନ୍ତି ଠିକ ସେହି ଭଳି ମାଲକାନଗିରି ସହରରେ ଥିବା ଜଗନ୍ନାଥ ମନ୍ଦିର ଠାରୁ ଦେବଦେବ ମହାଦେବଙ୍କ ବରଯାତ୍ରୀ ବାଜା ସହ ନାଚ ଗୀତାର ପ୍ରୋସେସନ କରି ବାହା ହେବା ପାଇଁ ଯାଇଥିଲେ ବରଯାତ୍ରୀ । ଏହାପରେ ବୈଦିକ ରୀତିନୀତି ଅନୁଯାୟୀ ନୀଳକଣ୍ଠେଶ୍ୱର ମନ୍ଦିରରେ ବାହାଘର କାର୍ଯ୍ୟ ହୋଇଥିଲା ।

ଏହି କାର୍ଯ୍ୟରେ ମହାଦେବଙ୍କ ପିତା ହୋଇଥିଲେ ଚିନା ରାଓ ଓ ମାଁ ପାର୍ବତୀଙ୍କ ପିତା ଭେଙ୍କେଟ୍ ରାଓ ନିଜକୁ ଭାଗ୍ୟ ମନେ କରିବା ସହ ଏହି ବାହାଘର କରୁଥିବା ପୂଜାରୀ ମଧ୍ୟ ରୀତିନୀତି ଅନୁଯାୟୀ କରିଛନ୍ତି ଏବଂ ପ୍ରତିବର୍ଷ କରିବାକୁ ଚେଷ୍ଟା କରାଯିବ ବୋଲି କହିଛନ୍ତି ।

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details