ଓଡିଶା

odisha

ETV Bharat / state

‘ଶିଶୁ ସୁରକ୍ଷାରେ ଗଣମାଧ୍ୟମର ଭୂମିକା ଅବର୍ଣ୍ଣନୀୟ’ - ଜିଲ୍ଲା ଆଇନ ସେବା ପ୍ରାଧିକରଣ

ମାଲକାନଗିରି ଜିଲ୍ଲାରେ ଘଟୁଥିବା ବିଭିନ୍ନ ସମ୍ବେଦନଶୀଳ ଘଟଣାରେ ଗଣମାଧ୍ୟମର ଭୂମିକା ଶୀର୍ଷକ କର୍ମଶାଳା ଅନୁଷ୍ଠିତ ହୋଇଛି । ଏହି କର୍ମଶାଳାରେ ମାଲକାନଗିରି ଉପଜିଲ୍ଲାପାଳ ରାମେଶ୍ଵର ପ୍ରଧାନ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ତଥା ବିଚାରପତି ଅମରେଶ ନାୟକ ଯୋଗଦେଇଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

By

Published : Sep 14, 2019, 9:23 PM IST

ମାଲକାନଗିରି: ଜିଲ୍ଲାରେ ଘଟୁଥିବା ବିଭିନ୍ନ ସମ୍ବେଦନଶୀଳ ଘଟଣାରେ ଗଣମାଧ୍ୟମର ଭୂମିକା ଶୀର୍ଷକ କର୍ମଶାଳା ଅନୁଷ୍ଠିତ ହୋଇଛି । ଏହି କର୍ମଶାଳା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ଜିଲ୍ଲା ଶିଶୁ ସୁରକ୍ଷା ମଞ୍ଚ ପକ୍ଷରୁ ଆୟୋଜିତ ହୋଇଛି । କର୍ମଶାଳାରେ ମାଲକାନଗିରି ଉପଜିଲ୍ଲାପାଳ ରାମେଶ୍ଵର ପ୍ରଧାନ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ତଥା ବିଚାରପତି ଅମରେଶ ନାୟକ ଯୋଗଦେଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ବାଲ୍ୟ ବିବାହ, ଶିଶୁ ଶ୍ରମିକ, ଯୌନ ନିର୍ଯ୍ୟାତନା ଓ ନାବାଳିକା ଚାଲାଣ ପରି ଅନେକ ଘଟଣାରେ ମାଲକାନଗିରି ଜିଲ୍ଲା ରାଜ୍ୟରେ ଏକ ନମ୍ବର ରହିଥିବା ବେଳେ ସଂଗଠନ ଏହାକୁ ନେଇ ଚିନ୍ତା ପ୍ରକଟ କରିଛି । ତେଣୁ ଏହି ସବୁ ସମସ୍ୟାକୁ ଦୂର କରିବା ପାଇଁ ଗଣମାଧ୍ୟମର ଭୂମିକାକୁ କର୍ମଶାଳାରେ ଗୁରୁତ୍ବ ଦିଆଯାଇଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details