ଓଡିଶା

odisha

ETV Bharat / state

ମାଲକାନଗିରିରେ ସ୍ବାଧୀନତା ଦିବସ ପାଇଁ ସୁରକ୍ଷା କଡାକଡି - ଓଏସଓଜି

ସ୍ବାଧୀନତା ଦିବସ ପାଳନର ଅବ୍ୟବହିତ ପୂର୍ବରୁ ମାଲକାନଗିରି ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଆସନ୍ତାକାଲି ହେବାକୁ ଥିବା ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସରେ ରାଜ୍ୟ ଜଳ ସମ୍ପଦ, ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେବେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

By

Published : Aug 14, 2019, 10:03 PM IST

ମାଲକାନଗିରି: ଆସନ୍ତାକାଲି ହେବାକୁ ଥିବା ୭୩ତମ ସ୍ବାଧୀନତା ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ପାଳନ ଉତ୍ସବରେ ରାଜ୍ୟ ଜଳ ସମ୍ପଦ, ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେବେ । ଏଥିପାଇଁ ମନ୍ତ୍ରୀ ରଘୁନନ୍ଦନ ଦାସ ଆଗୁଆ ମାଲକାନଗିରି ଗସ୍ତ କରିଛନ୍ତି । ସ୍ବାଧୀନତା ଦିବସକୁ କଳାଦିବସ ଭାବେ ପାଳନ କରିବା ଲାଗି ନକ୍ସଲ ମାନେ ଆହ୍ବାନ ଦେଇଥିବା ବେଳେ ଜିଲ୍ଲାରେ ସୁରକ୍ଷାକୁ ବେଶି ଧ୍ୟାନ ଦିଆଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସର ମୁଖ୍ୟ ଅତିଥି ମନ୍ତ୍ରୀ ରଘୁନନ୍ଦନ ଦାସ ଆଜି ହେଲିକ୍ୟାପ୍ଟର ଯୋଗେ ବିଏସଏଫ କ୍ୟାମ୍ପରେ ପହଞ୍ଚିଛନ୍ତି । ଏହାପରେ ଜିଲ୍ଲା ଅତିଥି ଭବନକୁ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ସେ ଆସନ୍ତାକାଲି ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ପାଳନ ଅବସରରେ ଜାତୀୟ ପତାକା ଉତ୍ତୋଳନ କରିବେ ।

ଜିଲ୍ଲାରେ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସୁରକ୍ଷା ପାଇଁ 2 କମ୍ପାନୀ ବିଏସଏଫ ଯବାନଙ୍କ ସହ 14 ପ୍ଲାଟୁନ ଓଏସଓଜି ଓ ଡିଭିଏଫ ଯବାନଙ୍କୁ ନିୟୋଜିତ କରାଯାଇଛି । ଜିଲ୍ଲାର ବିଭିନ୍ନ ନକ୍ସଲ ପ୍ରବଣ ଅଞ୍ଚଳମାନଙ୍କରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପେଟ୍ରୋଲିଂ ଓ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details