ଓଡିଶା

odisha

ETV Bharat / state

ଭାଙ୍ଗିଲା ସତୀଗୁଡା କେନାଲ ବନ୍ଧ, ଧୋଇଗଲା ଏକର ଏକର ଫସଲ

ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସଦମହକୁମା ସ୍ଥିତ ହାଇସ୍କୁଲଗୁଡା ନିକଟରେ ସତୀଗୁଡା ଡ୍ୟାମରୁ ଆସିଥିବା ମୁଖ୍ୟ କେନାଲ ଭାଙ୍ଗିବା ଫଳରେ ନଷ୍ଟ ହୋଇଯାଇଛି ଏକର ଏକର ଫସଲ । ଅଧିକ ପଢନ୍ତୁ...

By

Published : Aug 5, 2021, 2:50 PM IST

ଭାଙ୍ଗିଲା ସତୀଗୁଡା କେନାଲ ବନ୍ଧ
ଭାଙ୍ଗିଲା ସତୀଗୁଡା କେନାଲ ବନ୍ଧ

ମାଲକାନଗିରି:ଜିଲ୍ଲା କୋରୁକୋଣ୍ଡା ବ୍ଲକ ସଦମହକୁମା ସ୍ଥିତ ହାଇସ୍କୁଲଗୁଡା ନିକଟରେ ସତୀଗୁଡା ଡ୍ୟାମରୁ ଆସିଥିବା ମୁଖ୍ୟ କେନାଲ ଭାଙ୍ଗିଯାଇଛି । ଫଳରେ ଶହଶହ ଏକର ଜମିରେ ହୋଇଥିବା ଫସଲ ନଷ୍ଟ ହୋଇଛି । ଫସଲ ଧୋଇଯିବାରୁ ଚିନ୍ତାରେ ଚାଷୀ ।

ଭାଙ୍ଗିଲା ସତୀଗୁଡା କେନାଲ ବନ୍ଧ

ସୂଚନାଅନୁସାରେ, ଆଜି(ଗୁରୁବାର) କେନାଲରେ ଏକ ଘାଇ ସୃଷ୍ଟି ହୋଇଥିଲା। ଘାଇରେ ପାଣି ପ୍ରଭାହିତ ହୋଇ ରାସ୍ତା କଡ ଜମିକୁ ମାଡିଯିବା ସହିତ ରାସ୍ତା ଉପରେ ମଧ୍ୟ ୨ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି । ବନ୍ଧମଣ୍ଡି ଚାଷ ଜମିରେ ପାଣି ମାଡିଯିବାରୁ ଶହ ଶହ ଏକର ଧାନ ଚାଷ ନଷ୍ଟ ହୋଇଛି । ସବୁଠାରୁ ବଡ କଥା ହେଲା ବନ୍ଧ ଭାଙ୍ଗିଯାଇଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ ବିଭାଗୀୟ ଅଧିକାରୀଙ୍କ ଦେଖା ମିଳିନାହିଁ ।

ଖରା ବର୍ଷା ସହି କ୍ଷେତରେ ସୁନାର ଫସଲ ଖେଳାଇଥିଲା ଚାଷୀ । ହେଲେ ନିମିଷକେ ଭିତରେ ସବୁ କିଛି ଧୋଇଗଲା । ବ୍ୟାଙ୍କ ଓ ବିଭିନ୍ନ ସ୍ଥାନରୁ ଟଙ୍କା ରୁଣ ଆଣି ବିହନ, ସାର ଆଣି ଚାଷ କରିଥଲା ଚାଷୀ । କେନାଲ ଭାଙ୍ଗି ଫସଲ ନଷ୍ଟ ହେବା ଯୋଗୁଁ ଏବେ ଚିନ୍ତାରେ ଚାଷୀ । ବିଭାଗୀୟ ଅଧିକାରୀଙ୍କ ଦାୟିତ୍ବହୀନତା ପାଇଁ ଏପରି ହୋଇଥିବା ଅଭିଯୋଗ କରିଛନ୍ତି ଚାଷୀ । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଉକ୍ତ କେନାଲ ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀମାନଙ୍କ ବିରୋଧରେ ଦୃଢ଼ ଆଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଦାବି ହୋଇଛି ।

ମାଲକାନଗିରିରୁ ପଞ୍ଚାନନ ଦାସ,ଇଟିଭି ଭାରତ

ABOUT THE AUTHOR

...view details