ମାଲକାନଗିରି:ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ ବିଜେଡି ପ୍ରାର୍ଥିନୀ ସମାରି ତାଙ୍ଗୁଲ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି । ସମାରି ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଜୋନ ୨ର ଜିଲ୍ଲା ପରିଷଦ ବିଜେଡି଼ ପ୍ରାର୍ଥିନୀ ଭାବରେ ବିଜୟ ହୋଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଥର ଲାଗି ସ୍ବାଭିମାନ ଅଞ୍ଚଳକୁ ଜିଲ୍ଲା ପରିଷଦ ପ୍ରାର୍ଥୀ ଦେଇଛନ୍ତି ।
ସ୍ବାଭିମାନ ଅଞ୍ଚଳରେ ପ୍ରଥମ ଥର ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ହାତେଇଲା ବିଜେଡି - ଚିତ୍ରକୋଣ୍ଡାରୁ ପ୍ରାର୍ଥୀ ଦେଲେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ମାଲକାନଗିରି ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରୁ ପ୍ରାର୍ଥୀ ଦେଇ ଏହାକୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିଛନ୍ତି । ଅଧିକ ପଢନ୍ତୁ
ସ୍ବାଭିମାନ ଅଞ୍ଚଳକୁ ମିଳିଲା ପ୍ରଥମ ଜିଲ୍ଲାପରିଷଦ ଅଧ୍ୟକ୍ଷ ପଦ
ସ୍ବାଭିମାନ ଅଞ୍ଚଳକୁ ମିଳିଲା ପ୍ରଥମ ଜିଲ୍ଲାପରିଷଦ ଅଧ୍ୟକ୍ଷ ପଦ
ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରୁ ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀ ଦେଇ ମାଲକାନଗିରି ଜିଲ୍ଲା ବିକାଶ ତଥା ମୁଖ୍ୟତଃ ସ୍ବାଭିମାନ ଅଞ୍ଚଳ ବିକାଶର ଆଉ ଏକ ଫର୍ଦ୍ଦ ଯୋଡି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ । ସେଥିପାଇଁ ଚିତ୍ରକୋଣ୍ଡା ତଥା ସ୍ବାଭିମାନ ଅଞ୍ଚଳବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସଂଗଠକ ପ୍ରଣବ ପ୍ରକାଶ ଦାସଙ୍କୁ ସମାରି କୃତଜ୍ଞତା ଜଣାଇଛନ୍ତି ।
ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ
TAGGED:
election in Malkangiri